ବ୍ଲାକ୍ ହେଉଛି ବାରବାଟୀ ଟିକେଟ୍; OLXରେ ବିଜ୍ଞାପନ ଦେଇ ୮ରୁ ୯ ଗୁଣ ଅଧିକ ଦରରେ ବିକୁଛନ୍ତି ଠକ

ବାରବାଟୀ ଟିକେଟ୍ ବ୍ଲାକ୍ କରିବାକୁ ଦୁବୃର୍ତ୍ତ ଆପଣାଇଛନ୍ତି ଡିଜିଟାଲ ଫର୍ମୁଲା । OLXରେ ବିଜ୍ଞାପନ ଦେଇ ବିକୁଛନ୍ତି ଚଢ଼ା ଦରରେ ଟିକେଟ୍ ।

India West Indies Barabati ODI Black Marketeers Offer Tickets On OLX

ବ୍ଲାକ୍ ହେଉଛି ବାରବାଟୀ ଟିକେଟ୍ । ଦୁଇ ଗୁଣା, ତିନି ଗୁଣା ନୁହେଁ ୮ରୁ ୯ ଗୁଣ ଅଧିକ ଦର ଏମିତିକି ମନକୁ ଯେତେ ଆସିଲା ସେତେ ଦରରେ ବିକ୍ରି ହେଉଛି ଟିକେଟ୍‌।

ଟିକେଟ୍ ବ୍ଲାକ୍‌ କରିବା ପାଇଁ ଦୁବୃର୍ତ୍ତ ଡିଜିଟାଲ ଫର୍ମୁଲା ଆପଣାଇଛନ୍ତି । ଏଥିପାଇଁ OLXର ବିଜ୍ଞାପନ ମାଧ୍ୟମରେ ଟିକେଟ୍ ବିକ୍ରି ହେଉଛି । ଏଥିରେ ୭୦୦ ଶହ ଟଙ୍କା ଦାମର ଟିକେଟ୍‌ ଚଢ଼ା ଦରରେ ୫ ହଜାର ଟଙ୍କାରେ ବିକ୍ରି ହେଉଛି ।

ସୂଚନା ଅନୁସାରେ, ଗ୍ୟାଲେରୀ ୨ର ଟିକେଟ୍ ଦାମ ୭ ଶହ ଟଙ୍କା ହୋଇଥିବାବେଳେ ଏହାକୁ ୫ ହଜାରରେ ଅନଲାଇନ୍‌ରେ ବିକ୍ରି କରାଯାଉଛି । ସେହିପରି ଗ୍ୟାଲେରୀ-3 ର ୯୦୦ ଟଙ୍କା ଟିକେଟ୍‌କୁ ୫୦୦୦ ହଜାରରୁ ଅଧିକ ଦରରେ ବିକ୍ରି କରାଯାଉଛି । ଗ୍ୟାଲେରୀ-୪ ରେ ଥିବା ଏସି ବକ୍ସ ଟିକେଟ୍‌ର ଦାମ ୭ ହଜାର ଟଙ୍କା ଥିବାବେଳେ ଏହାକୁ ବ୍ଲାକରେ୧୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଏସବୁ ଫଟୋରେ ୧୦ରୁ ଅଧିକ ଟିକେଟ୍ ଧରିଥିବା ବି ନଜରକୁ ଆସୁଛି ।

ତେବେ ଅନଲାଇନ୍ ଓ ଅଫଲାଇନ୍‌ରେ ଜଣେ ମାତ୍ର ଦୁଇଟି ଟିକେଟ୍ କିଣିବା ନେଇ ନିୟମ ଥିବା ପରିସ୍ଥିତିରେ ଏତେ ଟିକେଟ୍ କୁଆଡ଼ୁ ଆସିଲା ତାହା ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।