Advertisment

ହସ୍ପିଟାଲରୁ ଡିସଚାର୍ଜ ହେଲେ ଗିଲ୍‌, ଖେଳିବେ କି ପାକିସ୍ତାନ ବିପକ୍ଷ ମ୍ୟାଚ୍ ?

ଅକ୍ଟୋବର ୬ରେ ଶୁଭମନ୍‌ଙ୍କୁ ଏକ ଖବର ସାମ୍ନାକୁ ଆସିଥିଲା ଯେ, ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ମଧ୍ୟ ଖେଳିନଥିଲେ। ତେବେ ଡେଙ୍ଗୁରେ ପୀଡିତ ଶୁଭମନ ଗିଲ୍‌ଙ୍କ ପ୍ଲେଟଲେଟ୍ କମ୍‌ ହେବା ଯୋଗୁଁ ତାଙ୍କୁ ଗତକାଲି ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
Shubman Gill

Shubman Gill

Advertisment

ଭାରତୀୟ କ୍ରିକେଟ୍ ଟିମ୍‌ର ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌ଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍ । ହସ୍ପିଟାଲରୁ ଡିସଚାର୍ଜ ହେଲେ ଗିଲ୍‌। ତେବେ ସେ ଚଳିତ ବିଶ୍ୱକପ୍‌ରେ ଟିମ୍ ପକ୍ଷରୁ କେଉଁ ମ୍ୟାଚ୍‌ ଖେଳିବେ ? ସେନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Advertisment

ସୂଚନା ଅନୁସାରେ ଅକ୍ଟୋବର ୬ରେ ଶୁଭମନ୍‌ଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା ଯେ,ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ମଧ୍ୟ ଖେଳିନଥିଲେ। ତେବେ ଡେଙ୍ଗୁରେ ପୀଡିତ ଶୁଭମନ ଗିଲ୍‌ଙ୍କ ପ୍ଲେଟଲେଟ୍ କମ୍‌ ହେବା ଯୋଗୁଁ ତାଙ୍କୁ ଗତକାଲି ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିସିସିଆଇର ଏକ ମେଡିକାଲ ଟିମ୍‌ ଗିଲ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ବିଶ୍ୱକପ୍‌ରେ ଭାରତ ପାଇଁ କେଉଁ ମ୍ୟାଚ୍‌ ଖେଳିବେ ସେନେଇ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ ।

ବିଗତ ଏକ ବର୍ଷ ଧରି ଶୁଭମନ୍ ଗିଲ୍‌ ଦମଦାର ଫର୍ମରେ ଅଛନ୍ତି। ସେ କ୍ରିକେଟ୍‌ର ବିଭିନ୍ନ ଫର୍ମାଟରେ ଗୋଟିଏ ପରେ ଗୋଟିଏ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଭଳି ସ୍ଥିତିରେ ଏହି ବିଶ୍ୱକପ୍‌ରେ ଗିଲ୍‌ ଦମଦାର ପ୍ରଦର୍ଶନ କରିବେ ବୋଲି ସମସ୍ତ ଭାରତୀୟ ଆଶା ରଖିଛନ୍ତି ।

Advertisment
India Shubman Gill ICC World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ