Advertisment

India Open 2022: ୭ ଭାରତୀୟ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କରୋନାର କାୟା। ୭ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
India Open 2022

India Open 2022

Advertisment

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କରୋନାର କାୟା। ୭ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। RTPCR ଟେଷ୍ଟ ପରେ ଖେଳାଳିମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ବ୍ୟାଡ୍‌ମିଣ୍ଟନ ୱାର୍ଲଡ୍‌ ଫେଡ୍‌ରେସନ୍‌ (BWF) ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ମଙ୍ଗଳବାର ଖେଳାଳିଙ୍କ RTPCR ଟେଷ୍ଟ ହୋଇଥିଲା। ପଜିଟିଭ୍‌ ଚିହ୍ନଟ ସମସ୍ତ ୭ ଜଣ ଖେଳାଳି ଏବେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଥିବା ଜଣାପଡ଼ିଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ୭ ଖେଳାଳି ହେଲେ- କିଦାମ୍ବି ଶ୍ରୀକାନ୍ତ, ଅଶ୍ୱିନୀ ପୋନପ୍ପା, ରିତିକା ରାହୁଲ ଠାକୁର, ତ୍ରିସା ଜୋଲି, ମିଥୁନ ମଞ୍ଜୁନାଥ, ସିମରନ୍‌ ଅମନ୍‌ ସିଂ ଓ ଖୁସି ଗୁପ୍ତା। 

ଯଦିଓ ୭ ଜଣ ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତେବେ ମେନ୍‌ ଡ୍ର’ରେ ତାଙ୍କ ବଦଳରେ କୌଣସି ଖେଳାଳିଙ୍କୁ ସୁଯୋଗ ଦିଆଯିବ ନାହିଁ। କରୋନା ସଂକ୍ରମିତ ଖେଳାଳିଙ୍କ ପ୍ରତିଦ୍ୱନ୍ଦୀ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ ବୋଲି ସୂଚନା ମିଳିଛି।  

Advertisment

ଅନ୍ୟପକ୍ଷେ, ଦେଶରେ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ମୁହାଁ। ୨୪ ଘଣ୍ଟାରେ ୨ ଲକ୍ଷ ୪୭ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣ ୨୭% ବୃଦ୍ଧି ପାଇଛି। 

Advertisment
COVID19 Badminton India Open 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ