Ind vs Nz Semi Final
ବିଶ୍ୱକପ୍ ସେମିଫାଇନାଲ ଟିକଟ ଦର ଲକ୍ଷେ ପାର । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚର ଗୋଟିଏ ଗୋଟିଏ ଟିକେଟ ବ୍ଲାକରେ ଲକ୍ଷେ ୨୦ ହଜାରରେ ବିକ୍ରି ହେଉଛି । ଟିକେଟ୍ ବ୍ଲାକ୍ ହେଉଥିବା ଜାଣି ମୁମ୍ବାଇ ପୋଲିସ ଚଢ଼ାଉ କରି ବ୍ଲାକ୍ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଟିକେଟ ଜବତ କରିଛି । ଏହି ସୂଚନା ଦେଇଛନ୍ତି ମୁମ୍ବାଇ ଜୋନ୍-୧ର ଡିସିପି ପ୍ରବୀଣ ମୁଣ୍ଡେ ।
ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରିଛି । ମାମଲାରେ ଗିରଫ ଅଭିଯୁକ୍ତ ହେଲା ରୋସନ ଗୁରୁବକ୍ସାନି । ଘଟଣା ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି । ତେବେ ମ୍ୟାଚ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ା କରିଥିବା ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699957655.jpg)