ଇତିହାସ ରଚିଲା ଭାରତୀୟ କ୍ରିକେଟ ଟିମ୍ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲରେ ଲଗାତାର ଦ୍ୱିତୀୟଥର ପାଇଁ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ତିଆ । ଫାଇନାଲ୍ ରେସ୍ରେ ଶ୍ରୀଲଙ୍କାର ପଲ୍ଲା ଭାରି ଥିବା ବେଳେ ନ୍ୟୁଜିଲାଣ୍ତରୁ ଏକ ଖୁସି ଖବର ଆସିଛି । ନ୍ୟୁଜିଲାଣ୍ତରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ନ୍ୟୁଜିଲାଣ୍ତ ମ୍ୟାଚ୍ ସମାପ୍ତ ହୋଇଛି । ଯେଉଁଥିରେ ନ୍ୟୁଜିଲାଣ୍ତ ୨ ୱିକେଟ୍ରେ ବିଜୟ ଲାଭ କରିଛି । ଏହାସହ ଭାରତର ଫାଇନାଲ ରାସ୍ତା ପକ୍କା ହୋଇଛି ।
ତେବେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ କଙ୍ଗାରୁ ଦଳକୁ ଭେଟିବ । ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ଫାଇନାଲରେ ନିଜ ସିଟ୍ ପକ୍କା କରିସାରିଥିଲା । ଏହି ମ୍ୟାଚ୍ ଜୁନ୍ ୭ରୁ ୧୧ ମଧ୍ୟରେ ଲଣ୍ତନର ଓଭାଲରେ ଖେଳାଯିବ । ଜୁନ୍ ୧୨ ତାରିଖକୁ ମଧ୍ୟ ମ୍ୟାଚ୍ ପାଇଁ ରିଜର୍ଭ ରଖାଯାଇଛି । ଟିମ୍ ଇଣ୍ତିଆ ଲଗାତାର ୨ ଥର ଫାଇନାଲରେ ପ୍ରବେଶ କରିଛି । ପୂର୍ବଥର ନ୍ୟୁଜିଲାଣ୍ତକୁ ଫାଇନାଲରେ ଭେଟିଥିଲା ଟିମ୍ ଇଣ୍ତିଆ । କିନ୍ତୁ ଫାଇନାଲ ହାରିଯାଇଥିଲା ଭାରତ ।
Also Read
ଭାରତ ଏହି ଚାମ୍ପିଅନସିପ୍ ପାଇଁ ମୋଟ ୧୮ଟି ମ୍ୟାଚ୍ ଖେଳିଥିଲା । ଯେଉଁଥିରେ ୧୦ଟି ମ୍ୟାଚ୍ରେ ବିଜୟ ସହ ୫ଟି ମ୍ୟାଚ୍ ହାରିଥିଲା । ବାକି ୩ଟି ମ୍ୟାଚ୍ ଡ୍ର ରହିଥିଲା । ଟିମ୍ ଇଣ୍ତିଆ ବର୍ତ୍ତମାନ ପଏଣ୍ଟ ଟେବୁଲ୍ର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ ମୋଟ୍ ୧୯ଟି ମ୍ୟାଚ୍ରୁ ୧୧ଟି ମ୍ୟାଚ୍ରେ ବିଜୟ ସାଙ୍ଗକୁ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି ।
ବର୍ତ୍ତମାନ ଅହମ୍ମଦାବାଦ ଟେଷ୍ଟରେ ମଜବୁତ୍ ସ୍ଥିତିରେ ଟିମ୍ ଇଣ୍ଡିଆ । ଆଜି ମ୍ୟାଚର ଶେଷ ଦିନ । ଗତକାଲି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନହରାଇ ୩ ରନ୍ କରିଥିଲା। ଭାରତ ୮୮ ରନରେ ଅଗ୍ରଣୀ ନେଇଛି। ଭାରତର ପ୍ରଥମ ଇନିଂସ ସ୍କୋର ୫୭୧ ରନରେ ଶେଷ ହୋଇଥିଲା । ଶୁଭମନ୍ ଗିଲଙ୍କ ପରେ ଶତକ ହାସଲ କରିଥିଲେ ବିରାଟ କୋହଲି। ଶେଷ ଆଡକୁ ଅକ୍ଷର ପଟେଲ ମଧ୍ୟ ଲଢୁଆ ୭୯ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍ କରିଥିଲା।