Advertisment

ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ

ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ମଙ୍ଗଳବାର ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା । ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି ।

tokyo-paralympics

tokyo-paralympics

Advertisment

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ମଙ୍ଗଳବାର ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା । ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି ।

Advertisment

ଏଥିସହ ଶୁଟିଂରେ ଭାରତ ଦ୍ୱିତୀୟ ପଦକ ହାତେଇଛି। ତାଙ୍କ ପୂର୍ବରୁ ମହିଳା ୧୦ ମିଟର୍ ରାଇଫଲ୍ ଏସଏସ୍-୧ ଇଭେଣ୍ଟରେ ଅବନୀ ଲେଖନା ଭାରତ ଖାତାରେ ସ୍ୱର୍ଣ୍ଣ ପଦକ ଦେଇଥିଲେ। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି। ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ଜିତିଛି ।

Advertisment

ସିଂହରାଜ ଅଧାନାଙ୍କ ଏହି ସଫଳତା ପରେ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। ଫରିଦାବାଦ ସ୍ଥିତ ତାଙ୍କ ଘରେ ଆଜି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଶୁଭେଚ୍ଛା ଜଣାଇବାକୁ ସମ୍ପର୍କୀୟ ଓ ସାଇ ପଡିଶାଙ୍କ ଭିଡ ଜମିଥିଲା। ସିଂହରାଜଙ୍କ ଘରେ ସିଂହରାଜଙ୍କ ଭଳି ତାଙ୍କ ପତ୍ନୀ ମଧ୍ୟ ଜଣେ ଶୁଟର ବୋଲି ସୂଚନା ମିଳିଛି। ଆଗାମୀ ପାରାଲିମ୍ପିକ୍ସରେ ଉଭୟ ଅଂଶଗ୍ରହଣ କରିବ ବୋଲି ଆଶା ରଖିଛନ୍ତି ତାଙ୍କ ପତ୍ନୀ।

India Tokyo 2020 Paralympic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ