Advertisment

ଇନ୍ଦୋରରେ ଭାରତର ବିଶାଳ ସ୍କୋର, ଅଷ୍ଟ୍ରେଲି‍ଆକୁ ୪୦୦ ରନର ଟାର୍ଗେଟ

ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲା ଭାରତ। ଋତୁରାଜ ଗାଏକ୍ୱଡ୍ ୮ ରନ କରି ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଗିଲ୍ ଓ ଆୟର।

Team India

Team India

Advertisment

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ। ପ୍ରଥମ ବ୍ୟାଟିଂ କରି ଅଷ୍ଟ୍ରେଲି‍ଆ ସାମ୍ନାରେ ୪୦୦ ରନର ଟାର୍ଗେଟ ରଖିଲା ଟିମ୍ ଇଣ୍ଡିଆ । ଶୁବମନ ଗିଲ ଓ ଶ୍ରେୟସ ଆୟରଙ୍କ ଶତକ ବଳରେ ଏହି ବିଶାଳ ସ୍କୋର କରିଛି ଭାରତ। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ରିକେଟରେ ଏହା ଭାରତର ସର୍ବାଧିକ ସ୍କୋର।

Advertisment

ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲା ଭାରତ। ଋତୁରାଜ ଗାଏକ୍ୱଡ୍ ୮ ରନ କରି ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଗିଲ୍ ଓ ଆୟର। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୨୦୦ ରନର ପାର୍ଟନରସିପ୍ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ଦମଦାର ଶତକ ହାସଲ କରିଥିଲେ । ଶୁବମନ ଗିଲ୍ ୯୦ ବଲରେ ୧୧ ଚୌକା ଓ ୩ ଛକା ସହାୟତାରେ ୧୦୪ ରନ୍ କରିଥିବାବେଳେ ଶ୍ରେୟାସ ଆୟ ୧୦୫ ରନ୍ କରିଥିଲେ । ସେହିପରି ଅଧିନାୟକ କେଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ପ୍ରଥମ ଦିନିକିଆକୁ ୫ ୱିକେଟରେ ଜିତି ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ତେବେ ଆଜିର ମ୍ୟାଚରେ ବିଜୟ ଲାଭ କରି ଆଗୁଆ ସିରିଜକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

India News India Vs Australia BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ