Advertisment

କାହାର ହେବ ଏସିଆ କପ୍ ? କଲମ୍ବୋରେ ଭାରତ-ଶ୍ରୀଲଙ୍କା ଫାଇନାଲ୍ ମ୍ୟାଚ୍

ଅଷ୍ଟମ ଥର ପାଇଁ ଟାଇଟାଲ୍ କବଜା ଲକ୍ଷ୍ୟରେ ଭାରତ ..ଟସ୍ ଉପରେ ରହିବ ଉଭୟ ଟିମର ନଜର ..ଏଥର ବି ବର୍ଷା ସାଜିପାରେ ବାଧକ

ଅଦ୍ୟତନ ହୋଇଛି
Asia Cup 2023

Asia Cup 2023

Advertisment

ଏସିଆ କପରେ ଆଜି ହାଇଭୋଲଟେଜ ଲଢେଇ । ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା ବନାମ ଭାରତ । ବିଶ୍ୱକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଜିତି ଏକ ପଜିଟିଭ ଆଟିଚୁଡ୍‌ ନେଇ ଦୁଇ ଦଳ ପଡିଆକୁ ଓହ୍ଲାଇବେ । ଏହା ପୂର୍ବରୁ ଭାରତ ୯ ଥର ଏସିଆ କପ ଫାଇନାଲ ଖେଳିସାରିଛି । ୭ ଥର ଏହି ଟାଇଟଲ ହାତେଇଛି ଏବଂ ଶ୍ରୀଲଙ୍କା ୬ ଥର ଜିତିଛି ଏସିଆ କପ ।

Advertisment

ଆସନ୍ତୁ ନଜର ପକାଇବା ଭାରତୀୟ ଦଳର ଦଳର ପ୍ଲସ ଏବ ମାଇନସ ପଏଣ୍ଟ ଉପରେ....

ଭାରତ ବ୍ୟାଟିଂ ଲାଇନ ଅପ ମୁଖ୍ୟତ ନିର୍ଭର କରୁଛି ବିରାଟ, ରୋହିତ ଏବଂ ରାହୁଲ ଏବଂ ଗିଲଙ୍କ ଉପରେ । କହିବାକୁ ଗଲେ ରନ ମେସିନଙ୍କ ଉପରେ ଦଳ ସବୁଠାରୁ ଅଧିକ ଡିପେଣ୍ଡାଣ୍ଟ ଟିମ୍‌ ଇଣ୍ତିଆ । ତେଣୁ ତାଙ୍କ ଉପରେ ପ୍ରେସର ରହିବ, ଶ୍ରୀଲଙ୍କାର ସ୍ପିନର ନାକେଦମ କରିବେ ବିରାଟଙ୍କୁ । ୱେଲାଲାଗେ ବିରାଟଙ୍କୁ ଗତ ମ୍ୟାଚରେ ଖୁବ ହଇରାଣ କରି ତାଙ୍କୁ ଆଉଟ ବି କରିଥିଲେ । ରୋହିତ ଶର୍ମା ଏସିଆ କପରେ ତାଙ୍କ ଫର୍ମକୁ ନେଇ ବି ଟେନସନରେ ଅଛନ୍ତି । କେତେବେଳେ ଗୁଡ ଟଚରେ ଦେଖାଯ଼ାଉଛନ୍ତି ତ କେତେବେଳେ ଲାଗୁଛି କଣ ହେଉଛି ହିଟମ୍ୟାନଙ୍କୁ । ଫାଇନାଲ ମ୍ୟାଚ ପ୍ରେସର ରହିବ ତାଙ୍କ ଉପରେ ।

ସେହିପରି କ୍ରିକେଟର୍‌ ଶୁଭମନ ଗିଲ, ବାଲାଂଦେଶ ବିପକ୍ଷ ମ୍ୟାଚରେ ଶତକ ମାରି ସେ ଦେଖାଇସାରିଛନ୍ତି ଯେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତାଙ୍କଠାରୁ ବହୁତ ଆଶା କରାଯାଇପାରେ । ଧୀରେ ଧୀରେ ଆତ୍ମବିଶ୍ୱାସ ଫେରୁଛି ଗିଲଙ୍କ ପାଖରେ । କେଏଲ ରାହୁଲ ଇଞ୍ଜୁରୀରୁ ଆସିବା ପରେ ଲାଗୁଛି ଭାରତୀୟ  ଟିମର ଯଦି କୌଣସି ବ୍ୟାଟ୍ସମ୍ୟାନ ଫିୟରଲେସ କ୍ରିକେଟ ଖେଳୁଛି ସେ ହେଉଛନ୍ତି ରାହୁଲ । ଏକଦମ୍ କନଫିଡେଣ୍ଟ, ମିଡିଲ ଅର୍ଡର ତାଙ୍କ ଉପରେ ଅନେକ ମାତ୍ରାରେ ନିର୍ଭର କରିବ । ଇଶାନ କିଷାନ ଭଲ ଖେଳିଛନ୍ତି ବାଂଲା ବିପକ୍ଷ ମ୍ୟାଚରେ.. ସେ ବି ବଡ ଇନିଂସ ଖେଳିପାରିବେ ।

Advertisment

ପାଣ୍ଡିଆ ଯଦି ମ୍ୟାଚରେ ଏକତରଫା ଖେଳିବେ, ତେବେ ଶ୍ରୀଲଙ୍କାର କେଉଁ ସ୍ପିନର କି ପେସର କାହାର ବି ସମ୍ମାନ ନ ରହିନପାରେ । ରବୀନ୍ଦ୍ର ଜାଡେଜାଙ୍କୁ ନେଇ ବହୁତ କିଛି କହି ହେଉନି । ସେମିତି ଖାସ ଫର୍ମ ନାହିଁ ଏସିଆ କପରେ । ଶାର୍ଦ୍ଦୁଲ ଠାକୁରଙ୍କ ଫର୍ମ ଏବଂ ଅକ୍ଷରଙ୍କ ଆହତ ସମସ୍ୟା ଭାରତୀୟ କ୍ୟାମ୍ପ ପାଇଁ ଚିନ୍ତା ଆଣିବ । ଭାରତୀୟ ବୋଲିଂ କିଏ କହୁଛି ଦୁର୍ବଳ ବୋଲି.. ବୁମରା ତ ଜବରଦସ୍ତ ଫର୍ମରେ, ବ୍ଲକ ହୋଲଡ, ୟର୍କର , ସୁଇଂ ପ୍ରଥମରୁ ପ୍ରତିପକ୍ଷ ଖେଳାଳିଙ୍କୁ ଛିଡା କରାଇ ଦେଉନାହାଁନ୍ତି । ସିରାଜ ବି ଭଲ ଲକ୍ଷ୍ୟରେ..ସାଲ୍ୟୁଟ କୁଲଦୀପଙ୍କୁ, ଲଙ୍କା ଠାରୁ ବିଜୟକୁ ଛଡାଇ ଆଣିଥିଲେ କୁଲଦୀପ ।

ଚାଇନାମ୍ୟାନଙ୍କ ବଲକୁ ବୁଝିବା ବି ବଡ କଷ୍ଟ ହେଉଛି, ଆଉ ରବୀନ୍ଦ୍ର ଜାଡେଜା ବି ନିଜର ଜଲବା ଦେଖାଇପାରନ୍ତି । ବ୍ରେକ ଥ୍ରୁ ଦେବାରେ ସେ ବି ଉପଯ଼ୋଗୀ ସାବ୍ୟସ୍ତ ହୋଇପାରନ୍ତି । ଆଉ ହାର୍ଦ୍ଦିକ ବି ଗେମ ଚେଞ୍ଜର ହୋଇପାରନ୍ତି । ହେଲେ ଏ ସବୁ ଭିତରେ ଶ୍ରୀଲଙ୍କାର ସ୍ପିନ ଆଟାକ ଭାରତୀଯ ଟିମକୁ ହଇରାଣ କରିପାରେ । ଆଉ ଯ଼ଦି ବର୍ଷା ନ ହୁଏ ତେବେ ଏକ ରୋମାଞ୍ଚକର ମ୍ୟାଚ ଦେଖିବେ ପ୍ରେମାଦାସା ଷ୍ଟାଡିଯମରେ ଦର୍ଶକ ।

Advertisment
India Vs Sri Lanka Final Asia Cup 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ