Advertisment

ବିଶ୍ୱ କ୍ରିକେଟରେ ’କିଙ୍ଗ୍’ ଟିମ୍ ଇଣ୍ଡିଆ; ସବୁ ଫର୍ମାଟରେ ନମ୍ବର ୧

କ୍ରିକେଟ୍‌ର ସବୁ ଫର୍ମାଟରେ ରାଜ୍‌ କରୁଛି ଟିମ୍‌ ଇଣ୍ତିଆ । ଟେଷ୍ଟ ହେଉ ବା ଦିନିକିଆ କିମ୍ବା ଟି-ଟ୍ୱେଣ୍ଟି ସବୁଥିରେ ଭାରତ ନଂ ୱାନ୍‌ । ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ସହ ଟିମ୍‌ ଇଣ୍ତିଆ ଦିନିକିଆରେ ନଂ ୱାନ୍‌ ସ୍ଥାନ ହାସଲ କରିଛି ।

Team India

Team India

Advertisment

ସବୁ ଫର୍ମାଟରେ ନଂ ୱାନ୍‌ ଟିମ୍‌ ଇଣ୍ତିଆ । ବିଶ୍ୱ କ୍ରିକେଟ୍‌ରେ ଏବେ କିଙ୍ଗ୍‌ ପାଲଟିଛି ଟିମ୍‌ ଇଣ୍ତିଆ । ଅଷ୍ଟ୍ରେଲି‍ଆ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟ ସହ ଭାରତ ଏବେ ଦିନିକିଆରେ ନଂ ୱାନ୍‌ ସ୍ଥାନ ହାସଲ କରିଛି । ଗତକାଲି ମୋହାଲିରେ ଖେଳାଯାଇଥିବା ମ୍ୟାଚରେ ୫ ୱିକେଟରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡି‍ଆ ।

Advertisment

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୭ ରନର ଟାର୍ଗେଟ ଦେଇଥିଲା । ଏହି ଟାର୍ଗେଟକୁ ଭାରତ ୮ ବଲ ବାକି ଥାଇ ହାସଲ କରିନେଇଥିଲା। ଏହି ବିଜୟ ସହ ଭାରତ ୩ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।

ମୋହାଲିରେ ପ୍ରଥମ ମ୍ୟାଚରେ ବିଜୟ ସହ ଏକ ବିରଳ ରେକର୍ଡ ନିଜ ନାମରେ କରିଛି ଭାରତ । କ୍ରିକେଟର ସବୁ ଫର୍ମାଟରେ ନମ୍ବର ୱାନ ହୋଇଛି ଟିମ୍ ଇଣ୍ଡି‍ଆ । ପୂର୍ବରୁ ଟେଷ୍ଟ ଓ ଟି-୨୦ରେ ଭାରତ ଏକ ନମ୍ବର ଥିବା ବେଳେ ମୋହାଲି ଦିନିକିଆ ଜିତି ଦିନିକିଆ ରାଙ୍କିଂରେ ବି ଏକ ନମ୍ବର ସ୍ଥାନ ହାସଲ କରିଛି ଭାରତ । ଦିନିକିଆ ରାଙ୍କିଂରେ ଭାରତ ପାକିସ୍ତାନକୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛି । ପାକିସ୍ତାନ ୧୧୫ ପଏଣ୍ଟ ସହ ଦିନିକିଆରେ ନମ୍ବର ୱାନ ସ୍ଥାନରେ ଥିଲା । ଭାରତ ମୋହାଲିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଦିନିକିଆ ରାଙ୍କିଂରେ ୧୧୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିଛି।

Advertisment

ଏହି ଐତିହାସକ ସଫଳତା ପାଇବରେ ଭାରତ ହେଉଛି ଦ୍ୱିତୀୟ ଟିମ୍ । ଏହା ପୂର୍ବରୁ ଏହି ରେକର୍ଡ କେବଳ ଦକ୍ଷିଣ ଆଫ୍ରିକାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ୨୮ ଅଗଷ୍ଟ ୨୦୧୨ରେ ଏହି ଉପଲବ୍ଧି ହାସଲ କରିଥିଲା। ଦ୍ୱିତୀୟ ଦଳ ଭାବେ ଟିମ୍ ଇଣ୍ଡିଆ ଏହି ସଫଳତା ନିଜ ନାମରେ କରିଛି।

ICC Test Rankings Team India ICC ODI Rankings T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ