Advertisment

କର ବା ମର ମ୍ୟାଚ୍‌ରେ ଜିତିଲା ଭାରତ, ହାରିଲା ଅଷ୍ଟ୍ରେଲିଆ

ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

ଅଦ୍ୟତନ ହୋଇଛି
IND vs AUS 2nd T-20

IND vs AUS 2nd T-20

Advertisment

ନାଗପୁରରେ ଆୟୋଜିତ ଭାରତ ଓ ଅଷ୍ଟ୍ରେଲିଆ ରୋମାଞ୍ଚକର ମ୍ୟାଚରେ ଜିତିଲା ଭାରତ। ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଭାରତ। ଏହି ଟି-୨୦ ମ୍ୟାଚ୍‌ରେ ଓଦା ଆଉଟ ଫିଲ୍ଡ ବାଧକ ସାଜିବାରୁ ଡେରିରେ ଆରମ୍ଭ ହୋଇଥିଲା ମ୍ୟାଚ୍‌। ପଡ଼ିଆ ଶୁଖି ନଥିବାରୁ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଏଥିପାଇଁ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୮ ଓଭର ଲେଖାଏ କରିଦିଆଯାଇଥିଲା।

Advertisment

ଏହି ବର୍ଷା ବାଧକ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାର ଅର୍ଥ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷ କର ବା ମର ମ୍ୟାଚ୍‌ରେ ଭାରତକୁ ୯୧ ରନ ଟାର୍ଗେଟ ମିଳିଥିଲା। ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୯୦ ରନ କରିଥିଲା। 

ଭାରତ ପକ୍ଷରୁ ଅକ୍ଷର ପଟେଲ ୨ ଓଭରରେ ୧୩ ରନ ଦେଇ ୨ ଜଣ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ସେହିପରି ତାଙ୍କ ଓଭର୍‌ରେ ଗତ ମ୍ୟାଚ୍‌ର ହିରୋ କାମେରନ ଗ୍ରୀନ ମଧ୍ୟ ରନ ଆଉଟ ହୋଇଥିଲେ। ତେବେ ଶେଷ ଭାଗରେ ମାଥ୍ୟୁ ୱେଡ ୨୦ ବଲରେ ଅପରାଜିତ ୪୩ ରନର ଇନିଂସ ଖେଳିବାରୁ ଅଷ୍ଟ୍ରେଲିଆ  ୯୦ରେ ପହଞ୍ଚିବାକୁ ସକ୍ଷମ ହୋଇଛି।

Advertisment

୯୧ ରନ୍‌ ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଓପନିଂରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲେ ରୋହିତ ଶର୍ମା। ସେ ୨୦ ଟି ବଲ ଖେଳି ଅପରାଜିତ ୪୬ ରନ୍‌ କରିଛନ୍ତି। ତେବେ ଶେଷ ଓଭରରେ ୯ ରନ୍‌ ଆବଶ୍ୟକ ପଡୁଥିବା ବେଳେ କେବଳ ଦିନେଶ କାର୍ତ୍ତିକ ପ୍ରଥମ ୨ଟି ବଲ୍‌ରେ ଯଥାକ୍ରମେ ୬ ଓ ୪ ମାରି ମ୍ୟାଚ୍‌କୁ ଜିତାଇଥିଲେ।  

IND V AUS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ