Advertisment

ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ତିଆ

ଗୋଟିଏ ମ୍ୟାଚ୍‌ ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌କୁ କବଜା କରିନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ପରି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ କେଏଲ ରାହୁଲଙ୍କ ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି।

IND vs ZIM

IND vs ZIM

Advertisment

ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ସହଜ ବିଜୟ । ୧୬୧ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୨୫ ଓଭରରେ ଜିଣି ୨-୦ରେ ସିରିଜ ଆଗୁଆ ହୋଇଛି  ଟିମ୍ ଇଣ୍ତିଆ । ଭାରତ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

Advertisment

ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୮.୧ ତମ ଓଭରରେ ୧୬୧ ରନ କରି ଅଲ ଆଉଟ ହୋଇଯାଇଥିଲା । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ପୁଣି ବିଫଳ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ସିମ ୱିଲିଅମ୍ସ ଓ ରିଆନ ବର୍ଲ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିକୁ ପହଞ୍ଚାଇଥିଲେ ।

ଜବାବରେ ଭାରତ ବ୍ୟାଟିଂ କରି ୨୫.୪ ତମ ଓଭରରେ ୫ ୱିକେଟ ହରାଇ ୧୬୭ ରନ କରି ହାସଲ କରିନେଇଥିଲା । ଭାରତ ପକ୍ଷରୁ ସଂଜୁ ସାମସନ ସର୍ବାଧିକ ୪୩ ରନ କରିଥିବାବେଳେ, ଶିଖର ଧୱନ ଓ ଶୁଭମନ ଗିଲ ୩୩ ରନ ଲେଖାଏଁ କରିଥିଲେ । ସଞ୍ଜୁ ସାମସନ୍‌ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଆଜି ପୁଣି ଉଭୟ ଦଳ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବ । ...

Advertisment
Cricket IND Vs ZIM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ