Advertisment

ଟିମ୍‌ ଇଣ୍ତିଆର ନୂଆ ରେକର୍ଡ..ଲଗାତାର ଜିତିଲେ ୧୩ଟି ସିରିଜ୍

ମଙ୍ଗଳବାର ରାତିରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନ୍‌ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ସଫଳତା ପାଇଛି।

IND vs WI

IND vs WI

Advertisment

ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ୍‌ରେ ଦିନିକିଆ ଶୃଙ୍ଖଳା ଜିତିଛି । ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ହୋଇଛି ।

Advertisment

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ । ଭାରତ ୩୫୧ ରନ୍‌ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍‌କୁ ଭାରତୀୟ ଦ୍ରୁତ ବୋଲର ପ୍ରଥମରୁ ଚାପରେ ପକାଇଥିଲେ। ମୁକେଶ କୁମାର ପ୍ରଥମ ୩ ୱିକେଟ୍ ଦଖଲ କରିବା ପରେ ଶାର୍ଦ୍ଦୁଳ
ଠାକୁର-ଜୟଦେବ ଉନାଦକଟ୍ ମିଳିତ ଭାବେ ୩ଟି ୱିକେଟ୍ ଦଖଲ କରିଥିଲେ ।

କୁଲଦୀପ ଯାଦବ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ଅକ୍ତିଆର କରି ବିଜୟରେ ନିଜ ଅବଦାନ ରଖିଥିଲେ। ଏଥିସହ ସିରିଜ୍ ଜିତିବା ପରେ ଲଗାତାର ୧୩ଟି ଶୃଙ୍ଖଳା ବିଜୟ ହୋଇ ନୂଆ ରେକର୍ଡ କରିଛି ଟିମ୍ ଇଣ୍ଡିଆ।

Advertisment

Team India IND Vs WI ODIs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ