Shreyas Iyer
ରାଞ୍ଚିଠାରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିଲା । ଟସ୍ ଜିତି ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍ କେଶବ ମହାରାଜ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ସୀମିତ ୫୦ ଓଭର ମଧ୍ୟରେ ଦଳ ୨୭୮ ରନ୍ କରିଥିଲା । ତେବେ ଟିମ୍ ଇଣ୍ତିଆ ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଛି । ଦୁଇଟି ଯାକ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍ରେ ବରାବର୍ ସ୍ଥିତିରେ ରହିଛନ୍ତି ।
ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଓ ଇଶାନ କିଶାନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା । ଏଥିସହ ଦ୍ୱିତୀୟ ଦିନିକିଆରେ ୨୫ଟି ବଲ୍ ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ଭାରତୀୟ ଟିମ୍। ୪୫.୫ ଓଭରେ ଭାରତୀୟ ଟିମ୍ ୩ ୱିକେଟ ହରାଇ ୨୮୨ ରନ୍ କରିଛି । ଚୌକା ମାରି ଶ୍ରେୟସ ଆୟର ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲେ। ତେବେ ଇଶାନଙ୍କ ଆକର୍ଷଣୀୟ ୭ଟି ଛକା ବୃଷ୍ଟି ମ୍ୟାଚ୍ର ମୁଖ୍ୟ ଆକର୍ଷଣ ହୋଇଥିଲା।
ଭାରତୀୟ ଟିମ୍ ପକ୍ଷରୁ ଓପନର ଅଧିନାୟକ ଶିଖର ଧାୱନ ୧୩ ରନ୍ ଓ ଶୁବମନ ଗିଲ୍ ୨୮ ରନ୍ କରିଥିଲେ। ତାଙ୍କ ପରେ ଆସିଥିବା ଇଶାନ କିଶନ ୯୩ ରନ୍(୮୪ ବଲ୍, ୪ ଚୌକା, ୭ ଛକା) କରି ଆଉଟ ହୋଇଥିଲେ। ସେ ଅଳ୍ପକେ ଶତକ କରିବାରୁ ବଞ୍ଚିତ ହୋଇଥିଲେ। ତେବେ ଶ୍ରେୟସ ଆୟରଙ୍କ ଅପରାଜିତ ୧୧୩ ରନ୍(୧୧୧ ବଲ୍, ୧୫ ଚୌକା) ଓ ୱିକେଟ କିପର ସଞ୍ଜୁ ସାମସନଙ୍କ ଅପରାଜିତ ୨୯ ରନ୍ ଭାରତୀୟ ଟିମ୍କୁ ବିଜୟ ଲକ୍ଷ୍ୟ ହାସଲର କରିବାରେ ସହାୟକ ହୋଇଥିଲା।
ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଡେନ୍ ମାର୍କରମ୍ ସର୍ବାଧିକ ୭୯ ରନ୍ କରିଥିବା ବେଳେ ରିଜା ହେଣ୍ତ୍ରିକ୍ସ ୭୪ ରନ୍ ଓ ଡେଭିଡ୍ ମିଲର୍ ୩୫ ରନ୍ କରିଛନ୍ତି । ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ସିରାଜ ନିଜର ଚମତ୍କା ବୋଲିଂ ପ୍ରଦର୍ଶନ କରି ୩୮ ରନ୍ ଦେଇ ୩ଟି ୱିକେଟ୍ ନେଇଛନ୍ତି । ସେହିପରି ସାହାବାଜ୍ ଯାଦବ, କୁଲଦୀପ୍ ଯାଦବ, ୱାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665334225.jpg)