ଆଜି ଦ୍ୱିତୀୟ ଦିନିକିଆ; ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଇନ୍ଦୋରରେ ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚ୍ ଜିତି ଥିବାରୁ ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ ।

Ind Vs Aus

ଆଜି ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ । ଇନ୍ଦୋରରେ ଖେଳାଯିବ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ । ପ୍ରଥମ ମ୍ୟାଚକୁ ୫ ୱିକେଟରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଏହି ବିଜୟ ପରେ ଭାପତକୁ ଐତିହାସିକ ସଫଳତା ମିଳିଛି । କ୍ରିକେଟ୍‌ର ସବୁ ଫର୍ମାଟରେ ଟିମ୍‌ ଇଣ୍ତିଆ ନଂ ୱାନ୍‌ ସ୍ଥାନ ହାସଲ କରିଛି ।

ଆଜିର ମ୍ୟାଚ ଜିତିଲେ ଭାରତ ସିରିଜ ବିଜୟୀ ହେବ । ସେପଟେ କଙ୍ଗାରୁ ଟିମ୍ ଆଜି ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ପ୍ରାଣପଣେ ଉଦ୍ୟମ କରିବ । ତେବେ ଘରୋଇ ମାଟି ସହ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ ଟିମ୍ ଇଣ୍ଡିଆର ମନୋବଳ ବେଶ୍ ଦୃଢ଼ ରହିଛି । ପ୍ରଥମ ମ୍ୟାଚ୍‌ରେ ଗିଲ୍‌ ଓ ଗାଏକ୍ୱାଡ୍‌ଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ସାମି ୫ ୱିକେଟ୍‌ ନେଇ କଙ୍ଗାରୁ ଦଳର ବ୍ୟାଟ୍ସମ୍ୟାନ୍‌ଙ୍କୁ ଧରାସାୟୀ କରିଥିଲେ । କୋହଲି, ରୋହିତ ଶର୍ମା ଓ ପାଣ୍ତ୍ୟାଙ୍କ ଭଳି ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ବି ଟିମ୍‌ ଭଲ ପ୍ରଦର୍ଶନ କରିଛି ।

ଶୁକ୍ରବାର ମ୍ୟାଚ୍‌ରେ ମହମ୍ମଦ ସାମି ଓ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଦଳ ପାଇଁ ସକାରାତ୍ମକ ବାର୍ତ୍ତା ନେଇ ଆସିଛି । ଆୟାର ୪ ନମ୍ବର ସ୍ଥାନ ଲାଗି ଚୟନ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା ପାଇଁ ଏହା ଫଳପ୍ରଦ ହୋଇପାରିନି । ଏସିଆ କପ୍‌ ପୂର୍ବରୁ ତାଙ୍କ ଫିଟ୍‌ ନେଇ ପ୍ରଶ୍ନ ଥିଲା । ପିଠି ଯନ୍ତ୍ରଣା ଯୋଗୁଁ ଏସିଆ କପ୍‌ ଫାଇନାଲ୍‌ରେ ସେ ମଧ୍ୟ ଖେଳିପାରିନଥିଲେ । ଗତ ମ୍ୟାଚ୍‌ରେ ସେ ମାତ୍ର ୮ ରନ୍‌ କରି ରନ୍‌ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ସେ ଭଲ କଲେ ବିଶ୍ବକପ୍‌ ପୂର୍ବରୁ ତାଙ୍କର ଆତ୍ମବିଶ୍ବାସ ବଢ଼ିବ।