IND vs SA T20
ଆଜି ରାଜକୋଟ୍ରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ଖେଳାଯିବ । ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱବହନ ରହିଛି । ଟିମ୍ ଇଣ୍ଡିଆ ସିରିଜ୍ରେ ନିଜ ସ୍ଥାନ ବଞ୍ଚାଇ ରଖିବାକୁ ଆଜି ଜୋରଦାର ଚେଷ୍ଟା କରିବ । ଏପରିକି ଭାରତ ପାଇଁ ଏହା କର ବା ମର ମ୍ୟାଚ୍ । କାରଣ ୫ ଟିକିଆ ସିରିଜ୍ରେ ୨-୧ରେ ଆଗୁଆ ରହିଛି ଦକ୍ଷିଣ ଅାଫ୍ରିକା ଟିମ୍ । ତେଣୁ ଆଜିର ମ୍ୟାଚ୍ ଜିତି ବରାବର ସ୍ଥିତି କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ । ସେହିପରି ଗତ ମ୍ୟାଚ୍ରେ ପରାଜୟ ପରେ ନିଜ ବ୍ୟାଟିଂ ଲାଇନ୍ ଅପ୍କୁ ସଜାଡ଼ିବ ଭମ୍ରଣକାରୀ ଦଳ । ଆଜିର ମ୍ୟାଚ୍ରେ ଟସ୍ ଉପରେ ନଜର ରହିବ । ଉଭୟ ଟିମ୍ ଟସ୍ ଜିତି ଚେସ୍ କରିବାକୁ ଚେଷ୍ଟା କରିପାରନ୍ତି ।
ଲଗାତାର ଦୁଇଟି ମ୍ୟାଚ୍ରେ ପରାଜୟ ପରେ ଟିମ୍ ଇଣ୍ଡିଆର ଗତ ମ୍ୟାଚ୍ରେ ନିଜ ପ୍ରଥମ ବିଜୟ ହାସଲ କରିଛି । ବିଶାଖାପାଟଣାରେ ସାଉଥ୍ ଆଫ୍ରିକାକୁ ୪୮ ରନ୍ରେ ହରାଇଥିଲା ମ୍ୟାନ୍ ଇନ୍ ବ୍ଲୁ । ରୁତୁରାଜ୍ ଗାଇକ୍ୱାଡ୍ ଓ ଇଶାନ କିଶାନଙ୍କ ଅର୍ଦ୍ଧଶତକ, ହର୍ଷାଲ ପଟେଲଙ୍କୁ ସର୍ବାଧିକ ୪ଟି ୱିକେଟ୍ ବଳରେ ଟିମ୍ ଇଣ୍ତିଆ ବିଜୟର ସ୍ୱାଦ ଚଖାଇଥିଲେ । ୫ଟିକିଆ ଟି-ଟ୍ୱେଣ୍ଟି ସିରିଜ୍ରେ ଭାରତ ୨-୧ରେ ପଛୁଆ ରହିଛି । ଆଜି ରାଜ୍କୋଟ୍ରେ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655434469.jpg)