Racism
ଏଜବାଷ୍ଟନରେ ଚାଲିଥିବା ଭାରତ-ଇଂଲଣ୍ଡ କ୍ରିକେଟ ଟେଷ୍ଟରେ ବର୍ଣ୍ଣବୈଷମ୍ୟ ଆକ୍ଷେପ । ଭାରତୀୟ କ୍ରିକେଟ ଫ୍ୟାନଙ୍କ ପ୍ରତି ସ୍ଥାନୀୟ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଏନେଇ ବହୁ କ୍ରିକେଟ ଫ୍ୟାନ୍ ସୋସିଆଲ୍ ମିଡିଆରେ ଅଭିଯୋଗ କରିଥିଲେ । ଗତକାଲି ଚତୁର୍ଥ ଦିନର ଅନ୍ତିମ ଅଧିବେଶନ ବେଳେ ଇଂଲଣ୍ଡ ପ୍ରଶଂସକମାନେ ଏହି ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଘଟଣାର ତଦନ୍ତ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଥମ ୩ ଦିନ ପ୍ରଧାନ୍ୟ ବିସ୍ତାର କରି ଆସିଥିବା ଭାରତୀୟ ଦଳ ଏଜବାଷ୍ଟନ୍ ଟେଷ୍ଟର ଚତୁର୍ଥ ଦିନ ସୁଯୋଗ ହାତଛଡ଼ା କରିଛି । ନାଟକୀୟ ମୋଡ ସହ ଇଂଲଣ୍ଡ ଦଳ ସମ୍ମୁଖରେ ୩୭୮ ରନ୍ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କଷ୍ଟସାଧ୍ୟ ଲକ୍ଷ୍ୟ ଥିଲେ ବି ବେନ୍ ଷ୍ଟୋକ୍ସଙ୍କ ଦଳ ସକରାତ୍ମକ ବ୍ୟାଟିଂ କରି ବିଜୟ ଛଡ଼ାଇ ନେବା ଦିଗରେ ଅଗ୍ରସର ହୋଇଛି ।
ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୩ ୱିକେଟରେ ୨୫୯ ରନ୍ ସଂଗ୍ରହ କରି ଭଲ ସ୍ଥିତିରେ ମଧ୍ୟ ରହିଛି । ସୋମବାର ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ହାତରେ ୭ ୱିକେଟ୍ ଥାଇ ୨୫୭ ରନ୍ ଆଗୁଆ ଥିଲା । କିନ୍ତୁ ମାତ୍ର ୧୨୦ ରନ୍ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍ ହରାଇ ଦେଇଥିଲା । ପୂଜାରା ପ୍ରଥମେ ବିଦାୟ ନେବା ପରେ ଶ୍ରେୟସ ଆୟର୍ ମଧ୍ୟ ପୁଣି ଥରେ ବିଫଳ ହୋଇଥିଲେ । ପୂଜାରାଙ୍କୁ ବ୍ରଡ୍ ଏବଂ ଆୟରଙ୍କୁ ମ୍ୟାଟ୍ ପଟ୍ସ ପ୍ୟାଭିଲିଅନ୍ ରାସ୍ତା ଦେଖାଇବା ପରେ ଭାରତର ନଜର ପ୍ରଥମ ପାଳି ଶତକଧାରୀ ରବୀନ୍ଦ୍ର ଜାଡେଜାଙ୍କ ଉପରେ ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Racism_1657007113.jpg)