Advertisment

ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପୂର୍ବରୁ ଅଭାବନୀୟ ସ୍ଥିତି, ଷ୍ଟାଡିୟମରେ ନାହିଁ ଲାଇନ୍‌...

କିଛି ଘଣ୍ଟା ପରେ ମ୍ୟାଚ୍ ହେବାକୁ ଥିବାବେଳେ ଷ୍ଟାଡିୟମରେ ବିଦ୍ୟୁତ୍‌ ସଂଯୋଗ ନାହିଁ । ରାୟପୁର ସହିଦ ବୀରନାରାୟଣ ସିଂ ଷ୍ଟାଡିୟମରେ ମ୍ୟାଚ୍‌ ପୂର୍ବରୁ ଏଭଳି ଅଭାବନୀୟ ସ୍ଥିତି ଦେଖା ଦେଇଛି ।

ଅଦ୍ୟତନ ହୋଇଛି
IND Vs AUS 4th T20

IND Vs AUS 4th T20

Advertisment

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-ଟ୍ୱେଣ୍ଟି ମ୍ୟାଚ୍ ପୂର୍ବରୁ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ଆଉ କିଛି ଘଣ୍ଟା ପରେ ମ୍ୟାଚ୍ ହେବାକୁ ଥିବାବେଳେ ଷ୍ଟାଡିୟମରେ ବିଦ୍ୟୁତ୍‌ ସଂଯୋଗ ନାହିଁ । ରାୟପୁର ସହିଦ ବୀରନାରାୟଣ ସିଂ ଷ୍ଟାଡିୟମରେ ମ୍ୟାଚ୍‌ ପୂର୍ବରୁ ଏଭଳି ଅଭାବନୀୟ ସ୍ଥିତି ଦେଖା ଦେଇଛି ।

Advertisment

ଅତ୍ୟଧିକ ବିଦ୍ୟୁତ୍‌ ବିଲ୍ ବାକି ଥିବାରୁ ଷ୍ଟାଡିୟମରୁ ଲାଇନ୍ କଟାଯାଇଥିବା ଜଣାପଡ଼ିଛି । ୩ କୋଟି ୧୬ ଲକ୍ଷ ବିଲ୍ ବାକି ପାଇଁ ୫ ବର୍ଷ ତଳୁ କଟାଯାଇଛି ଲାଇନ୍ । ତେବେ ମ୍ୟାଚ୍ ପାଇଁ ବିଶେଷ ଅନୁରୋଧରେ ଅସ୍ଥାୟୀ ସଂଯୋଗ ଦିଆଯାଇଛି ।

ହେଲେ ୨୦୦ କେଭିର ସଂଯୋଗ ଦିଆଯାଇଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି । ୨୦୦ କେଭିରେ କେବଳ ଗ୍ୟାଲେରୀ ଓ ବକ୍ସ ଆଲୋକିତ ହୋଇପାରିବ। ଫ୍ଲଡ୍‌ ଲାଇଟ୍‌ ପାଇଁ ୨୦୦ କେଭି ପର୍ଯ୍ୟାପ୍ତ ହେଉନଥିବାରୁ ଅଚଳାବସ୍ଥା ଦେଖା ଦେଇଛି । ରାୟପୁର ଷ୍ଟାଡିୟମର ଏଭଳି ସ୍ଥିତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 

Advertisment
Ind Vs Aus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ