Advertisment

BCCI ର ନୂଆ ସ୍କିମ୍‌; କୋଟିପତି ହେବେ ଟେଷ୍ଟ କ୍ରିକେଟର, ମ୍ୟାଚ୍‌ ଫି’ ଛଡ଼ା ମିଳିବ ୪୫ ଲକ୍ଷ

ଏଣିକି ଧନୀ ହେବେ ଟେଷ୍ଟ କ୍ରିକେଟର। ମ୍ୟାଚ୍‌ ଫି ଛଡ଼ା ମିଳିବ ଇନସେନଟିଭ୍‌ ଟଙ୍କା। BCCI ର କହିବାନୁଯାୟୀ, ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍‌ ଫି ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ମିଳିବ।

ଅଦ୍ୟତନ ହୋଇଛି
BCCI announces Test cricket incentive

BCCI announces Test cricket incentive

Advertisment

ଟେଷ୍ଟ କ୍ରିକେଟରଙ୍କ ପାଇଁ ଖୁସି ଖବର। ଟେଷ୍ଟ କ୍ରିକେଟରଙ୍କୁ ପୋତ୍ସାହିତ କରିବା ଲାଗି BCCI ର ବଡ଼ ପଦକ୍ଷେପ। ମିଳିବ ଅଧିକ ଟଙ୍କାର ମ୍ୟାଚ୍‌ ଫି’। ଲକ୍ଷେ କି ଦୁଇ ଲକ୍ଷେ ନୁହେଁ, ମ୍ୟାଚ୍‌ ଫି’ ବ୍ୟତୀତ ସେମାନଙ୍କୁ ୪୫ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ। ଇଂଲଣ୍ତ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ବିଜୟ ପରେ BCCI ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହାର ନାମ ‘ଟେଷ୍ଟ କ୍ରିକେଟ ଇନସେନଟିଭ୍‌ ସ୍କିମ’ ରଖାଯାଇଛି। ଅଧିକ ସଂଖ୍ୟକ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା କ୍ରିକେଟରଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ।

Advertisment

ଏଣିକି ଧନୀ ହେବେ ଟେଷ୍ଟ କ୍ରିକେଟର। ମ୍ୟାଚ୍‌ ଫି ଛଡ଼ା ମିଳିବ ଇନସେନଟିଭ୍‌ ଟଙ୍କା। BCCI ର କହିବାନୁଯାୟୀ, ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍‌ ଫି ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ବର୍ତ୍ତମାନ ବିସିସିଆଇ ଜଣେ ଖେଳାଳିଙ୍କୁ ପ୍ରତି ଟେଷ୍ଟ ମ୍ୟାଚ ପିଛା ୧୫ ଲକ୍ଷ ଟଙ୍କା ଲେଖାଏ ଦେଉଛି।

BCCI ର ଏହି ନୂଆ ସ୍କିମ୍‌ ୨୦୨୨-୨୩ ବର୍ଷ ଲାଗି ମଧ୍ୟ କାର୍ଯ୍ୟକାରୀ ହେବ। ଏହି ସ୍କିମ୍‌ ପାଇଁ ବିସିସିଆଇ ପ୍ରତି ସିଜନ୍‌ ପିଛା ଅତିରିକ୍ତ ୪୦ କୋଟି ଟଙ୍କା ଖର୍ଚ୍ଚ କରିବ। ସ୍କିମ ଅନୁଯାୟୀ, ଜଣେ ଜଣେ ଖେଳାଳି ଗୋଟିଏ ସିଜିନରେ ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳିବେ, ତା’ହେଲେ ତାଙ୍କୁ ମ୍ୟାଚ୍‌ ପିଛା ଅତିରିକ୍ତ ୪୫ ଲକ୍ଷ ଟଙ୍କା ଲେଖାଏ ମିଳିବ। ପ୍ଲେଇଙ୍ଗ ଇଲେଭେନ୍‌ ରହୁନଥିବା ଖେଳାଳିମାନଙ୍କୁ ମଧ୍ୟ ଅତିରିକ୍ତ ଭାବେ ୨୨.୫ ଲକ୍ଷ ଟଙ୍କା ଲେଖାଏ ମିଳିବ।

Advertisment

ସ୍କିମରେ ଥିବା ବ୍ୟବସ୍ଥାରେ କୁହାଯାଇଛି ଯେ ଯଦି ଜଣେ ଖେଳାଳି ଗୋଟିଏ ସିଜିନରେ ୫୦%ରୁ କମ ମ୍ୟାଚ୍‌ ଖେଳନ୍ତି, ତାଙ୍କୁ ଏହି ଯୋଜନାରେ କୌଣସି ପ୍ରକାରର ପ୍ରୋତ୍ସାହନ ରାଶି ମିଳିବ ନାହିଁ। ଯଦି ଗୋଟିଏ ସିଜିନରେ ୯ଟି ମ୍ୟାଚ୍‌ ଆୟୋଜନ ହୁଏ ଓ ଜଣେ ଖେଳାଳି ୪ରୁ କମ ମ୍ୟାଚ୍‌ରେ ଭାଗ ନିଅନ୍ତି, ତା’ହେଲେ ତାଙ୍କୁ ଯୋଜନାରେ ସାମିଲ କରାଯିବ ନାହିଁ। ସେହିପରି ମୋଟ ୯ଟି ମ୍ୟାଚ୍‌ରୁ ୫ କିମ୍ବା ୬ଟି ମ୍ୟାଚ୍‌ ଅର୍ଥାତ ୫୦ ପ୍ରତିଶତରୁ ଅଧିକ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ଥିବା ଖେଳାଳିଙ୍କୁ ମ୍ୟାଚ ଫି’ ବ୍ୟତୀତ ଅତିରିକ୍ତ ୩୦ ଲକ୍ଷ ଟଙ୍କା ଲେଖାଏ ମିଳିବ। ଚୂଡ଼ାନ୍ତ ଏକାଦଶରେ ନଥିବା ଖେଳାଳିଙ୍କୁ ମଧ୍ୟ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ।

Advertisment

ଖେଳାଳିମାନଙ୍କୁ ଟେଷ୍ଟ କ୍ରିକେଟ ପ୍ରତି ଅଧିକ ଆକର୍ଷିତ କରିବା ପାଇଁ ବିସିସିଆଇ ପକ୍ଷରୁ ଏପରି ପ୍ରୋତ୍ସାହନ ସ୍କିମ ଘୋଷଣା କରାଯାଇଛି। ଟେଷ୍ଟ ଟିମକୁ ସେତେବେଳେ ଜଣେ ଖେଳାଳି ଆସିବେ ଯେତେବେଳେ ସେ ରଣଜୀ ଟ୍ରଫିରେ ସେ ରନ କରିବେ। ତେଣୁ ପରୋକ୍ଷରେ ବିସିସିଆଇ କ୍ରିକେଟମାନଙ୍କୁ ରଣଜୀ ଖେଳିବାକୁ ସଙ୍କେତ ଦେଇଛି। ନିକଟରେ ଶ୍ରେୟସ ଅୟର ଓ ଇଶାନ କିଶାନଙ୍କୁ BCCI ର ବାର୍ଷିକ ଚୁକ୍ତିରୁ ବାଦ ଦିଆଯାଇଛି। ସେମାନଙ୍କୁ ରଣଜୀ କ୍ରିକେଟ ଖେଳିବାକୁ ପରାମର୍ଶ ଦିଆଯାଇଛି।

Test Match BCCI Test Cricket Incentives
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ