Advertisment

ICC କ୍ରିକେଟ ବିଶ୍ୱକପ ଆନ୍ଥେମ ରିଲିଜ..ନଜର ଆସିଲେ ଅଭିନେତା ରଣବୀର ସିଂ

ICC କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’ ରିଲିଜ ହୋଇଛି ।

ଅଦ୍ୟତନ ହୋଇଛି
Anthem Release

Anthem Release

Advertisment

ଏକଦିବସୀୟ ବିଶ୍ୱକପ କ୍ରିକେଟ ୨୦୨୩ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଏହାରି ଭିତରେ ICC କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’ ରିଲିଜ ହୋଇଛି । ଲୋକପ୍ରିୟ ସଂଗୀତକାର ପ୍ରୀତମଙ୍କ ଦ୍ୱାରା ଏହି ସଂଗୀତ ରଚନା କରାଯାଇଛି । ଆଇସିସି ସୋସିଆଲ ମିଡ଼ିଆ ପେଜ୍‌ ‘ଏକ୍ସ’ ରେ ଏହାର ଭିଡିଓ ଶେୟାର କରିଛି । ଏଥିରେ ବଲିଉଡର ପ୍ରସିଦ୍ଧ ଅଭିନେତା ରଣବୀର ସିଂ ଏବଂ ବଲିଉଡର ଗାୟକ ପ୍ରୀତମ ନଜର ଆସିଛନ୍ତି ।

Advertisment

ପ୍ରଶଂସକମାନେ ଏହି ସଂଗୀତକୁ ପସନ୍ଦ କରିଛନ୍ତି । ଭିଡିଓରେ ଅଂଶଗ୍ରହଣକାରୀ ସମସ୍ତ ୧୦ ଟି ଦେଶର ଜର୍ସି ପିନ୍ଧି ପ୍ରଶଂସକମାନେ ନଜର ଆସିଛନ୍ତି । ଏହି ମେଗା ଇଭେଣ୍ଟ ଅକ୍ଟୋବର ୫ ରୁ ଭାରତରେ ଆୟୋଜିତ ହେବ । ଯେଉଁଥିରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି ।

Advertisment

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍‌, ଇଶାନ କିଶନ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କେ. ଏଲ୍‌ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ

2023 Men's World Cup Team India BCCI Anthem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ