Advertisment

ବାଂଲାଦେଶ ଖେଳାଳିଙ୍କ ଅଭିଯୋଗ- ମ୍ୟାଚ୍‌ ବେଳେ ଫେକ୍‌ ପିଲ୍ଡିଂ କରିଥିଲେ କୋହଲି !

ଭାରତ ଜିତିବା ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ବାଂଲାଦେଶ ଖେଳାଳି ଫେକ୍‌ ପିଲ୍‌ଡିଂ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ବାଂଲାଦେଶ ଖେଳାଳି ନୁରୁଲ୍‌ ହସନ୍‌ ଏହି ପ୍ରସଙ୍ଗ ଉଠାଇଛନ୍ତି।

ଅଦ୍ୟତନ ହୋଇଛି
Bangladesh Cricketer

Bangladesh Cricketer Accuses Virat Kohli of Fake Fielding

Advertisment

ଟି-୨୦ ବିଶ୍ୱକପ୍‌‌(T20 World Cup 2022)ରେ ବିରାଟ କୋହଲି ଭଲ ଫର୍ମରେ ଅଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟ କଥା ଯଦି କହିବା ତା’ହେଲେ ଏବେ ସୁଦ୍ଧା ୪ଟି ମ୍ୟାଚ୍‌ରୁ ୩ଟି ମ୍ୟାଚ୍‌ରେ ବିରାଟ ଅର୍ଦ୍ଧଶତକ କରିଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ(IND vs BAN) ସେ ୪୪ ବଲ୍‌ରେ ୬୪ ରନ୍‌ କରିଥିଲେ। ଏଥିଯୋଗୁ ଟିମ୍‌ ଇଣ୍ଡିଆ ଡକ୍‌ୱର୍ଥ ଲୁଇସ୍‌ ନିୟମ ଆଧାରରେ ୫ ରନ୍‌ରେ ବିଜୟ ହାସଲ କରିଥିଲା। ବୁଧବାର ଦିନ ଏଡିଲେଡ୍‌ ଓଭାଲ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ହରାଇ ୧୮୪ ରନ୍‌ କରିଥିଲା। ବର୍ଷା ଯୋଗୁ ବାଂଲାଦେଶ ଟିମ୍‌କୁ ୧୬ ଓଭରରେ ୧୫୧ ରନ୍‌ର ଟାର୍ଗେଟ୍‌ ଦିଆଯାଇଥିଲା। ହେଲେ ଟିମ୍‌ ୬ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ଫଳରେ ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ବିଜୟ ହାସଲ କରି ସେମିଫାଇନାଲ୍‌ରେ ପହଞ୍ଚିବାର ରାସ୍ତାକୁ ଏକ ପ୍ରକାର ପକ୍କା କରିଛି। ଏହାସହ ଗ୍ରୁପ୍‌-୨ରେ ପଏଣ୍ଟ ଟେବଲ୍‌ରେ ଭାରତ ଟପ୍‌ରେ ରହିଛି। 

Advertisment

ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି ପାକିସ୍ତାନୀ ଫ୍ୟାନ୍ସ

ଭାରତ ଜିତିବା ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ସେମାନେ ଫିଲ୍‌ଡ୍‌ରେ ଥିବା ଅମ୍ପାୟର୍ସଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଟିମ୍‌ ଇଣ୍ଡିଆ ଓ BCCIର ଚାପରେ ପଡ଼ି ଅମ୍ପାୟର୍ସ ଓଦା ପଡ଼ିଆରେ ପୁଣିଥରେ ମ୍ୟାଚ୍‌ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ବାଂଲାଦେଶ ଖେଳାଳି ଫେକ୍‌ ପିଲ୍‌ଡିଂ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ବାଂଲାଦେଶ ଖେଳାଳି ନୁରୁଲ୍‌ ହସନ୍‌ ଏହି ପ୍ରସଙ୍ଗ ଉଠାଇଛନ୍ତି। ଅମ୍ପାୟର୍ସ ଏହା ଉପରେ ଧ୍ୟାନ ଦେଇ ନଥିବା ସେ କହିଛନ୍ତି। ଏଥିରେ ଆମକୁ ୫ ରନ୍‌ ମିଳିଥାନ୍ତି ବୋଲି ନୁରୁଲ୍‌ ହସନ୍‌ କହିଛନ୍ତି। ଏହାଛଡ଼ା ଫିଲ୍‌ଡ୍‌ ଓଦା ଥିବା ସତ୍ତ୍ୱେ ପୁଣିଥରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି। ଏପରିକି ମ୍ୟାଚ୍‌ ପରେ ବାଂଲାଦେଶ କ୍ୟାପ୍‌ଟେନ୍‌ ଶାକିବ ଅଲ୍‌ ହସନ୍‌ କହିଥିଲେ ଯେ, ଅମ୍ପାୟରଙ୍କ ନିଷ୍ପତ୍ତି ଆମକୁ ମାନିବାକୁ ପଡ଼ିବ। ବର୍ଷା ଛାଡ଼ିବା ପରେ ପୁଣିଥରେ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ବାଂଲାଦେଶର କ୍ୟାପ୍‌ଟେନ୍‌ ଶାକିବ୍‌ ଅଲ୍‌ ହସନ୍‌ ଓ ଅମ୍ପାୟର୍ସଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିବା ଦେଖିବାକୁ ମିଳିଥିଲା। 

Advertisment


ଫେକ୍‌ ଫିଲ୍‌ଡିଂ କ’ଣ ?

ମ୍ୟାଚ୍‌ ବେଳେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଯଦି ଜାଣିଶୁଣି କିମ୍ବା କନ୍‌ଫ୍ୟୁଜ୍‌ କରି ଅଟକା ଯାଇଥାଏ, ତା’ହେଲେ ଅମ୍ପାୟର୍‌ ଏହି ବଲ୍‌କୁ ଡେଡ୍‌ ବଲ୍‌ ଘୋଷଣା କରିପାରିବେ। ଡେଡ୍‌ ବଲ୍‌ ଅର୍ଥ ଉକ୍ତ ବଲ୍‌କୁ କାଉଣ୍ଟ ଅର୍ଥାତ୍‌ ବୈଧ ବୋଲି ବିବେଚନା କରାଯାଏ ନାହିଁ। ଏହାଛଡ଼ା ବ୍ୟାଟିଂ କରୁଥିବା ଟିମ୍‌କୁ ୫ ରନ୍‌ ମିଳିପାରେ। ତେବେ ଗତକାଲି ଖେଳା ଯାଇଥିବା ମ୍ୟାଚ୍‌ରେ ସବୁଠାରୁ ରୋଚକ କଥା ହେଲା, ଯଦି ବାଂଲାଦେଶ ଟିମ୍‌କୁ ଏହି ୫ ରନ୍‌ ମିଳି ଯାଇଥାନ୍ତା, ତା’ହେଲେ ବାଂଲାଦେଶ ମ୍ୟାଚ୍‌ ଜିତିଥାନ୍ତା। ହେଲେ ୭ ଓଭରରେ ଏମିତି କିଛି ଘଟିଥିଲା ଯାହାକୁ ନେଇ ଏବେ ବାଂଲାଦେଶ ଖେଳାଳି ନୁରୁଲ୍‌ ହସନ୍‌ ଫେକ୍‌ ପିଲ୍‌ଡିଂ ପ୍ରସଙ୍ଗ ଉଠାଇଛନ୍ତି। ତୃତୀୟ ବଲ୍‌ରେ ଲିଟନ ଦାସ ଅଫ୍‌ ସାଇଡ୍‌ରେ ଖେଳି ୧ ରନ୍‌ କରିଥିଲେ। ବଲ୍‌ ବାଉଣ୍ଡ୍ରି ପର୍ଯ୍ୟନ୍ତ ଯାଇଥିଲା ଓ ଏହି ସମୟରେ ଅର୍ଶଦୀପ୍‌ ବଲ୍‌ ଉଠାଇ ଫିଙ୍ଗିଥିଲେ। ବଲ୍‌ ଫିଙ୍ଗିବା ପରେ ବିରାଟ କୋହଲି ହାତରେ ବଲ୍‌ ନଧରି ବଲ୍‌ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା। ଫଳରେ ବ୍ୟାଟ୍ସମ୍ୟାନ୍‌ କନ୍‌ଫ୍ୟୁଜ୍‌ରେ ପଡ଼ିବେ ଓ ଏହା ଫେକ୍‌ ଫିଲ୍‌ଡିଂ ବୋଲି ବାଂଲାଦେଶ ଖେଳାଳି ନୁରୁଲ୍‌ ହସନ୍‌ ଅଭିଯୋଗ କରିଛନ୍ତି।

Advertisment

ଗ୍ରୁପ୍‌-୨ର ପଏଣ୍ଟ ଟେବଲ୍‌ କଥା ଯଦି ଆମେ କହିବା ତା’ହେଲେ, ଭାରତ ୪ ମ୍ୟାଚ୍‌ ସହ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ନଭେମ୍ବର ୬ରେ ଜିମ୍ବାୱେ ସହ ଟିମ୍‌ ଇଣ୍ଡିଆର ଶେଷ ମୁକାବିଲା ହେବ।

Virat Kohli World Cup 2022 ICC T20 World Cup 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ