Ind Vs Ned
ଦୀପାବଳିରେ ବିଶ୍ୱକପ ମୁକାବିଲାରେ ଭାରରର ଆତସବାଜି ବ୍ୟାଟିଂ । ନେଦରଲାଣ୍ଡସ ବିପକ୍ଷରେ ବିଶ୍ୱକପର ଶେଷ ଲିଗ ମ୍ୟାଚ ଖେଳୁଥିବା ଟିମ ଇଣ୍ଡିଆ ଆଜି
ନେଦରଲ୍ୟାଣ୍ଡସ ଆଗରେ ରଖିଛି ୪୧୧ ରନର ବିଜୟଲକ୍ଷ୍ୟ । ଶ୍ରେୟସ ଆୟାର ଓ କେ ଏଲ ରାହୁଲଙ୍କ ଶତକ ସହ ରୋହିତ ଶର୍ମା, ସୁବମନ ଗିଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ ଟିମ ଇଣ୍ଡିଆ ଏହି ବିଶାଳ ଟାର୍ଗେଟ ରଖିଛି ।
ଆଜି ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ରୋହିତ ଶର୍ମା ଏବଂ ସୁବମନ ଗିଲ ଶତକୀୟ ପାର୍ଟନରଶିପ ସହ ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ । ରୋହିତ ଶର୍ମା ୬୧ ଏବଂ ସୁବମନ ଗିଲ ୫୧ ରନ କରି ଆଉଟ ହୋଇଥିଲେ । ପରେ ବିରାଟ କୋହଲି ମଧ୍ୟ ହାଫ୍ ସେଂଚୁରୀ ହାସଲ କରିଥିଲେ । ବିରାଟ ଆଉଟ
ହେବା ପରେ ଶ୍ରେୟସ ଆୟାର ଓ କେ ଏଲ ରାହୁଲ ଚତୁର୍ଥ ୱିକେଟ ଯୋଡିରେ ୨୦୮ ରନର ଭାଗିଦାରୀ ଦେଇଥିଲେ ।
ଲିଗ ମ୍ୟାଚରେ ଏପର୍ଯ୍ୟନ୍ତ ଅପରାଜେୟ ରହି ଭାରତ ସେମିଫାଇନାଲରେ ପ୍ରବେଶ କରିସାରିଛି । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଟିମ ଇଣ୍ଡିଆ ଆଜିର ମୁକାବିଲା ଜିତିଲେ ଦୃଢ ମନୋବଳ ସହ ସେମିଫାଇନାଲକୁ ଓହ୍ଲାଇବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Ind_Vs_Ned_1699792966.jpg)