Advertisment

Rajat Patidar: RCB ର ସ୍ୱପ୍ନକୁ କିପରି ସାକାର କଲେ ରଜତ ପଟିଦାର ?

ଆଇପିଏଲ୍‌ର ୧୮ତମ ସିଜନ୍‌ରେ ଜଣେ ପରିପୂର୍ଣ୍ଣ ଅଧିନାୟକ ଥିଲେ ରଜତ ପାଟିଦାର । ତାଙ୍କ ନେତୃତ୍ୱରେ ଲିଗ୍ ଇତିହାସରେ ପ୍ରଥମ ଥର ଚାମ୍ପିଅନ୍ ହୋଇଛି ଆର୍‌ସିବି । ତେବେ ଟିମ୍‌ର ସ୍ୱପ୍ନକୁ କିପରି ସାକାର କରିଛନ୍ତି ଏହି ନୂଆ ଅଧିନାୟକ? ତାଙ୍କ ବୈଶିଷ୍ଟ୍ୟ ଓ ରଣନୀତି ଏବେ ପାଲଟିଛି ଚର୍ଚ୍ଚାର ବିଷୟ ।

ଅଦ୍ୟତନ ହୋଇଛି
ରଜତ ପଟିଦାର

ରଜତ ପଟିଦାର

Advertisment

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ଇତିହାସରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏକ ଚର୍ଚ୍ଚିତ ଟିମ୍ ରହିଆସିଛି । ୨୦୦୮ରେ ଆଇପିଏଲ୍‌ର ଆରମ୍ଭରୁ ହିଁ ଆର୍‌ସିବି ଟ୍ରଫି ଜିତିବାର ସ୍ୱପ୍ନ ଦେଖିଥିଲା । ଟିମ୍‌ରେ ବେଶ୍ ଚାକଚକ୍ୟ ଥିଲା । ବିରାଟ କୋହଲି, ଏବି ଡି’ ଭିଲିଅର୍ସ, କ୍ରିସ୍ ଗେଲ୍‌, ଅନିଲ କୁମ୍ବଲେ, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଡେଲ୍ ଷ୍ଟେନ୍‌, ଫାଫ୍ ଡୁ’ ପ୍ଲେସିସ୍ ଓ ଜୋଶ୍ ହାଜଲଉଡ୍‌ଙ୍କ ଭଳି ବଡ଼ ଖେଳାଳିଙ୍କ ଯୋଗୁଁ ଟିମ୍‌ର ପ୍ରଶଂସକଙ୍କ ସଂଖ୍ୟା ବଢ଼ିଚାଲିଲା ।

Advertisment

କିନ୍ତୁ ଏସବୁ ସତ୍ତ୍ୱେ ୧୮ତମ ସିଜନ୍ ପୂର୍ବ ଯାଏଁ ଆର୍‌ସିବି ପାଇଁ ଟ୍ରଫି ଜିତିବା ଏକ ଚାଲେଞ୍ଜ୍ ହୋଇ ରହିଥିଲା । ତେବେ ରଜତ ପାଟିଦାର ଟିମ୍‌ର ନେତୃତ୍ୱ ନେବା ପରେ ଏହି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା । ସ୍ୱପ୍ନ ସାକାର ହେଲା ।
ମଧ୍ୟପ୍ରଦେଶର ୩୨ବର୍ଷୀୟ ପାଟିଦାର ଘରୋଇ କ୍ରିକେଟ୍‌ର ଜଣେ ଦକ୍ଷ ଖେଳାଳି । ତାଙ୍କ ଅଧିନାୟକୀୟ ଦକ୍ଷତା ଓ ରଣନୀତି ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହା ପୂର୍ବରୁ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ‘ସୟଦ ମୁସ୍ତାକ୍ ଅଲୀ ଟ୍ରଫି’ରେ ମଧ୍ୟ ତାଙ୍କ ନେତୃତ୍ୱର ଝଲକ ଦେଖିବାକୁ ମିଳିଥିଲା ।

ଏମ୍‌ପି ପରେ ଆର୍‌ସିବିର ଅଧିନାୟକତ୍ୱ

ସ୍ୱଳ୍ପଭାଷୀ ପାଟିଦାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଜଣେ ପରିପୂର୍ଣ୍ଣ ଅଧିନାୟକ ସାବ୍ୟସ୍ତ ହୋଇଥିଲେ । ଟିମ୍‌ର ଉଜ୍ଜ୍ୱଳ ଭାବମୂର୍ତ୍ତିକୁ ଅକ୍ଷୁଣ୍ଣ ରଖି ଟ୍ରଫି ଜିତିବା ଉପରେ ଧ୍ୟାନ କେନ୍ଦ୍ରିତ କରିପାରୁଥିବା ଏଭଳି ଜଣେ ଅଧିନାୟକଙ୍କୁ ଖୋଜୁଥିଲା ଆର୍‌ସିବି ।  ସୟଦ ମୁସ୍ତାକ୍ ଅଲୀ ଟ୍ରଫି ୨୦୨୪-୨୫ରେ ମଧ୍ୟପ୍ରଦେଶର ଅଧିନାୟକତ୍ୱ କରୁଥିବା ପାଟିଦାର ନିଜ ଟିମ୍‌କୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ଦିଲ୍ଲୀ ବିପକ୍ଷ ସେମିଫାଇନାଲ୍‌ରେ ଟିମ୍ ସଙ୍କଟଜନକ ସ୍ଥିତିରେ ଥିବା ବେଳେ ସେ ବ୍ୟାଟିଂ କରିବାକୁ ଆସିଥିଲେ ।

Advertisment

ମଧ୍ୟପ୍ରଦେଶ ଆଗରେ ୧୪୭ ରନ୍‌ର ବିଜୟଲକ୍ଷ୍ୟ ଥିଲା, ହେଲେ ଟିମ୍ ୪୬ ରନ୍ ମଧ୍ୟରେ ୩ ୱିକେଟ୍ ହରାଇଥିଲା । ପାଟିଦାର ଦମ୍‌ଦାର ବ୍ୟାଟିଂ କରି ଟିମ୍‌କୁ ଜିତାଇଥିଲେ । ସେ ମାତ୍ର ୨୯ ବଲ୍‌ରେ ଅପରାଜିତ ୬୬ ରନ୍‌ର ଇନିଂସ୍ ଖେଳିଥିଲେ, ଯେଉଁଥିôରେ ଛଅ ଛକା ଓ ଚାରି ଚୌକା ଥିଲା ।ନିଜ ନେତୃତ୍ୱ ଦକ୍ଷତା ଦ୍ୱାରା ପାଟିଦାର ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ । ସେମାନଙ୍କ ମଧ୍ୟରେ ଆର୍‌ସିବିର ମୁଖ୍ୟ କୋଚ୍ ଆଣ୍ଡି ଫ୍ଲାୱାର ଓ ନିର୍ଦ୍ଦେଶକ ମୋ’ ବୋବତ ବି ସାମିଲ୍ ଥିଲେ । ଏହାପରେ ତାଙ୍କୁ ଆଇପିଏଲ୍‌ର ଚର୍ଚ୍ଚିତ ଟିମ୍ ଆର୍‌ସିବିର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଗଲା ।

ପଟିଦାର ଘରୋଇ କ୍ରିକେଟ୍‌ରେ ଅଧିନାୟକ ଭାବେ ପ୍ରସ୍ତୁତ ହୋଇସାରିଥିଲେ । ସେ ୨୦୨୫ ଆଇପିଏଲ୍ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । କୋଚ୍ ଫ୍ଲାୱାରଙ୍କ ଉପସ୍ଥିତି ତାଙ୍କ ପାଇଁ ପ୍ଲସ୍ ପଏଣ୍ଟ ହୋଇଥିଲା । ସେ କଠିନ ସମୟରେ ଧୈର୍ଯ୍ୟ ଧରିବା ଶିଖିଥିଲେ । କୋଚ୍ ଅଧିନାୟକଙ୍କୁ ସ୍ୱାଧୀନତା ଦେଇଥିଲେ । ପାଟିଦାର ସମ୍ମୁଖଭାଗରୁ ଟିମ୍‌ର ନେତୃତ୍ୱ ନେବା ସହ ନିଜେ ନିଷ୍ପତ୍ତି ନେଉଥିଲେ ।

Advertisment

ଟିମ୍‌କୁ ବଦଳାଇଦେଲା ଅଧିନାୟକଙ୍କ ବୈଶିଷ୍ଟ୍ୟ

ନୂଆ ଅଧିନାୟକ ବିନମ୍ରତା, ଆତ୍ମବିଶ୍ୱାସ, ରଣନୈତିକ ଜ୍ଞାନ ସହ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ସାଙ୍ଗରେ ନେଇ ଚାଲିବାର କ୍ଷମତା ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ବୈଶିଷ୍ଟ୍ୟ ଟିମ୍‌କୁ ବଦଳାଇ ଦେଇଥିଲା । ପାଟିଦାର ନିଜ ସମ୍ବଳର ସଦୁପଯୋଗ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନିଜ ବୋଲର୍‌ଙ୍କ ଠିକ୍ ଉପଯୋଗ କରି ଟିମ୍‌କୁ ସଫଳତା ଦେଇଥିଲେ ।ଫାଇନାଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଟିମ୍ ୧୯୦ ରନ୍ ସଂଗ୍ରହ କରିଥିଲା । ଏହି ସ୍କୋର୍ ଆଇପିଏଲ୍ ଫାଇନାଲ୍‌ରେ ଉଚିତ ସ୍କୋର୍ ଠାରୁ ୨୦-୩୦ ରନ୍ କମ୍ ଥିଲା ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପାଟିଦାର ହାର୍ ମାନି ନ ଥିଲେ ।

ପଞ୍ଜାବ କିଙ୍ଗ୍‌ସର ଅଧିନାୟକ ବ୍ୟାକ୍ ଅଫ୍ ଲେନ୍ଥ ବଲ୍ ଓ ଧିମା ବାଉନ୍ସର୍‌ର ଜାଲ ବିଛାଇଥିଲେ । ସେହି ରଣନୀତି କାମରେ ଆସିଥିଲା । ଆଇପିଏଲ୍‌ର ସବୁଠାରୁ ସଫଳ ବ୍ୟାଟର୍‌ଙ୍କ ମଧ୍ୟରେ ପରିଗଣିତ ବିରାଟ କୋହଲି ତାଙ୍କର ୪୩ (୩୫ ବଲ୍‌ରେ) ରନ୍‌ର ଇନିଂସ୍‌ରେ ମାତ୍ର ତିନି ଚୌକା ମାରିଥିଲେ । ଟିମ୍‌ରେ ବଡ଼ ଭାଗୀଦାରୀ ହେବା ପୂର୍ବରୁ ଭାଙ୍ଗିଯାଉଥିଲା ।

ଚତୁର ନେତୃତ୍ୱ ଓ ଫଳପ୍ରଦ ରଣନୀତି

୧୯୧ ରନ୍‌ର ବିଜୟଲକ୍ଷ୍ୟ ନେଇ ଖେଳୁଥିବା ପଞ୍ଜାବ ଟିମ୍ ପାୱାରପ୍ଲେ ପରେ ୫୨/୧ ସ୍କୋର୍‌ରୁ ଆଗକୁ ବଢ଼ୁଥିଲା । ସେତିକିବେଳେ ଅଧିନାୟକ ତାଙ୍କ ରଣନୀତି ଆପଣାଇଥିଲେ ।  ଫିଲ୍ଡିଂ ଖୋଲିବା ପରେ ପାଟିଦାର ସ୍ପିନର୍ କୃଣାଲ ପାଣ୍ଡ୍ୟାଙ୍କୁ ଆଣିଥିଲେ । ଏହି ବାମହାତି ଅର୍ଥୋଡକ୍ସ ସ୍ପିନର ଆସୁ ଆସୁ ରନ୍‌ଗତି ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଥିଲେ । ସେ ନିଜ ପରବର୍ତ୍ତୀ ଓଭର୍‌ରେ ଗତି ଓ ଲେନ୍ଥରେ ପରିବର୍ତ୍ତନ କରି ପ୍ରଭସିମରନ୍ ସିଂହ (୨୬)ଙ୍କୁ ପାଭିଲିଅନ୍ ପଠାଇଥିଲେ ।ପଞ୍ଜାବର ସ୍କୋର୍ ୭୨/୨ ଥିବା ବେଳେ ପାଟିଦାର ଆଉ ଏକ ପ୍ରୟୋଗ କରିଥିଲେ ।

ପ୍ରତିପକ୍ଷ ଅଧିନାୟକ ଶ୍ରେୟସ ବ୍ୟାଟିଂ କରିବାକୁ ଆସିବାରୁ ସେ ପେସର୍ ରୋମାରିଓ ଶିଫର୍ଡଙ୍କୁ ବୋଲିଂ ଦେଇଥିଲେ । ଶିଫର୍ଡ ଓଭର୍‌ର ଦ୍ୱିତୀୟ ବଲ୍‌ରେ ଶ୍ରେୟସଙ୍କୁ ୱିକେଟ୍ ପଛରେ ଜିତେଶ ଶର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ ।ଶ୍ରେୟସ ମାତ୍ର ୧ ରନ୍ କରିପାରିଥିଲେ । ଏହା ମ୍ୟାଚ୍‌ର ଟର୍ଣ୍ଣଂ ପଏଣ୍ଟ ଥିଲା । ବିପକ୍ଷ ଟିମ୍‌ର ସବୁଠାରୁ ବଡ଼ ବ୍ୟାଟର୍‌ଙ୍କ ୱିକେଟ୍ ପଡ଼ିଥିଲା । ଦୁଇ ଓଭର୍ ପରେ ପୁଣି କୃଣାଲଙ୍କୁ ଡକାଯାଇଥିଲା । ଏଥର ସେ ଜୋଶ୍ ଇଂଲିସ୍‌ଙ୍କ ଶିକାର କରିଥିଲେ, ଯିଏକି ୨୩ ବଲ୍‌ରେ ୩୯ ରନ୍‌ର ଇନିଂସ୍ ଖେଳିଥିଲେ ।

ଏହାପରେ ଶଶାଙ୍କ ସିଂହ ଏକାକୀ ସଂଘର୍ଷ ଜାରି ରଖିଥିଲେ । ୧୭ତମ ଓଭର୍‌ରେ ଅଭିଜ୍ଞ ପେସର୍ ଭୁବନେଶ୍ୱର କୁମାର ଦ୍ୱୈତ ସଫଳତା ପାଇଥିଲେ । ସେ ପ୍ରଥମେ ନେହାଲ ୱାଧେରା (୧୫) ଓ ଏହାପରେ ମାର୍କସ ଷ୍ଟୋଇନିସ୍ (୬)ଙ୍କୁ ଆଉଟ୍ କରିଥିଲେ ।
ଏହା ନିର୍ଣ୍ଣାୟକ ଝଟ୍‌କା ଥିଲା । ପଞ୍ଜାବ ୬ ରନ୍‌ରେ ମ୍ୟାଚ୍ ହାରିଯାଇଥିଲା । ଶଶାଙ୍କଙ୍କ ୩୦ ବଲ୍‌ରୁ ୬୧ ରନ୍‌ର ଅପରାଜିତ ଇନିଂସ୍ କାମରେ ଆସି ନ ଥିଲା ।

ମ୍ୟାଚ୍ ପରେ ଆର୍‌ସିବିର କୋଚ୍ ଫ୍ଲାୱାର କହିଥିଲେ, “ରଜତ ଚାପ ଭିତରେ ଭଲ ନିଷ୍ପତ୍ତି ନେଲେ । ମୋ ମନରେ ତାଙ୍କ ପ୍ରତି ବହୁତ ସମ୍ମାନ ରହିଛି । ଯେଉଁଭଳି ଭାବେ ସେ ନିଜକୁ ଉପସ୍ଥାପନ କଲେ, ତାହାକୁ ନେଇ ମୁଁ ପ୍ରକୃତରେ ଗର୍ବିତ ।”ପାଟିଦାର ଯେପରି ଦୃଢ଼ତାର ସହ ଟିମ୍‌କୁ ତୁଙ୍ଗ ଶିଖରରେ ପହଞ୍ଚାଇଥିଲେ, ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ ଥିଲା । ଏହାଛଡ଼ା ସେ ବ୍ୟାଟିଂରେ ୧୫ ମ୍ୟାଚ୍‌ର ୧୪ ଇନିଂସ୍ ଖେଳି ୩୧୨ ରନ୍ ସଂଗ୍ରହ କରିଥିଲେ । ପାଟିଦାର ୨୦୨୧ରୁ ଆର୍‌ସିବିର ଗୁରୁତ୍ୱପୂର୍ଣ୍ଣ ଖେଳାଳି ରହିଆସିଛନ୍ତି । ଏବେ ତ ସେ ନିଜର ନେତୃତ୍ୱ ଦକ୍ଷତା ବି ସାବ୍ୟସ୍ତ କରିସାରିଲେଣି । ତେବେ ସେ ଏ ଯାବତ ଟି-୨୦ ଆନ୍ତର୍ଜାତିକରେ ପଦାର୍ପଣ କରି ନାହାନ୍ତି ଏବଂ ମାତ୍ର ଗୋଟିଏ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ପାଟିଦାରଙ୍କ ପ୍ରତିଭା ଓ ଦକ୍ଷତା ଆଗାମୀ ଦିନରେ ହ୍ୱାଇଟ୍‌-ବଲ୍ କ୍ରିକେଟ୍‌ରେ ତାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ।

RCB IPL 2025 Rajat Patidar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ