Advertisment

ଫିଫାରୁ କି ଲାଭ ପାଇବ କାତାର୍? ବିଶ୍ୱକପ୍ ପାଇଁ ଖର୍ଚ୍ଚ କରିଛି ୩ଶହ ବିଲିୟନ ଡଲାର

ଟୁର୍ଣ୍ଣାମେଣ୍ଟ ପରେ କି କାମରେ ଲାଗିବ ବଡ଼ ବଡ଼ ନିର୍ମାଣ?

ଅଦ୍ୟତନ ହୋଇଛି
FIFA World Cup 2022 ......

FIFA World Cup 2022 ......

Advertisment

ଦିନ କେଇଟାରେ ପଡିବ କାତାର ପୁଟବଲ ବିଶ୍ୱକପର ଯବନିକା । ନିଜ ନିଜ ଦେଶକୁ ଫେରିଯିବେ ଖେଳାଳି, ଅଧିକାରୀ ଓ ସେମାନଙ୍କ ସମର୍ଥକ । ଖେଳ ଦେଖିବା ଲାଗି ବିଶ୍ୱବ୍ୟାପୀ ୭ ଲକ୍ଷ ଫୁଟବଲ ପ୍ରେମୀ ଦୋହାରେ ପହଞ୍ଚିଥିଲେ, ଆଉ ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଅନେକ ସ୍ୱଦେଶ ଚାଲିଗଲେଣି ମଧ୍ୟ । ତେବେ ଟୁର୍ଣ୍ଣାମେଣ୍ଟ ସରିବା ପରେ ନିର୍ମାଣ କରାଯାଇଥିବା ବିଶାଳକାୟ ଷ୍ଟାଡିୟମ, ହୋଟେଲ ଓ ଅନ୍ୟ ଆବାସସ୍ଥଳୀଗୁଡିକର ଭବିଷ୍ୟତ କଣ ହେବ ,ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ବିଶ୍ୱକପ୍ ଆୟୋଜନରେ ଖର୍ଚ୍ଚ ହୋଇଛି ୩ଶହ ବିଲିୟନ ଡଲାର । ବିପୁଳ ଅର୍ଥ ଖର୍ଚ୍ଚ କରି କ୍ଷୁଦ୍ର ଦେଶ କାତାର କି ଲାଭ ପାଇବ ତାକୁ ନେଇ ବି ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

ଫୁଟବଲ ବିଶ୍ୱକପ୍ ଆୟୋଜନ ଲାଗି ୨୦୧୦ରେ ଅଧିକାର ପାଇଥିଲା କାତାର । ସେତେବେଳେ ଅନେକ ଫୁଟବଲ ପ୍ରେମୀ କାତାରର ନାଁ ମଧ୍ୟ ଶୁଣି ନଥିଲେ, କି ଏହାର ଅବସ୍ଥିତି ସଂପର୍କରେ ଅବଗତ ବି ନଥିଲେ । ତେବେ ସଫଳତାର ସହ ବିଶ୍ୱକପ୍ ଆୟୋଜନ କରି କାତାର ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ମାତ୍ର ପ୍ରଶ୍ନ, ବିଶ୍ୱବ୍ୟାପୀ ପରିଚୟ ସୃଷ୍ଟି କରିବା ଲାଗି ୩ଶହ ବିଲିୟନ ଡଲାର ଖର୍ଚ୍ଚ କରିବା କେତେ ଯଥାର୍ଥ? କାରଣ ଖେଳ ସରିବାର କେତେ ଦିନ ଯାଏ କାତାରକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ତିଷ୍ଠି ରହିବ, ତାହା ବଡ଼ ପ୍ରଶ୍ନ ।

ଟୁର୍ଣ୍ଣାମେଣ୍ଟ ଲାଗି ନିର୍ମାଣ କରାଯାଇଥିବା ବିଶାଳକାୟ ଷ୍ଟାଡିୟମ, ବଡ ବଡ଼ ହୋଟେଲ, ଆବାସସ୍ଥଳୀ, ପାର୍କ ଓ ଅନ୍ୟ ବ୍ୟବସ୍ଥାର ଏବେ କ’ଣ ହେବ । କାରଣ କାତାରର ଜନ ସଂଖ୍ୟା ମାତ୍ର ୩୦ ଲକ୍ଷ ହୋଇଥିବା ବେଳେ ବିଦେଶୀ ଅତିଥି ଲାଗି ନିର୍ମାଣ କରାଯାଇଥିବା ଏସବୁ ଭିତ୍ତିଭୂମିକୁ ବ୍ୟବହାର କରିବ କିଏ? କୁହାଯାଉଛି ଏମିତି ବି ହୋଇପାରେ କିଛି ଷ୍ଟାଡିୟମକୁ ଭାଙ୍ଗି ଦେବାକୁ ପଡ଼ିପାରେ । ହୋଟେଲଗୁଡିକ ମଧ୍ୟରୁ କିଛି ଆଗକୁ ଆଉ କେବେ ବି ବ୍ୟବହାର ହୋଇନପାରେ । ତେଣୁ ଏତେ ଅର୍ଥ ଖର୍ଚ୍ଚ କରି ଏସବୁ ଭିତ୍ତିଭୂମିର ନିର୍ମାଣର ବିଜ୍ଞତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏସବୁ ସତ୍ତ୍ୱେ ସଫଳତାର ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି କାତାର ଶାସକ ।

Advertisment

ଅନେକ ଭାବୁଥିଲେ ଆମେ ବିଶ୍ୱକପ୍ ଆୟୋଜନ କରିପାରିବୁନି । ତେବେ ପରିଣାମ ସମସ୍ତଙ୍କ ସାମ୍ନାରେ । କାତାର ବିଶ୍ୱକପ୍ ସମସ୍ତ ଫୁଟବଲ ପ୍ରେମୀଙ୍କ ଲାଗି ସଂପୂର୍ଣ୍ଣ ନିରାପଦ । ଖାସ୍ କରି ପରିବାର ସହ ଆସୁଥିବା ଫ୍ୟାନଙ୍କ ଲାଗି ଅତି ଉକୃଷ୍ଟ ପ୍ରମାଣିତ ହୋଇଥିବା ଦାବି କରିଛନ୍ତି କାତାର ଶାସକ ।

ବିଶ୍ୱକପ୍ ଆରେ ଦୋହାକୁ ଦୁବାଇ ଓ ଆବୁଧାବୀ ଭଳି ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଥିଲା କାତାର ସରକାରଙ୍କ ଲକ୍ଷ୍ୟ । ତେବେ ଏହି ଲକ୍ଷ୍ୟ କେତେ ପୂରଣ ହେଉଛି, ତାହା ଦେଖିବାର କଥା । କାରଣ ପୂର୍ବରୁ ଏଥେନ୍ସ ହେଉ କି ବ୍ରାସିଲୋନା, ଅଲିମ୍ପିକସ ଆୟୋଜନ ଦ୍ୱାରା ଏସବୁ ସହରଙ୍କୁ ନେଇ ବିଶ୍ୱବ୍ୟାପୀ ଜୋରଦାର ଚର୍ଚ୍ଚା ତ ହୋଇଥିଲା । ମାତ୍ର କ୍ରୀଡ଼ା ସରିବା ପରେ ପରେ ଏମାନଙ୍କ ଖ୍ୟାତି ବି ଦିନ କେଇଟାରେ ମିଳେଇ ଯାଇଥିଲା ।

Advertisment

ଅନ୍ୟପକ୍ଷରେ କାତାରକୁ ବଶ୍ୱକପ୍ ଆୟୋଜନ ଅଧିକାର ମିଳିବା ନେଇ ବି ରହିଛି ବିବାଦ । ଏଠିକାର ଜଳବାୟୁ ଓ ଭୌଗଳିକ ସ୍ଥିତି ଫୁଟବଲ ଉପଯୋଗୀ ହୋଇନଥିବା ଅଭିଯୋଗ ହେଉଛି । ଖାସ୍ କରି ଦେଶର ଆୟତନ ଓ ଜନସଂଖ୍ୟା ଫୁଟବଲ୍ ଉପଯୋଗୀ ହୋଇନଥିବାରୁ ଏହାକୁ କିଭଳି ବିଶ୍ୱକପ୍ ଆୟୋଜନ ଅଧିକାର ଦିଆଗଲା ତାକୁ ନେଇ ରୁଜୁ ହୋଇଛି ମାମଲା । ଫିଫା ଅଧିକାରୀମାନେ ଲାଞ୍ଚ ନେଇ କାତାର ପ୍ରତିନିଧିତ୍ୱକୁ ସମର୍ଥନ କରିଥିବା ନେଇ ଆମେରିକାରେ କେଶ୍ ହୋଇଛି । କାତାର ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ ମଧ୍ୟ କଣ ରାୟ ଆସୁଛି ତା ଉପରେ ବି ନଜର ରହିଛି ।

FIFA World Cup 2022 Qatar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ