Advertisment

ପୁଣି ଥରେ ଓଡ଼ିଶାକୁ ଫେରିଲା ହକି ଫିଭର; ଆଜିଠୁ FIH ପ୍ରୋ ଲିଗ୍

ଆଜି ମହିଳା ବର୍ଗରେ ଚୀନକୁ ଭେଟିବ ଆୟୋଜକ ଭାରତ।

FIH Pro League

FIH Pro League

Advertisment

ପୁଣି ଥରେ ଓଡ଼ିଶାକୁ ଫେରିଲା ହକି ଫିଭର। ଆଜିଠାରୁ ଆରମ୍ଭ ହେଉଛି FIH ପ୍ରୋ ଲିଗ୍। ଆଜି ମହିଳା ବର୍ଗରେ ଚୀନକୁ ଭେଟିବ ଆୟୋଜକ ଭାରତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ସାଢେ ୭ଟାରେ ମ୍ୟାଚ୍ ରହିଛି। ନିକଟରେ ଝାଡ଼ଖଣ୍ଡରେ ଶେଷ ହୋଇଥିବା ଅଲିମ୍ପିକ୍ସ କ୍ୟାଲି ଫାୟାର୍ସରେ ନିରାଶ ହେବାକୁ ପଡିଥିଲା।

Advertisment

ପ୍ରୋଲିଗରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି। ମହିଳା ବର୍ଗର ପ୍ରଥମ ମ୍ୟାଚ ୟୁଏସ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ଖେଳାଯିବ। ମହିଳା ବର୍ଗରେ ଭାରତ ଛଡ଼ା ଅଷ୍ଟ୍ରେଲିଆ, ୟୁଏସଏ, ଚୀନ, ନେଦରଲ୍ୟାଣ୍ଡ ଟିମ୍ ରହିଛନ୍ତି। ସେହିପରି ପୁରୁଷ ବର୍ଗରେ ଭାରତ ସମେତ ଅଷ୍ଟ୍ରେଲିଆ ଆୟାରଲାଣ୍ଡ, ସ୍ପେନ୍ ଏବଂ
ନେଦରଲ୍ୟାଣ୍ଡସ୍ ଟିମ୍ ରହିଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉଭୟ ରାଉରକେଲା ଏବଂ ଭୁବନେଶ୍ୱରରେ ମ୍ୟାଚ୍ ଖେଳାଯିବ।

Kalinga Stadium FIH Pro League
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ