Advertisment

ହକି ଓଡ଼ିଶାକୁ ଅଣଦେଖା କରି ହକି ଇଣ୍ଡିଆ ସହ ବୁଝାମଣା କରିବା ଉଚିତ୍‌ ନୁହେଁ: ହକି ଓଡ଼ିଶା ସମ୍ପାଦକ

ରାଜ୍ୟ ସରକାର ଓ ହକି ଓଡ଼ିଶା ମଧ୍ୟରେ ବାଧକ ସାଜିଛି ହକି ଇଣ୍ଡିଆ। ହକି ଇଣ୍ଡିଆ ଚାହୁଁ ନାହିଁ ରାଜ୍ୟ ସରକାରଙ୍କ ସହ ହକି ଓଡ଼ିଶା ସମ୍ପର୍କ ରଖୁ। ଆଉ ଏଥିଲାଗି ରାଜ୍ୟ ସରକାର ହିଁ ଦାୟୀ ବୋଲି ହକି ଓଡ଼ିଶା ଅଭିଯୋଗ ଆଣିଛି।

ଅଦ୍ୟତନ ହୋଇଛି
Hockey Odisha Slams State Govt

Hockey Odisha Slams State Govt

Advertisment

ଭୁବନେଶ୍ୱର: ରାଜ୍ୟ ସରକାର ଓ ହକି ଓଡ଼ିଶା ମଧ୍ୟରେ ବାଧକ ସାଜିଛି ହକି ଇଣ୍ଡିଆ। ହକି ଇଣ୍ଡିଆ ଚାହୁଁ ନାହିଁ ରାଜ୍ୟ ସରକାରଙ୍କ ସହ ହକି ଓଡ଼ିଶା ସମ୍ପର୍କ ରଖୁ। ଆଉ ଏଥିଲାଗି ରାଜ୍ୟ ସରକାର ହିଁ ଦାୟୀ ବୋଲି ହକି ଓଡ଼ିଶା ଅଭିଯୋଗ ଆଣିଛି। କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହକି ଓଡ଼ିଶାର ସାଧାରଣ ପରିଷଦ ବୈଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ।

Advertisment

ସେ କହିଛନ୍ତି, ରାଜ୍ୟ ହକି ସଂଘ ଥାଉ ଥାଉ ସରକାର ହକି ଇଣ୍ଡିଆ ସହ ବୁଝାମଣା କରିବା ଉଚିତ ନୁହେଁ। ହକି ଓଡ଼ିଶା ହେଉଛି ଓଡ଼ିଶାର ଅର୍ଗାନାଇଜେସନ୍‌। ଓଡ଼ିଶାର ବିକାଶ ପାଇଁ ହକି ଓଡ଼ିଶା କାମ କରୁଛି। ତେଣୁ ହକି ଓଡ଼ିଶାକୁ ଅଣଦେଖା କରିବା ଅର୍ଥ ହକିକୁ ଅଣଦେଖା କରିବା।ପୂର୍ବରୁ ଲୋଧା କମିଟି ମଧ୍ୟ କହିଛି, କୌଣସି କ୍ରୀଡାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ରହିବ ନାହିଁ। ଅଲିମ୍ପିକ ଗାଇଡଲାଇନରେ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି।’ ମାତ୍ର ସରକାର ସବୁଥିରେ ହସ୍ତକ୍ଷେପ କରୁଥିବା ସଂଘ ଅଭିଯୋଗ ଆଣିଛି। ସରକାର ଯଦି ସବୁ କରିବେ ତେବେ ଆସୋସିଏସନ କଣ ପାଇଁ ରହିବ ବୋଲି ପ୍ରଶ୍ନ କରିଛନ୍ତି ସଂଘର ସଂପାଦକ। ଖବର ଲେଖାଯିବା ସୁଦ୍ଧା ଏସମ୍ପର୍କରେ ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଅନ୍ୟପକ୍ଷେ, ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗୋଲଡେନ ବୟ ପ୍ରମୋଦ ଭଗତଙ୍କ ନାଁରେ ହେବ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ। ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ।

Odisha Government Hockey India Hockey Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ