Advertisment

ପୋଲାଣ୍ଡକୁ ହରାଇ ଜୁନିୟର ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତର ପ୍ରବେଶ

ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚ୍‌ରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି।

Hockey India beat Poland by 8-2 to reach junior world cup quarterfinal

Hockey India beat Poland by 8-2 to reach junior world cup quarterfinal

Advertisment

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ ) କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚ୍‌ରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। ଆସନ୍ତା ୧ ତାରିଖରେ ବେଲ୍‌ଜିୟମ ଓ ଭାରତ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ।

Advertisment

ବିଶ୍ୱକପ୍‌ର ପ୍ରଥମ ଦିନରେ ଭାରତ ଫ୍ରାନ୍ସ ଠାରୁ ୫-୪ ଗୋଲ୍‌ରେ ପରାସ୍ତ ହୋଇ ଓଡ଼ିଶା ହକି ଦର୍ଶକଙ୍କୁ ନିରାଶ କରିଥିଲା। ହେଲେ ଦ୍ୱିତୀୟ ମ୍ୟାଚ୍‌ରେ କାନାଡାକୁ ୧୩-୧ ଗୋଲ୍‌ରେ ହରାଇ କ୍ୱାର୍ଟର ଫାଇନାଲ୍ ରେସ୍‌କୁ ଆସିଥିଲା ଭାରତ। କ୍ୱାର୍ଟର ଫାଇନାଲ୍ ଟିକେଟ ହାତେଇବାକୁ ଭାରତ ପାଇଁ ପୋଲାଣ୍ଡ ବିପକ୍ଷ ମ୍ୟାଚ୍‌ ଥିଲା କର ବା ମର ପରିସ୍ଥିତି।

ତେଣୁ ଫୁଲ ଦମ ନେଇ ଭାରତୀୟ ଖେଳାଳି ପଡ଼ିଆକୁ ଓହ୍ଲାଇ ଥିଲେ। ଫାଷ୍ଟ ହାଫ ଭାରତ ସୁଇମିଙ୍ଗ୍‌ ପୁଲ୍‌ ଗୋଲ୍‌ ପୋଷ୍ଟ୍‌ ପଟୁ ଖେଳ ଆରମ୍ଭ କରିଥିଲା। ହ୍ୱିସିଲ୍‌ ବାଜିବାର ୪ମିନିଟ୍‌ ମଧ୍ୟରେ ପ୍ରଥମ ପେନାଲ୍‌ଟି କର୍ଣ୍ଣର ଭାରତକୁ ମିଳିଥିଲା। ଏହାକୁ ସଂଜୟ ଗୋଲ୍‌ରେ ପରିଣତ କରି ଦଳୀୟ ସ୍କୋର୍‌କୁ ୧-୦ ଆଗୁଆ କରଦେଇଥିଲେ।

Advertisment

ଏହାପରେ ବି ଭାରତ ଘନ ଘନ ଆକ୍ରମଣ ଜାରି ରଖିଥିଲା। ୮ମ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ତା’କୁ ଡ୍ରାଗ୍‌ ଫ୍ଲିକର ହୁଣ୍ଡାଲ ଅରାଇଜିତ ସିଂହ ଅତି ସୁନ୍ଦର ଭାବେ ଗୋଲ୍‌ରେ ପରିଣତ କରି ଦଳୀୟ ସ୍କୋରକୁ ୨-୦କୁ ବୃଦ୍ଧି କରିଥିଲେ। ଏହି କ୍ୱାର୍ଟରରେ ପୋଲାଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣରର ସୁଯୋଗ ମିଳିଥିଲେ ସୁଦ୍ଧା ଭାରତୀୟ ଗୋଲ୍‌ କିପର୍‌ ପ୍ରଶାନ୍ତ ଚୌହାନ ହାତରେ ବଲ୍‌କୁ ଠେଲି ବାହାରକୁ ପଠାଇ ଦେଇଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଆକ୍ରମଣ ଜାରି ରଖିଥିଲା। ମାତ୍ର ଗୋଟିଏ ଗୋଲ ହୋଇଥିଲା। ଓଡ଼ିଆ ହକି ତାରକା ସୁଦୀପ ଚିରମାକୋ ପୋଲାଣ୍ଡର ଡିଫେଣ୍ଡରଙ୍କୁ ଅତିକ୍ରମ କରି ସୁନ୍ଦର ଭାବେ ଫିଲ୍ଡ ଗୋଲ କରି ହାଫ ଟାଇମ ଶେଷ ସୁଦ୍ଧା ଦଳୀୟ ସ୍କୋର୍‌କୁ ୩-୦ କରି ଦେଇଥିଲେ।

Advertisment
Hockey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ