Advertisment

ଭାରତ-ଦକ୍ଷିଣ ଆଫ୍ରିକା T-20 ସିରିଜ; ଲଗାତାର ଦୁଇଟି ପରାଜୟ ପରେ ବିଜୟର ସ୍ୱାଦ ଚାଖିଲା ଟିମ୍‌ ଇଣ୍ତିଆ

ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି।

ଅଦ୍ୟତନ ହୋଇଛି
IND vs SA T20

IND vs SA T20

Advertisment

ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ପରେ ଟିମ୍ ଇଣ୍ଡିଆର ପ୍ରଥମ ବିଜୟ ହୋଇଛି । ବିଶାଖାପାଟଣାରେ ସାଉଥ୍ ଆଫ୍ରିକାକୁ ୪୮ ରନ୍‌ରେ ହରାଇଲା ମ୍ୟାନ୍ ଇନ୍ ବ୍ଲୁ । ରୁତୁରାଜ୍ ଗାଇକ୍ୱାଡ୍‌ ଓ ଇଶାନ କିଶାନଙ୍କ ଅର୍ଦ୍ଧଶତକ, ହର୍ଷାଲ ପଟେଲଙ୍କୁ ସର୍ବାଧିକ ୪ଟି ୱିକେଟ୍ ବଳରେ ଟିମ୍‌ ଇଣ୍ତିଆ ବିଜୟର ସ୍ୱାଦ ଚାଖିଛି । ୫ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ରେ ଭାରତ ୨-୧ରେ ପଛୁଆ ରହିଛି । ଆସନ୍ତା ୧୭ରେ ରାଜ୍‌କୋଟ୍‌ରେ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା. ହେବ ।

Advertisment

ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ କ୍ୟାପ୍ଟେନ୍‌ସିପ୍‌ରେ ଇଣ୍ଡିଆ ଗତକାଲି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଛି ଦଳ। ପନ୍ତଙ୍କ କ୍ୟାପ୍ଟେନ୍ସିରେ ଏହା ଭାରତର ପ୍ରଥମ ବିଜୟ।

ସେହିପରି ଏହି ବିଜୟ ସହ ୫ ଟିକିଆ ଟି-୨୦ ସିରିଜ୍ ୧-୨କୁ ସ୍ଥିତିକୁ ଆସିଯାଇଛି। ଏବେ ରାଜକୋଟ ଓ ବେଙ୍ଗାଲୁରୁ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ ହରାଇ ୧୭୯ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୩୧ ରନରେ ଅଲଆଉଟ ହୋଇଯାଇଛି। ୪ ଓଭର୍‌ରେ ୨୦ ରନ୍‌ ଦେଇ ୩ ୱିକେଟ ସହ ୨ଟି କ୍ୟାଚ୍‌ ଧରିଥିବା ଭାରତର ୟୁଜବେନ୍ଦର ଚହଲ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।

Advertisment
Cricket IND Vs SA T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ