Advertisment

IPL ଇତିହାସରେ ସବୁଠୁ ବଡ଼ ଟ୍ରେଡ୍‌, ଗୁଜରାଟ ଛାଡ଼ି ମୁମ୍ବାଇରେ ଯୋଗଦେଲେ ହାର୍ଦ୍ଦିକ !

ଆଜି ରିଟେନ୍‌ ଲିଷ୍ଟ ପ୍ରକାଶ ପାଇବାର ପ୍ରାୟ ୨ ଘଣ୍ଟା ପରେ ସାମ୍ନାକୁ ଆସିଥିଲା ସବୁଠୁ ବଡ଼ ଖବର। ଯାହା ଥିଲା ଆଇପିଏଲ ଇତିହାସରେ ସବୁଠୁ ବଡ଼ ଟ୍ରେଡ୍‌। ଯାହା କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଶେଷରେ ତାହା ସତ ହୋଇଥିଲା। ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଦଳ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି।

Hardik Pandya

Hardik Pandya

Advertisment

ଗୁଜରାଟକୁ ଗୁଡ୍‌ ବାଏ କହି ମୁମ୍ବାଇରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା। କିଛି ଦିନ ଧରି ଯାହା ଚର୍ଚ୍ଚା ହେଉଥିଲା ଶେଷରେ ତାହା ହିଁ ହୋଇଛି। ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ ସିଜିନ୍‌ ୧୭ ଆରମ୍ଭ ପୂର୍ବରୁ ରବିବାର ଥିଲା ସ୍ୱତନ୍ତ୍ର ଦିନ। ଡିସେମ୍ବର ୧୯ରେ ହେବାକୁ ଥିବା ମିନି ନିଲାମୀ ପୂର୍ବରୁ ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ଲିଷ୍ଟ ଘୋଷଣା କରିବାରେ ରବିବାର ଥିଲା ଶେଷ ତାରିଖ। ତେବେ ଆଜି ସମସ୍ତ ୧୦ ଦଳ ସେମାନଙ୍କ ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି। ତେବେ ଏହି ଲିଷ୍ଟରେ ଏମିତି ଅନେକ ଖେଳାଳିଙ୍କ ନାଁ ତିଲା ଯାହା କ୍ରିକେଟ ପ୍ରେମୀଙ୍କୁ ଚକିତି କରିଛି।

Advertisment

ତେବେ ଆଜି ରିଟେନ୍‌ ଲିଷ୍ଟ ପ୍ରକାଶ ପାଇବାର ପ୍ରାୟ ୨ ଘଣ୍ଟା ପରେ ସାମ୍ନାକୁ ଆସିଥିଲା ସବୁଠୁ ବଡ଼ ଖବର। ଯାହା ଥିଲା ଆଇପିଏଲ ଇତିହାସରେ ସବୁଠୁ ବଡ଼ ଟ୍ରେଡ୍‌। ଯାହା କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଶେଷରେ ତାହା ସତ ହୋଇଥିଲା। ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଦଳ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି।

ଆଇପିଏଲ ଇତିହାସରେ ସବୁଠାରୁ ବଡ଼ ଟ୍ରେଡ୍‌ କରି ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପାଣ୍ଡ୍ୟାଙ୍କୁ ଆଣିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ପର୍ସରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ନଥିଲା। ତେଣୁ ମୁମ୍ବାଇ ଅଷ୍ଟ୍ରେଲିଆର ଅଲରାଉଣ୍ଡର କେମରନ୍‌ ଗ୍ରୀନଙ୍କୁ ଟ୍ରେଡ୍‌ କରିଥିଲେ। ଟ୍ରେଡ୍‌ ଜରିଆରେ ଗ୍ରୀନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ସାମିଲ ହେବାର ସମ୍ଭାବନା ଅଛି। ତେବେ ଏହି ବଡ଼ ଟ୍ରେଡ୍‌ର ଠିକ୍‌ ଦୁଇ ଘଣ୍ଟା ପୂର୍ବରୁ ଗୁଜରାଟ ଟାଇଟନ୍ସ ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍‌ କରିଥିଲେ। କିନ୍ତୁ ଏହାର ଦୁଇ ଘଣ୍ଟା ପରେ ଟ୍ରେଡ୍‌ ଜରିଆରେ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିନେଇଥିଲା ମୁମ୍ବାଇ।

Advertisment

ସୂଚନା ଅନୁସାରେ ୨୦୧୫ରେ ମୁମ୍ବାଇ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ ପାଣ୍ଡ୍ୟା। ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଖେଳିବା ପରେ ମୁମ୍ବାଇ ଛାଡ଼ିଥିଲେ ହାର୍ଦ୍ଦିକ। ଏହା ପରେ ସେ ୨୦୨୨ରେ ଗୁଜରାଟ ଟାଇଟନ୍ସରେ ଅଧିନାୟକ ଭାବରେ ଯୋଗ ଦେଇଥିଲେ। ଏବଂ ପ୍ରଥମ ସିଜିନ୍‌ରେ ହିଁ ଗୁଜରାଟକୁ ଚାମ୍ପିଅନ କରିଥିଲେ ପାଣ୍ଡ୍ୟା। ସେହିପରି ୨୦୨୩ ଆଇପିଏଲରେ ମଧ୍ୟ ଦଳକୁ ଫାଇନାଲ ପର୍ଯ୍ୟନ୍ତ ନେବାରେ ହାର୍ଦ୍ଦିକଙ୍କ ଥିଲା ପ୍ରମୁଖ ଭୂମିକା।

IPL Gujarat Titans Mumbai Indians Hardik Pandya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: