ନତାଶାଙ୍କ ଫଟୋରେ ହାର୍ଦ୍ଦିକଙ୍କ କମେଣ୍ଟ ! ଭାଇରାଲ ହେଉଛି ପଟୋ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାଡପତ୍ର ପରେ ନତାଶା ଷ୍ଟାନକୋଭିକ୍ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କରିଥିଲେ । ଫଟୋରେ ନତାଶା, ଅଗସ୍ତ୍ୟଙ୍କ ସହିତ ସର୍ବିଆର ଥିମ୍ ପାର୍କରେ ବୁଲୁଥିବା ଦେଖିବାକୁ ମିଳିଛି । ସେ ତାଙ୍କ ପୁଅ ସହିତ ବିଭିନ୍ନ ପୋଜରେ ଫଟୋ କ୍ଲିକ୍ କରିଥିବା ଦେଖିବାକୁ ମିଳିଛି ।

hardik pandya

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଉ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି । କିଛି ଦିନ ପୂର୍ବରୁ ନତାଶା-ହାର୍ଦ୍ଦିକ ଏକ ବିବୃତ୍ତି ଜାରି କରି ପ୍ରଶଂସକମାନଙ୍କୁ ସେମାନଙ୍କ ଅଲଗା ହେବା ବିଷୟରେ ସୂଚନା ଦେଇଥିଲେ। ତେବେ ସେମାନେ କାହିଁକି ଛାଡପତ୍ର ନିଷ୍ପତ୍ତି ନେଇଥିଲେ, ତାହା ସାମ୍ନାକୁ ଆସିନାହିଁ ।

କ୍ରିକେଟରଙ୍କଠାରୁ ଅଲଗା ହେବା ପରେ ନତାଶା ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହ ସର୍ବିଆ ନିଜ ଘରକୁ ଫେରିଯାଇଛନ୍ତି । ଏହି ସମୟରେ ଅଭିନେତ୍ରୀ ଅଗସ୍ତ୍ୟଙ୍କ ସହ କିଛି ଫଟୋ ପୋଷ୍ଟ କରିଛନ୍ତି, ଯାହା ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । କାରଣ ସେହି ଫଟୋରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମେଣ୍ଟ ରହିଛି।

ଅଧିକ ପଢ଼ନ୍ତୁ: Viral Video: ନତାଶାଙ୍କ ସହ ଅଲଗା ହେଉ ହେଉ ଏହି ଅଭିନେତ୍ରୀଙ୍କ ସହ ଜମିଲା ଯୋଡି!

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାଡପତ୍ର ପରେ ନତାଶା ଷ୍ଟାନକୋଭିକ୍ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କରିଥିଲେ । ଫଟୋରେ ନତାଶା, ଅଗସ୍ତ୍ୟଙ୍କ ସହିତ ସର୍ବିଆର ଥିମ୍ ପାର୍କରେ ବୁଲୁଥିବା ଦେଖିବାକୁ ମିଳିଛି । ସେ ତାଙ୍କ ପୁଅ ସହିତ ବିଭିନ୍ନ ପୋଜରେ ଫଟୋ କ୍ଲିକ୍ କରିଥିବା ଦେଖିବାକୁ ମିଳିଛି ।

ତେବେ ଏହି ଫଟୋ ଗୁଡ଼ିକ ପୋଷ୍ଟ କରିବା ସହ ଏଥିରେ ସେ ଏକ ହାର୍ଟ ଇମୋଜି ଦେଇଥିଲେ । କିନ୍ତୁ କୌଣସି ପ୍ରକାର କ୍ୟାପ୍‌ସନ୍‌ ଲେଖିନଥିଲେ । ଏହି ପୋଷ୍ଟରେ ହାର୍ଦ୍ଦିକ ମଧ୍ୟ କମେଣ୍ଟ କରିଛନ୍ତି । ପ୍ରଥମେ ହାଦ୍ଦିକ ଏକ ରେଡ୍‌ ହାର୍ଟ ଇମୋଜି ଦେଇଛନ୍ତି, ପରେ ଖରାପ ନଜର ବାଲା ଆଖି ଇମୋଜି ଦେଇଥିଲେ । ତାପରେ ଓକେ ଇମୋଜି ମଧ୍ୟ ଦେଇଛନ୍ତି । ତାଙ୍କର ଏହି କମେଣ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଫ୍ୟାନ୍ସମାନେ ମଧ୍ୟ ଏହାକୁ ନେଇ ଖୁବ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମେଣ୍ଟକୁ ନେଇ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେବା ଜାରି ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ନତାଶା ଭାଉଜ, ହାର୍ଦ୍ଦିକ ଭାଇ ଏବଂ ଆପଣ ଜଲ୍‌ଦି ଏକାଠି ହୋଇଯାଆନ୍ତୁ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଆମେ ହାର୍ଦ୍ଦିକ ସାର୍‌ଙ୍କ କମେଣ୍ଟ ଦେଖିବାକୁ ଆସିଥିଲୁ । ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି, ହାର୍ଦ୍ଦିକ ସାର୍‌ଙ୍କ ବହୁତ ବଡ ହୃଦୟ । ସେହିଭଳି ଜଣେ ୟୁଜର ଲେଖିଛନ୍ତି, ହାର୍ଦ୍ଦିକଙ୍କ ହୃଦୟ ଏବେବି ନତାଶାଙ୍କ ସହ ଧକ୍‌ଧକ୍‌ କରୁଛି ।