Advertisment

ଇତିହାସ ରଚିଲେ ପାଣ୍ତ୍ୟା; ଟି-ଟ୍ୱେଣ୍ଟି ଫର୍ମାଟରେ ଏବେ ନଂ ୧ ଅଲରାଉଣ୍ତର

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଥିଲା। ଯେଉଁଥିରେ ପ୍ରମୁଖ ଭୂମିକା ରହିଥିଲା ହାର୍ଦ୍ଦିକ ପାଣ୍ତ୍ୟାଙ୍କର।

ଅଦ୍ୟତନ ହୋଇଛି
Hardik Pandya

Hardik Pandya

Advertisment

ଇତାହାସ ରଚିଲେ ହାର୍ଦ୍ଦିକ ପାଣ୍ତ୍ୟା। ପ୍ରଥମେ ଭାରତୀୟ ଭାବେ ଟି-ଟ୍ୱେଣ୍ଟି ଫର୍ମାଟରେ ନଂ ୧ ଅଲରାଉଣ୍ତର ହୋଇଛନ୍ତି ପାଣ୍ତ୍ୟା। ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗାଙ୍କୁ ପଛରେ ପକାଇ ଆଇସିସି ରାଙ୍କିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ତାଙ୍କର ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ।

Advertisment

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଥିଲା। ଯେଉଁଥିରେ ପ୍ରମୁଖ ଭୂମିକା ରହିଥିଲା ହାର୍ଦ୍ଦିକ ପାଣ୍ତ୍ୟାଙ୍କର। ମ୍ୟାଚ୍‌ର ଅନ୍ତିମ ସମୟରେ କ୍ଲାସେନ ଓ ମିଲର୍‌ଙ୍କ ୱିକେଟ୍‌ ନେଇ ଦଳକୁ ଟ୍ରଫି ଜିତାଇଥିଲେ। ପୂରା ବିଶ୍ୱକପ୍‌ରେ ୧୪୪ ରନ୍‌ କରିବା ସହିତ ବୋଲିଂରେ ୧୧ଟି ୱିକେଟ୍‌ ବି ନେଇଥିଲେ।

ଟି-ଟ୍ୱେଣ୍ଟି ଫାଇନାଲ୍‌ ମ୍ୟାଚ୍‌ର ଶେଷ ଓଭର୍‌ରେ ୧୬ ରନ୍‌ ଦରକାର ଥିବା ବେଳେ ୭ ରନ୍‌ରେ ଭାରତକୁ ଜିତାଇଥିଲେ ପାଣ୍ତ୍ୟା। ପାଣ୍ଡ୍ୟାଙ୍କ ପୂର୍ବରୁ ଅନ୍ୟ କୌଣସି ଭାରତୀୟ ଖେଳାଳି ଆଇସିସି ଟି-ଟ୍ୱେଣ୍ଟି ଅଲରାଉଣ୍ଡର ରାଙ୍କିଂର ୧ ନଂ ହୋଇ ପାରିନଥିଲେ। ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଲ୍‌ରାଉଣ୍ଡିଂ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ସ୍ଥାନ ମିଳିଛି।

Advertisment

ବିଶ୍ୱକପ୍‌ ପୂର୍ବରୁ ପାଣ୍ତ୍ୟାଙ୍କ ଫର୍ମକୁ ନେଇ ଅନେକ ଚର୍ଚ୍ଚା ଉଠିଥିଲା। ଏମିତିକି ବିଶ୍ୱକପ୍‌ ଚୟନରେ ତାଙ୍କ ନାଁକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ତିଆନ୍ସ ପକ୍ଷରୁ ଭଲ ପ୍ରଦର୍ଶନ କରିପାରିନଥିଲେ ପାଣ୍ତ୍ୟା। ମୁମ୍ବାଇ ଏଥର ପ୍ଲେଅଫ୍‌ ପାଇଁ ବି କ୍ୱାଲିଫାଏ କରିପାରିନଥିଲା।

Advertisment
ICC T20I Rankings Cricket Hardik Pandya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ