ଅଲଗା ହୋଇଗଲେ କି ହାର୍ଦ୍ଦିକ୍ -ନତାଶା, ସମ୍ମୁଖରେ କାହିଁକି ନଜର ଆସୁନାହାନ୍ତି ଉଭୟେ

ପ୍ରଥମେ ଦଳ ହାରିଲା, ଆଉ ବର୍ତ୍ତମାନ ସ୍ତ୍ରୀ ମଧ୍ୟ ଛାଡ଼ି ଯିବେ । ଟିମ୍ ଇଣ୍ତିଆର ଷ୍ଟାର୍ କ୍ରିକେଟର୍ ହାର୍ଦ୍ଦିକ୍ ପାଣ୍ତ୍ୟାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ।

Hardik Pandya

ପ୍ରଥମେ ଦଳ ହାରିଲା, ଆଉ ବର୍ତ୍ତମାନ ସ୍ତ୍ରୀ ମଧ୍ୟ ଛାଡ଼ି ଯିବେ । ଟିମ୍ ଇଣ୍ତିଆର ଷ୍ଟାର୍ କ୍ରିକେଟର୍ ହାର୍ଦ୍ଦିକ୍ ପାଣ୍ତ୍ୟାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ଅଧିନାୟକ ହୋଇ ଗତ କିଛିଦିନ ତଳେ ସେ ଆଇପିଏଲରେ ମୁମ୍ୱାଇ ଇଣ୍ତିଆନ୍ସ ଦଳ ସହ ଯୋଗ ଦେଇଥିଲେ । ତେବେ ତାଙ୍କ ନେତୃତ୍ୱରେ ଚାମ୍ପିଅନ୍ସ ତ ଦୂରର ରଥା ଦଳ ପ୍ଲେ ଅଫ୍ ରେ ମଧ୍ୟ ପହଞ୍ଚି ପାରିନଥିଲା ।

ଏଥିପାଇଁ ହାର୍ଦ୍ଦିକ୍ ଙ୍କ କ୍ୟାପଟେନସିପକୁ ସମସ୍ତେ ଦାୟୀ କରିଥିଲେ । ରୋହିତ୍ ଶର୍ମାଙ୍କ ଜାଗାରେ ହାର୍ଦ୍ଦିକଙ୍କୁ ଅଧିନାୟକ ଭାବେ ଅନେକ ଗ୍ରହଣ କରିପାରିନଥିଲେ । ଫଳରେ ଫ୍ୟାନ୍ସ ମାନେ ମଧ୍ୟ ଦଳର ସାଥ୍ ଛାଡ଼ି ଦେଇଥିଲେ । ମୁମ୍ବାଇ ହାରିଲେ ଅଧିକ ଖୁସି ସେମାନଙ୍କର ଫ୍ୟାନ୍ସମାନେ ହିଁ ହେଉଥିଲେ । ଏପରି ଅବସ୍ଥାରେ ବର୍ତ୍ତମାନ ଆଉ ଏକ ଖବର ଆସିଛି । ଦୀର୍ଘ ଦିନ ଧରି ବିବାହ ବନ୍ଧନରେ ଥିବା ହାର୍ଦ୍ଦିକ୍ ଓ ନତାଶାଙ୍କର ବିବାହ ବିଚ୍ଛେଦ ହୋଇଥିବାର ଖବର ମିଳିଛି ।

ଗତ କିଛି ଦିନ ହେବ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ଙ୍କୁ ନେଇ ଅନେକ ଗୁଜବ ଉଠିଛି । ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ୨୦୨୦ ରେ ବିବାହ କରିଥିବା ହାର୍ଦ୍ଦିକ୍ ଓ ନତାଶାଙ୍କର ବିଚ୍ଛେଦ ହୋଇଯାଇଛି । ସେମାନଙ୍କର ଏକ ୩ ବର୍ଷର ପୁଅ ମଧ୍ୟ ରହିଛି । ନତାଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ 'ପାଣ୍ଡ୍ୟା' ଉପନାମ ହଟାଇ ଦେବାରୁ ଏପରି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ଆଗରୁ ହାର୍ଦ୍ଦିକ୍ ଖେଳୁଥିବା ସମସ୍ତ ମ୍ୟାଚରେ ନତାଶା ଉପସ୍ଥିତ ରହିଉଥିବା ବେଳେ ବର୍ତ୍ତମାନ ନିକଟ ଅତୀତରେ ଶେଷ ହୋଇଥିବା ipl ରେ ତାଙ୍କୁ ଦେଖିବାକୁ ମିଳିନଥିଲା । ଏହା ସହ ନିକଟ ଅତୀତରେ ନତାଶା ହାର୍ଦ୍ଦିକ୍ ଙ୍କ ସହ କୌଣସି ଫଟୋ ମଧ୍ୟ ପୋଷ୍ଟ କରିନାହାଁନ୍ତି । ଏପରି କି ଜନ୍ମଦିନରେ ମଧ୍ୟ କିଛି ପୋଷ୍ଟ ଦେଖିବାକୁ ମିଳିନାହିଁ । ଏହାକୁ ନେଇ ସେମାନେ ଅଲଗା ହୋଇଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହା କେବଳ ମାତ୍ର ଏକ କଳ୍ପନା, ଅନ୍ୟ କିଛି ନୁହେଁ ।

ନତାଶାଙ୍କର ଜନ୍ମଦିନ ମାର୍ଚ୍ଚ ୪ ରେ ଥିଲା । ସେଦିନ ହାର୍ଦ୍ଦିକ୍ ଙ୍କ ଠାରୁ କୌଣସି ପୋଷ୍ଟ ନଥିଲା । ଏପରି ଏହା ପରେ ନାତାଶା ମଧ୍ୟ ହାର୍ଦ୍ଦିକ୍ ଙ୍କ ସହ ସମସ୍ତ ପୋଷ୍ଟକୁ କାଟି ଦେଇଥିବା କୁହାଯାଉଛି, ତେବେ ଏହାର କୌଣସି ସତ୍ୟତା ନାହିଁ । କେବଳ ଯେଉଁଥିରେ ସେମାନଙ୍କର ପୁଅ ରହିଛି ସେହି ପୋଷ୍ଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରଖିଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଗୁଜବ ଚାଲିଥିବା ବେଳେ ଉଭୟ ହାର୍ଦ୍ଦିକ୍ କିମ୍ବା ନାତାଶାଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।