Advertisment

ନିଆରା ଢଙ୍ଗରେ କୋହଲିଙ୍କୁ ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ଶୁଭେଚ୍ଛା

ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ମହାନଦୀ ଜଳରାଶିରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ।

ଅଦ୍ୟତନ ହୋଇଛି
Happy Birth Day Virat Kohli

Happy Birth Day Virat Kohli

Advertisment

ଭାରତୀୟ କ୍ରିକେଟ୍ ଟିମ୍‌ ପୂର୍ବତନ ଅଧିନାୟକ ତଥା ରନ୍ ମେସିନ୍ କିଙ୍ଗ୍ କୋହଲିଙ୍କ ଆଜି ଜନ୍ମଦିନ । ୩୪ ବର୍ଷରେ ଆଜି ପାଦ ଥାପିଛନ୍ତି ବିରାଟ । ସାରା ବିଶ୍ୱରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ କଟକରୁ ମହାନଦୀରୁ ନିଆରା ଢଙ୍ଗରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସ ଓ ତାଙ୍କ ଟିମ୍ । ପାଣି ମଧ୍ୟରେ ବିରାଟଙ୍କ ଫୋଟି ରଖି କେକ୍ କାଟି ବାଣ ଫୁଟାଇ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଚଳିତ ବିଶ୍ୱକପରେ ପୁରା ଫର୍ମ ଦେଇ ଗତି କରୁଛନ୍ତି ବିରାଟ । ଆଗକୁ ସେ କ୍ରିକେଟ୍‌ରେ ଆହୁରି ନାଁ କରନ୍ତୁ ବୋଲି ସବୀରଙ୍କ ଟିମ୍ ସଦସ୍ୟ କହିଛନ୍ତି । ସବୀରଙ୍କ ଟିମ୍ ପକ୍ଷରୁ ବିରାଟ କୋହଲିଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଛି । ବିରାଟ କୋହଲି ତାଙ୍କର ଏହି ନିଆରା ଓ୍ୱିସ୍ ଗ୍ରହଣ କଲେ ଖୁସି ହେବେ ବୋଲି ସବୀର କହିଛନ୍ତି ।

Advertisment

ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ବିରାଟ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି । ତେବେ ତାଙ୍କ ଜନ୍ମଦିନର ଦିନକ ପୂର୍ବରୁ ସାରା ବିଶ୍ୱରେ ଥିବା ତାଙ୍କର ଫ୍ୟାନ୍ସ ବିରାଟଙ୍କୁ ଏକ ଜବରଦସ୍ତ ଗିଫ୍ଟ ଦେବା ପାଇଁ ଯୋଜନା କରିଛନ୍ତି । ଏମିତି ଗିଫ୍ଟ ଯାହା ଏବେ ଟ୍ୱିଟରରେ ଟ୍ରେଣ୍ଡ୍‌ କରୁଛି । ଖାଲି ଏତିକି ନୁହେଁ ଏହି ଗିଫ୍ଟ ଅଜବ ମଧ୍ୟ ଲାଗୁଛି । 

Advertisment

ଜାଣନ୍ତୁ, ପୁରା ଘଟଣା ଓ କ’ଣ ଏହି ଅଜବ ଗିଫ୍ଟ...

କେବଳ ଭାରତରେ କିଙ୍ଗ୍‌ କୋହଲିଙ୍କ ଫ୍ୟାନ୍ସ ନାହାନ୍ତି ବରଂ ସାରା ବିଶ୍ୱରେ ଅଛନ୍ତି। ସୋସିଆଲ୍‌ ମିଡିଆରେ ବିରାଟଙ୍କ ଫ୍ୟାନ୍ସ, ଫଲୋର୍ସଙ୍କ ସଂଖ୍ୟା ଏତେ ଅଧିକ ଯେ କୌଣସି କ୍ରିକେଟରଙ୍କ ଏତେ ସଂଖ୍ୟକ ଫ୍ୟାନ୍ସ/ଫଲୋର୍ସ ନାହାନ୍ତି। ଆସନ୍ତାକାଲି ବିରାଟଙ୍କ ଜନ୍ମଦିନ ଥିବାରୁ ତାଙ୍କର ଫ୍ୟାନ୍ସ ଟ୍ୱିଟରରେ ଏକ କ୍ୟାମ୍ପେନ ଚଲାଇଛନ୍ତି। ବିରାଟଙ୍କ ଜନ୍ମଦିନରେ ସମସ୍ତଙ୍କ ସୋସିଆଲ୍‌ ମିଡିଆ ପ୍ରୋଫାଇଲ୍‌ର ଫଟୋ ଏକା ଭଳି ହେବା ଉଚିତ୍‌। ଏନେଇ ଫ୍ୟାନ୍ସ ଏକ ହାଶ୍‌ଟ୍ୟାଗ୍‌ ଦେଇଛନ୍ତି ଓ ଏବେ ଏହି ଟ୍ୟାଗ୍‌ ସୋସିଆଲ୍‌ ମିଡିଆରେ  #KingKohliBirthdayCDP ନାଁରେ ଟ୍ରେଣ୍ଡ୍‌ କରୁଛି। CDP ଅର୍ଥ କମନ୍‌ ଡିପି(Common DP)। ଅର୍ଥାତ୍‌ ସମସ୍ତଙ୍କର ପ୍ରୋଫାଇଲ୍‌ ଫଟୋ ସମାନ। 

ବିରାଟଙ୍କ ଫ୍ୟାନ୍ସ କ୍ରେଜ୍‌ କାହାକୁ ଅଛପା ନାହିଁ। ବିରାଟ ମଧ୍ୟ ଫ୍ୟାନ୍ସଙ୍କ ସହ ସବୁବେଳେ ଯୋଡ଼ି ହୋଇଥାନ୍ତି, ତା’ ଫିଲ୍ଡରେ ହେଉ କିମ୍ବା ଫିଲ୍ଡ ବାହାରେ। ଟିମ୍‌ ଇଣ୍ଡିଆର ଏହି ଷ୍ଟାର୍‌ ଖେଳାଳି ଫ୍ୟାନ୍ସଙ୍କ ହୃଦୟ ଜିତିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ଚଳିତ ଟି-୨୦ ବିଶ୍ୱକପ୍‌ରେ ବିରାଟ କୋହଲି ଭଲ ଫର୍ମରେ ଅଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୫୩ ବଲ୍‌ରେ ୮୨ ରନ୍‌ କରି ଭାରତକୁ ଜିତାଇ ପୁଣିଥରେ ସେ ଫ୍ୟାନ୍ସ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। 

Advertisment
Virat Kohli Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ