IPL 2023: ହାଇଦ୍ରାବାଦ୍‌କୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି ମାରିଲା ଗୁଜରାଟ ଟାଇଟନ୍ସ

ଗତବର୍ଷର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରେ ପ୍ରବେଶ କରିଛି ।

Gujarat Titans enter playoffs, sun sets on Hyderabad

ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଛି ଗୁଜରାଟ ଟାଇଟନ୍ସ । ଆଇପିଏଲ୍‌ର ଚଳିତ ସଂସ୍କରଣରେ ୧୩ ଟି ମ୍ୟାଚ୍‌ରୁ ୯ଟି ମ୍ୟାଚ୍‌ ବିଜୟ ସହ ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ରହିଛି ଗୁଜରାଟ । ଚଳିତ ସଂସ୍କରଣର ଆରମ୍ଭରୁ ହିଁ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା ଗୁଜରାଟ । ଗତକାଲି ସନରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ଗୁଜରାଟ । ଏଥିସହ ପ୍ଲେ ଅଫ୍‌ରେ ମଧ୍ୟ ନିଜ ସ୍ଥାନ ପକ୍କା କରିଛି ।

ଗତବର୍ଷର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରେ ପ୍ରବେଶ କରିଛି । ପଏଣ୍ଟ ଟେବୁଲ୍‌ରେ ୧୮ ଅଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପ୍ଲେ ଅଫ୍‌ ଖେଳିବାକୁ ନିଶ୍ଚିତ କରିଛି । ଅନ୍ୟପକ୍ଷରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଷ୍ଟମ ପରାଜୟ ସହ ଗୋଟିଏ ମ୍ୟାଚ୍‌ ପୂର୍ବରୁ ପ୍ଲେ ଅଫ୍‌ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି। 

 

ଗତକାଲିର ମ୍ୟାଚ୍‌ରେ ଓପନର୍‌ ଶୁବମନ ଗିଲଙ୍କ ପ୍ରଥମ ଆଇପିଏଲ୍‌ ଶତକ ବଳରେ ଗୁଜରାଟ ୧୮୮ ରନ୍‌ କରିଥିଲା । ଜବାବରେ ମହମ୍ମଦ ସାମି ଓ ମୋହିତ ଶର୍ମା ୪-୪ ୱିକେଟ୍‌ ନେଇ ହାଇଦ୍ରାବାଦକୁ ୧୫୪ ରନ୍‌ରେ ସୀମିତ ରଖିଥିଲେ । ଶୁବମନ ଗିଲ୍‌ ଆକର୍ଷଣୀୟ ଶତକ ପାଇଁ ତାଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଛି ।

ଯଦି ଆମେ ପଏଣ୍ଟ ଟେବୁଲ କଥା କହିବା ଗୁଜରାଟ ୧୮ ଅଙ୍କ ସହ ଶୀର୍ଷରେ ଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ୧୫ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହାଛଡ଼ା ତୃତୀୟରେ ମୁମ୍ବାଇ ଓ ଚତୁର୍ଥରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ରହିଛି । ଆରସିବିର ଅଧିନାୟକ ଫ୍ୟାଫ୍‌ ଡୁପ୍ଲେସିସ୍‌ ୧୨ଟି ମ୍ୟାଚ୍‌ରେ ୬୩୧ ରନ୍‌ କରି ଅରେଞ୍ଜ କ୍ୟାପ୍‌ ତାଲିକାରେ ଶୀର୍ଷରେ ରହିଛନ୍ତି । ସେହିପରି ଗୁଜରାଟର ଫାଷ୍ଟ ବୋଲର୍‌ ମହମ୍ମଦ ସାମି ୧୩ଟି ମ୍ୟାଚ୍‌ରେ ୨୧ଟି ୱିକେଟ୍‌ ନେଇ ପରପଲ୍‌ କ୍ୟାପ୍‌ ତାଲିକାରେ ଶୀର୍ଷରେ ରହିଛନ୍ତି ।