Advertisment

ପାକିସ୍ତାନ ବିପକ୍ଷରେ ଜର୍ମାନୀର ସହଜ ବିଜୟ

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ସହଜ ବିଜୟ। ପାକିସ୍ତାନ କୁ ୫-୨ଗୋଲରେ ହରାଇଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନ କୁ ଶୂନ୍ୟ ପଏଣ୍ଟ ମିଳିଛି।

germany wins against pakistan

germany wins against pakistan

Advertisment

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ) - କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ସହଜ ବିଜୟ। ପାକିସ୍ତାନ କୁ ୫-୨ଗୋଲରେ ହରାଇଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନ କୁ ଶୂନ୍ୟ ପଏଣ୍ଟ ମିଳିଛି। ହକି ଅଲିମ୍ପିଆନ ଲାଜରୁସ ବାର୍ଲା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ଓ ରେଫ୍ରୀମାନଙ୍କ ସହ ପରିଚିତ ହୋଇ ମ୍ୟାଚ ଶୁଭାରମ୍ଭ କରିଥିଲେ।

Advertisment

ମ୍ୟାଚ ର ପ୍ରଥମ ମିନିଟରେ ଗୋଲ ସ୍କୋର କରିଥିଲା ଜର୍ମାନୀ। ଦଳ ପକ୍ଷରୁ ୧୧ନମ୍ବର ଜର୍ସି ପରିଧାନ କରିଥିବା ଷ୍ଟ୍ରାଇକର ସ୍ମିଥ ପଲ (SMITH Paul) ପ୍ରଥମ ଗୋଲ କରିଥିଲେ। ଆଗ୍ରେସିବ୍ ମୁଡ ରେ ଓହ୍ଲାଇଥିବା ଜର୍ମାନୀ ପାକିସ୍ତାନର ରକ୍ଷଣ ଭାଗ ଖେଳାଳିଙ୍କୁ ଚକମା ଦେଖାଇ ୩ନମ୍ବର ଜର୍ସି ପରିଧାନ କରିଥିବା ଖେଳାଳି ଷ୍ଟ୍ରଫ ମିଚେଲ (STRUTHOFF Michel) ବିପକ୍ଷ ଖେଳାଳିଙ୍କ ଠାରୁ ବଲ ଛଡାଇ ଆଣି ଗୋଲ ପୋଷ୍ଟ ଆଡକୁ ଦୌଡ଼ି ଯାଇଥିଲେ। ଠିକ ଗୋଲ ପୋଷ୍ଟ ସାମ୍ନା ରେ ପାସ ଦେଇଥିଲେ । ଯାହାକୁ ପଲ ଅତି ସୁନ୍ଦର ଭାବେ ଷ୍ଟିକକୁ କନେକ୍ଟ କରି ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଜର୍ମାନୀ ତାର ପରବର୍ତ୍ତୀ ମ୍ୟାଚ ଆସନ୍ତା ୨୬ ତାରିଖ ରେ ଆର୍ଜେଣ୍ଟିନା କୁ ସାମ୍ନା କରିବାକୁ ଥିବା ବେଳେ ପାକିସ୍ତାନ ଆସନ୍ତା ୨୭ ତାରିଖରେ ଇଜିପ୍ଟ କୁ ଭେଟିବ।

ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ବିଶ୍ୱକପ ହକିର ଉଦଘାଟନୀ ମ୍ୟାଚରେ ରେଡ଼ ଲାୟନ ତଥା ବେଲଜିୟମ ଦଳ ବିଜୟୀ ହୋଇଛି । ଲକ୍ଷ୍ନୌରେ ଖେଳାଯାଇଥିବା ୨୦୧୬ ସଂସ୍କରଣରେ ରନର୍ସ ଅପ ଥିବା ବେଲଜିୟମ ଦଳ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି । ବିଶ୍ୱକପରେ ପ୍ରଥମ ମ୍ୟାଚରେ ଜିତିଛି ବେଲଜିୟମ୍ ।

Advertisment

ପ୍ରଥମ ମ୍ୟାଚରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଆଜିର ମ୍ୟାଚରେ ବେଲଜିୟମ ପୂରା ପ୍ରଭାବ ବିସ୍ତାର କରି ଖେଳିଥିବାର ଦେଖିବାକୁ ମିଲିଥିଲା । ଖେଳର ଷଷ୍ଠ ମିନିଟରେ ବେଲଜିୟମ ପ୍ରଥମ ଗୋଲ ଦେଇଥିଲା । ୧୫ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲା । ଏହାପରେ ବେଲଜିୟମ୍ ନୂଆ ରଣନୀତି ନେଇ ପଡିଆକୁ ଓହ୍ଲାଇଥିଲା । ବେଲଜିୟମ୍ ଆଉ ୪ଟି ଗୋଲ ଦେଇ ମ୍ୟାଚରେ ବିଜୟ ହାସଲ କରିଥିଲା । ଦୁଇଟି ଗୋଲ ଦେଇଥିବା ବେଲଜିୟମର ଦୁଭେକ ରୋମାନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଛି । ଅନ୍ୟପକ୍ଷରେ ଗ୍ରୁପ ବିରେ ସ୍ଥାନ ପାଇଥିବା ଟିମ୍ ଇଣ୍ଡିଆ ଆଜି ଫ୍ରାନ୍ସକୁ ରାତି ୮ଟାରେ ଭେଟିବ ।

Junior Hockey World Cup Germany Vs Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ