Heart Attack
ହୃଦଘାତରେ କ୍ରିକେଟର ମୃତ । ସାମ୍ନାକୁ ଆସିଥିବା ଏକ ଦୁର୍ଭାଗ୍ୟଜନକ ଘଟଣା କ୍ରମରେ କର୍ଣ୍ଣାଟକର ପୂର୍ବତନ କ୍ରିକେଟର କେ ହୋଏସାଲାଙ୍କର ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା । ସେ ଏଗିସ୍ ସାଉଥ ଜୋନ୍ ଟୁର୍ନାମେଣ୍ଟର ଏକ ମ୍ୟାଚ୍ ପରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ।
ଉକ୍ତ ମ୍ୟାଚଟି ବେଙ୍ଗାଲୁରୁର ଆର.ଏସ.ଆଇ. କ୍ରିକେଟ୍ ଗ୍ରାଉଣ୍ଡରେ ତାମିଲନାଡୁ ବିପକ୍ଷରେ ଖେଳାଯାଉଥିଲା । ମ୍ୟାଚ୍ ପରେ ପରେ ହିଁ ଏହି ଘଟଣା ଘଟିଛି । କର୍ଣ୍ଣାଟକ ବିଜୟ ଉତ୍ସବ ପାଳନ କରୁଥିବା ବେଳେ ଉକ୍ତ କ୍ରିକେଟର ଜଣକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ପଡ଼ିଆରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ ।
ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ ଫେବୃଆରୀ ୨୨ରେ ଏହି ଘଟଣା ଘଟିଥିଲା ।
ହୋଏସାଲା ଜଣେ ମଧ୍ୟମ ଅର୍ଡର ବ୍ୟାଟର ତଥା ବୋଲର ଥିଲେ । ସେ ୨୫ ବର୍ଷରୁ କମ୍ ବର୍ଗରେ କର୍ଣ୍ଣାଟକ ଦଳ ତରଫରୁ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ । ଅନ୍ୟପଟେ ସେ କର୍ଣ୍ଣାଟକ ପ୍ରିମିୟର ଲିଗରେ ମଧ୍ୟ ଖେଳିଥିଲେ । ସେପଟେ କ୍ରିକେଟରଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲ ଅଣାଯାଇ ଥିଲା ବୋଲି କହିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708754113.jpg)