Advertisment

FIFA World Cup: ମ୍ୟାଚ୍‌ ହାରିବା ପରେ ହିଂସା, କାର୍‌ରେ ନିଆଁ ଲଗାଇ ଦେଲେ ଫୁଟ୍‌ବଲ୍‌ ଫ୍ୟାନ୍ସ

କାତାରରେରେ ଚାଲୁଥିବା ଫୁଟ୍‌ବଲ୍‌ ବିଶ୍ୱକପ୍‌ ମ୍ୟାଚ୍‌ରେ ମର୍‌କ୍କୋଠୁ ବେଲ୍‌ଜିୟମ ହାରିବା ପରେ ହିଂସାକାଣ୍ଡ ହୋଇଛି। ଫୁଟ୍‌ବଲ୍‌ ଫ୍ୟାନ୍ସ କାର୍‌ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
FIFA World Cup: Riots in Brussels after Morocco beats Belgium

FIFA World Cup: Riots in Brussels after Morocco beats Belgium

Advertisment

କାତାରରେ (Qatar)ରେ ଚାଲୁଥିବା ଫୁଟ୍‌ବଲ୍‌ ବିଶ୍ୱକପ୍‌(FIFA World Cup 2022) ମ୍ୟାଚ୍‌ରେ ମର୍‌କ୍କୋଠୁ ବେଲ୍‌ଜିୟମ ହାରିବା ପରେ ହିଂସାକାଣ୍ଡ ହୋଇଛି। ରବିବାର ବେଲ୍‌ଜିୟମର ରାଜଧାନୀ ବ୍ରସ୍‌ଲେସ୍‌ର ଅନେକ ସ୍ଥାନରେ ଦଙ୍ଗା ସୃଷ୍ଟି ହୋଇଛି। ଫୁଟ୍‌ବଲ୍‌ ଫ୍ୟାନ୍ସ କାର୍‌ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ନ୍ୟୁଜ୍‌ ଏଜେନ୍ସି Reuters ଅନୁସାରେ, ସ୍ଥାନୀୟ ପୋଲିସ୍‌ ଅଧିକାଂଶ ଲୋକଙ୍କୁ ଅଟକ ରଖିଛି। ପୋଲିସ୍‌ ସହ ଏମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ୍‌ ପ୍ରୟାସ ଚଳାଇଛି।

Advertisment

ଦଙ୍ଗାକୁ ନେଇ ପୋଲିସ୍‌ କହିଛି ଯେ, ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ଓ ଉକ୍ତ ଅଞ୍ଚଳ ଗୁଡ଼ିକରେ ସତର୍କତାମୂଳକ ପାଟ୍ରୋଲିଂ କରାଯାଉଛି। ସହରରେ ପୁଣିଥରେ ଅଶାନ୍ତି ପରିବେଶ ସୃଷ୍ଟି ହେବା ଆଶଙ୍କାରେ ପୋଲିସ୍‌ ଏହା ଉପରେ ନଜର ରଖିବା ସହ ସଜାଗ ରହିଛି। ଦଙ୍ଗାର ପ୍ରକୃତ କାରଣ ଓ ଏହା ପଛରେ କେଉଁମାନଙ୍କ ହାତ ରହିଛି, ତାହା ଜାଣିବା ଲାଗି ପୋଲିସ୍‌ ଟିମ୍‌ ଅଟକଙ୍କୁ ପଚରାଉଚରା କରୁଛି।

Advertisment

ବିଶ୍ୱକପ୍ ‌ଆୟୋଜନ ପାଇଁ ୩ ଶହ ବିଲିୟନ୍ ଡଲାର ଖର୍ଚ୍ଚ କରିଛି କାତାର। ବିଶ୍ୱକପ୍‌ରେ ବିଶ୍ୱର ଶ୍ରେଷ୍ଠ ଟିମ୍ ବଛା ବଛା ୩୨ଟି ଟିମ୍‌କୁ ଭାଗ କରାଯାଇଛି ୮ ଟି ଗ୍ରୁପ୍‌ରେ। ୨୦ ନଭେମ୍ବରରୁ ୨ ଡିସେମ୍ବର ଯାଏ ରହିଛି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟ। ଏଥିରେ ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ। ପ୍ରତି ଗ୍ରୁପ୍‌ରେ ଟପ୍ ଟୁ ଟିମ୍ ରାଉଣ୍ଡ ଅଫ୍ ସିକ୍ସଟିନ୍‌କୁ ଯିବେ। ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ ନକ୍ ଆଉଟ୍ ମ୍ୟାଚ୍। ଏହାପରେ କ୍ୱାର୍ଟର ଫାଇନାଲ୍‌ରୁ ଫାଇନାଲ୍‌ ଯାଏ ସ୍ଥିର ହେବ ରାସ୍ତା। ଡିସେମ୍ବର ୧୮ ତାରିଖରେ ରହିଛି ଫିଫା ବିଶ୍ୱକପ୍‌ର ଫାଇନାଲ ଫାଇଟ୍। ୨୯ ଦିନରେ ଟୁର୍ଣ୍ଣାମେଣ୍ଟରେ ମୋଟ ୬୪ଟି ମ୍ୟାଚ୍ ଖେଳାଯିବ।

Advertisment
FIFA World Cup 2022 FIFA World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ