Advertisment

Video: ହିଟ୍‌ମ୍ୟାନ୍‌ଙ୍କ କାର୍‌ ପଛରେ ଦୌଡ଼ିଲେ ଫ୍ୟାନ୍‌; ତା’ପରେ...

ପଡ଼ିଆରେ ହେଉ କିମ୍ବା ବାହାରେ ସବୁବେଳେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟି‌ଥାନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ରୋହିତ ଶର୍ମା ।

ଅଦ୍ୟତନ ହୋଇଛି
rohit sharma

rohit sharma

Advertisment

ସବୁବେଳେ ଚର୍ଚ୍ଚାରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା  । ପଡ଼ିଆରେ ହେଉ କିମ୍ବା ବାହାରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି‌ଥାନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା  । ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ରୋହିତ ଶର୍ମା । ଏବେର ଚର୍ଚ୍ଚା କ୍ରିକେଟ୍‌ ନୁହେଁ ବରଂ ଏକ ଭିନ୍ନ ଘଟଣା ନେଇ ହେଉଛି । ଘଟଣାଟି ହେଉଛି ଜଣେ ଫ୍ୟାନ୍‌ ରୋହିତଙ୍କ ଗାଡ଼ି ପଛପଟେ ଦୌଡୁ ଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରୋହିତ ଶର୍ମା । 

Advertisment

ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଫ୍ୟାନ୍‌ ଜଣକ ନିଜ ଶରୀରରେ ତ୍ରିରଙ୍ଗା ଆଙ୍କିଥିବା ବେଳେ ଶରୀରର ପଛପଟେ ରୋହିତ ଲେଖାଯାଇଛି । ଆଉ କାର୍‌ ପଛରେ ଦୌଡୁ ଥିବାର ଦେଖିବାକୁ ମିଳୁଛି ।‘ ରୋହିତ ସାର୍‌... ରୋହିତ ସାର୍‌...’ଜୋର ଜୋର ଡ଼ାକୁଥିବା ମଧ୍ୟ ଶୁଣିବାକୁ ମଧ୍ୟ ମିଳୁଛି ।  

Advertisment

ସବୁଠାରୁ ବଡ଼ କଥା ହେଉଛି ଏଭଳି ଘଟଣା ଘଟିବା ପରେ ରୋହିତ ଶର୍ମା ତାଙ୍କ ଡ଼୍ରାଇଭରଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ । ଭିଡ଼ିଓରେ ଆହୁରି ଦେଖିବାକୁ ମିଳୁଛି ଯେ, ରୋହିତ ଗାଡ଼ିର କାଚ ଖୋଲି ଫ୍ୟାନ୍‌ଙ୍କୁ ଭେଟିବା ସହ ତାଙ୍କୁ ଅଟୋଗ୍ରାଫ୍‌ ଦେଇଥିଲେ  ।

ତେବେ ଏହି ଭିଡ଼ିଓଟି କେବେର ଓ କେଉଁ ସ୍ଥାନରେ ଏଭଳି ଘଟଣା ଘଟିଛି ତାହା ଜଣା ପଡ଼ିନାହିଁ । ଏପଟେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପୂର୍ବରୁ ଭାରତ ହାତରେ ଥିବା ଶେଷ ୧୦ ମ୍ୟାଚ୍‌ରୁ ଦୁଇଟି ସଫଳତାର ସହ ଶେଷ ହୋଇଛି । ବାଂଲାଦେଶ ବିପକ୍ଷରେ ୨-୦ରେ ଶୃଙ୍ଖଳା ମୂଳପୋଛ କରିବା ପରେ କାଲିଠୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି । ଭାରତ ଏହି ଶୃଙ୍ଖଳାକୁ ଜିତିଲେ ଫାଇନାଲ୍‌ରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। କିନ୍ତୁ ଭାରତର ଏହି ଅଭିଯାନରେ ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି। ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଏଠାରେ ହୋଇଥିବା ଲଗାଣ ବର୍ଷା‌ ଯୋଗୁଁ ମ୍ୟାଚ୍‌ ପୂର୍ବ ଦିନର ଅଭ୍ୟାସ ହୋଇପାରିନଥିଲା ।

Advertisment

ତେବେ ଏଭଳି ପରିସ୍ଥିତି ଭାରତକୁ ସୁହାଇପାରେ। କାରଣ ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ୍‌ରେ ପ୍ରଥମ ଦୁଇ ଦିନ ଖେଳ ହୋଇପାରି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଭାରତୀୟ ବ୍ୟାଟର୍‌ମାନେ ଆକ୍ରମଣାତ୍ମକ ଶୈଳୀ ଆପଣାଇବାରୁ ଘରୋଇ ଦଳ ମ୍ୟାଚ୍‌ ଜିତିବାରେ ସଫଳ ହୋଇଥିଲା। ଯଦି ସମାନ ସ୍ଥିତି ବେଙ୍ଗାଲୁରୁରେ ହୁଏ ତାହେଲେ ଭାରତ ଭ୍ରମଣକାରୀ ଦଳ ଉପରେ ଚାପ ସୃଷ୍ଟି କରିପାରିବ।  

କାରଣ ନ୍ୟୁଜିଲାଣ୍ଡ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାରେ ଶ୍ରୀଲଙ୍କାଠୁ ୦-୨ରେ ପରାସ୍ତ ହୋଇଥିଲା ବେଳେ ଭାରତ ଲଗାତାର ୬ ଘରୋଇ ମ୍ୟାଚ୍‌ରେ ଅପରାଜେୟ ରହିଛି। ଅନ୍ୟପକ୍ଷରେ କେନ୍‌ ୱିଲିୟମ୍‌ସନ୍‌ଙ୍କ ଭଳି ଦକ୍ଷ ଖେଳାଳି ନଥିବାରୁ ନ୍ୟୁଜିଲାଣ୍ଡ ଉପରେ ଏହା ଅତିରିକ୍ତ ଚାପ ପକାଇପାରେ। ତେବେ ନ୍ୟୁଜିଲାଣ୍ଡ ୧୯୮୮ ମସିହା ପରେ ଭାରତରେ ଟେଷ୍ଟ୍ ଶୃଙ୍ଖଳା ଜିତି ନଥିବାରୁ ଏହି ଶୃଙ୍ଖଳା ୩୬ବର୍ଷର ରେକର୍ଡ ଭାଙ୍ଗିବାର ସୁଯୋଗ ନେଇ ଆ‌ସିଛି।  

Rohit Sharma Viral Video Cricket News Hitman Rohit Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ