Advertisment

ବିଶ୍ୱକପ୍ କ୍ରିକେଟରେ ବଡ଼ ଟ୍ୱିଷ୍ଟ, ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ ରେସ୍‌କୁ ଫେରିଲା ପାକିସ୍ତାନ

ଏହି ବିଜୟ ସହ ପୁଣି ସେମିଫାଇନାଲ ରେସ୍‌କୁ ଫେରିଛି ପାକିସ୍ତାନ । ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୪ଟି ବିଜୟ ଓ ୪ଟି ପରାଜୟ ସହିତ ସମାନ ପଏଣ୍ଟ ପାଇଛନ୍ତି। ଭଲ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲାଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି ।

Pak vs NZ

Pak vs NZ

Advertisment

ବିଶ୍ୱକପ୍ କ୍ରିକେଟରେ ପାକିସ୍ତାନକୁ ସାହା ହେଲା ବର୍ଷା। ୪ ଶହ ରନ କରିବା ସତ୍ତ୍ୱେ ହାରିଲା ନ୍ୟୁଜିଲାଣ୍ଡ। ବର୍ଷା ପାଇଁ ଡିଏଲଏସ୍‌ରେ ଜିତିଲା ପାକିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପାକିସ୍ତାନ ୨୧ ରନରେ ଜିତିଛି । ବେଙ୍ଗାଲୁରୁରେ ହୋଇଥିବା ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ୱିକେଟ ହରାଇ କରିଥିଲା ୪୦୧ ରନ୍ । କିୱି ପକ୍ଷରୁ ରଚିନ୍‌ ରବିନ୍ଦ୍ର ୧୦୮ ଓ ୱିଲିୟମସନ୍‌ ୯୬ ରନ୍ ସ୍କୋର କରିଥିଲେ।

Advertisment

୪୦୨ ରନ ବିଜୟ ଲକ୍ଷ୍ୟର ପିଛା କରି ପାକିସ୍ତାନ ଧୁଆଁଧାର ବ୍ୟାଟିଂ କରିଥିଲା। ବିଶେଷ କରି ଫକର ଜମାନ ଚୌକା ଛକାର ବର୍ଷା କରିଥିଲେ। ସେ ୬୩ ବଲ୍‌ରୁ ଶତକ ହାସଲ କରିଥିଲେ। ତେବେ ପାକିସ୍ତାନ ୨୫ ଓଭର ୩ଟି ବଲରେ ୨୦୦ ରନ୍ କରିଥିବା ସମରେ ବର୍ଷା ସାଜିଥିଲା ବାଧକ। ଯାହାଫଳରେ ପାକିସ୍ତାନ ଏହି ମ୍ୟାଚ୍‌କୁ ୨୧ ରନରେ ବିଜୟୀ ହୋଇଛି ।

Advertisment

ଏହି ବିଜୟ ସହ ପୁଣି ସେମିଫାଇନାଲ ରେସ୍‌କୁ ଫେରିଛି ପାକିସ୍ତାନ । ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୪ଟି ବିଜୟ ଓ ୪ଟି ପରାଜୟ ସହିତ ସମାନ ପଏଣ୍ଟ ପାଇଛନ୍ତି। ଭଲ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲାଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି । ଉଭୟଙ୍କ ଶେଷ ଲିଗ୍ ମ୍ୟାଚ ହିଁ ଫଇସଲା କରିବ କିଏ ଖେଳିବ ବିଶ୍ୱକପ୍ ସେମିଫାଇନାଲ। ତେବେ ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଆଜି ହାରିବା ଯୋଗୁଁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟିମ୍ ଭାବେ ସେମିଫାଇନାଲରେ ପହଞ୍ଚିଛି।

Newzeland Pakistan 2023 Men's World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ