Advertisment

ଆଜି ଡବଲ୍ ମ୍ୟାଚ୍‌; ଧର୍ମଶାଳାରେ ହେବ ହାଇଭୋଲଟେଜ୍ ଫାଇଟ୍

ନିଜର ପ୍ରଥମ ମ୍ୟାଚ ଜିତିଛି ବାଂଲାଦେଶ । ଆଜିର ଦ୍ୱିତୀୟ ମ୍ୟାଚ ହେବ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ ।

ଅଦ୍ୟତନ ହୋଇଛି
ICC Cricket World Cup 2023

icc world cup 2023

Advertisment

ବିଶ୍ୱକପ୍ କ୍ରିକେଟରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ହେବ । ଦିନ ସାଢ଼େ ୧୦ଟାରୁ ଏହି ମ୍ୟାଚ ଆରମ୍ଭ ହେବ ଧର୍ମଶାଳାରେ । କାଗଜ କଲମରେ ଇଂଲଣ୍ଡ ଟିମ୍ ହେଉଛି ବାଂଲାଦେଶଠାରୁ ଶକ୍ତିଶାଳୀ କିନ୍ତୁ ଇଂଲଣ୍ଡ ନିଜର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି ।

Advertisment

ସେପଟେ ନିଜର ପ୍ରଥମ ମ୍ୟାଚ ଜିତିଛି ବାଂଲାଦେଶ । ଆଜିର ଦ୍ୱିତୀୟ ମ୍ୟାଚ ହେବ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ । ଆଜି ୨ଟାରୁ ଏହି ମ୍ୟାଚ ଆରମ୍ଭ ହେବ ।ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ନେଦରଲାଣ୍ଡକୁ ପରାସ୍ତ କରିଛି ।ସେପଟେ ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ହାରି ଯାଇଛି ।ତେଣୁ ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

Cricket World Cup PAK Vs SL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ