Advertisment

କେକେଆର୍ ଓ ଆରସିବି ପାଇଁ କର ବା ମର ସ୍ଥିତି

ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.30 ରେ ଶାରଜାହ୍‌ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କ୍ୱାଲିଫାୟର-୨ ମ୍ୟାଚ୍ ଖେଳିବ ।

ଅଦ୍ୟତନ ହୋଇଛି
kkr vs rcb

kkr vs rcb

Advertisment

ନୂଆଦିଲ୍ଲୀ: ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.30 ରେ ଶାରଜାହ୍‌ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କ୍ୱାଲିଫାୟର-୨ ମ୍ୟାଚ୍ ଖେଳିବ । ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ଜିତି ଫାଇନାଲରେ ନିଜ ସ୍ଥାନ ସ୍ଥିର କରିସାରିଛି । ତେବେ ଆଜି ଫାଇନାଲ ଦୌଡ ପାଇଁ ଦୁଇ ଦଳ ମଧ୍ୟରେ ରୋମାଞ୍ଚକ ମ୍ୟାଚ ହୋଇପାରେ ।

Advertisment

ଆଇପିଏଲ ପଏଣ୍ଟ ତାଲିକାରେ ଆରସିବି ତୃତୀୟ ସ୍ଥାନରେ ଥିବା ବେଳେ ନାଇଟ ରାଇଡର୍ସ ଚତୁର୍ଥ ସ୍ଥାନରେ ରହିଛି । ଦୁଇ ଦଳ ପାଇଁ ଏହି ମ୍ୟାଚଟି ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଆରସିବିର ବ୍ୟାଟିଂ ଅର୍ଡର ଦୃଢ ଥିବା ବେଳେ କେକେଆର୍ ଆକ୍ରମଣାତ୍ମକ ବୋଲିଂ ସାମ୍ନା ଟିମ୍‌କୁ ଧରାସାଇ କରିଦେଉଛି । ତେବେ ସିଜନ୍‌ର ଆରମ୍ଭରେ କେକେଆର୍‌ ଦଳର ଖରାପ ପ୍ରଦର୍ଶନ ରହିଥିବା ବେଳେ ୟୁଏଇରେ ପାଦ ଦେବା ପରେ ନିଜର ଶକ୍ତିଶାଳୀ ଖେଳ ପ୍ରଦର୍ଶନ ଦ୍ୱାରା ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଛି ।

Advertisment

ଆରସିବିର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍‌ରେ ଅଧିନାୟକ କୋହଲି, ଦେବଦତ୍ତ ପାଦିକ୍କାଲ, ଏବି ଡି ଭିଲିୟର୍ସ, ଶ୍ରୀକର ଭାରତ, ମ୍ୟାକ୍ସୱେଲ ଭଳି ଧୁଆଁଧାର ବ୍ୟାଟ୍ସମ୍ୟାନ୍ ଥିବା ବେଳେ ବୋଲିଂ ୟୁନିଟରେ ପର୍ପଲ୍ କ୍ୟାପ୍ ହୋଲ୍ଡର ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ, ଡାନିଏଲ୍ ଖ୍ରୀଷ୍ଟିଆନ, ମହମ୍ମଦ ସିରାଜ ରହିଛନ୍ତି। ତେବେ କେକେଆର୍ ପକ୍ଷରୁ ବ୍ୟାଟିଂ ଭାର ଶୁଭମନ୍ ଗିଲ, ଭେଙ୍କଟେଶ ଆୟର, ନୀତୀଶ ରାଣା, ମୋର୍ଗାନ, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ ସମ୍ଭାଳିବେ । ଶାକିବ ଅଲ ହାସନ ଏବଂ ସୁନୀଲ ନାରିନ ଉଭୟ ବ୍ୟାଟିଂ ଓ ବୋଲିଂର କ୍ଷମତା ରଖିଛନ୍ତି । କେକେଆର୍ ଦଳରେ ଆନ୍ଦ୍ରେ ରସଲ୍‌ଙ୍କ ଖେଳିବା ନେଇ ଏବେ ମଧ୍ୟ ଆଶଙ୍କା ରହିଛି । ମିଷ୍ଟ୍ରି ସ୍ପିନର୍ ଭରୁନ୍ ଚକ୍ରବର୍ତ୍ତୀ କେକେଆର୍ ପାଇଁ ଏକ୍ସ ଫ୍ୟାକ୍ଟର ହୋଇ ପାରନ୍ତି ।

ଫାଇନାଲର ଦୌଡ ପାଇଁ ଦୁଇ ଦଳ ମଧ୍ୟରେ ଘମାସାନ୍ ଲଢେଇ ହୋଇପାରେ ବୋଲି ଦର୍ଶକ ଆଶା ରଖିଛନ୍ତି । ଆରସିବି ତା’ର ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ ନେଇ ଜୋର୍ ଦେଖାଇବ ବୋଲି ଆଶଙ୍କା କରାଯାଉଛି ।

Advertisment
IPL 2021 KKR Vs RCB Eliminator
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ