ପ୍ରତ୍ୟାଶାଙ୍କୁ ଏକଲବ୍ୟ ପୁରସ୍କାର, ପାଇବେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି

ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ୩୨ ତମ ଏକଲବ୍ୟ ପୁରସ୍କାର ।

Ekalabya Puraskar

ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ୩୨ ତମ ଏକଲବ୍ୟ ପୁରସ୍କାର । ଇମ୍ଫା ଦ୍ୱାରା ପରିଚାଳିତ ‘ଇମ୍ପାକ୍ଟ’ପକ୍ଷରୁ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ପ୍ରତ୍ୟାଶା । ଏଥର ବର୍ଦ୍ଧିତ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ବଦଳରେ ୭ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଏଥିସହ ଧାବକ ଦଣ୍ଡପତିମୃତ୍ୟୁମ୍ ଜୟରାମ, ବ୍ୟାଡମିଣ୍ଟନ ଖେଳାଳି ତନ୍ୱୀ ପତ୍ରି ଉପବିଜେତା ମନୋନୀତ ହୋଇଛନ୍ତି । ସେମାନଙ୍କୁ ବର୍ଦ୍ଧିତ ପୁରସ୍କାର ରାଶି ବାବଦରେ ୧ ଲକ୍ଷ ଟଙ୍କା ବଦଳରେ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେମାନେ ପୁରସ୍କୃତ ହେବେ । ୧୯୯୩ରୁ ନିରବଚ୍ଛିନ୍ନ ଭାବେ ‘ଇମ୍ପାକ୍ଟ’  ପକ୍ଷରୁ ଦିଆଯାଉଛି ଏକଲବ୍ୟ ପୁରସ୍କାର ।