Advertisment

Paris Olympics 2024: ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଉଦଯାପନୀ ସମାରୋହରେ ହେବେ ଭାରତର ଧ୍ୱଜା ବାହକ ।

ଅଦ୍ୟତନ ହୋଇଛି
Manu Bhaker

Manu Bhaker

Advertisment

ଭାରତୀୟ ଷ୍ଟାର ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ଧ୍ୱଜା ବାହକ ହେବାକୁ ଯାଉଛନ୍ତି ମନୁ । ଗୋଟିଏ ସଂସ୍କରଣରେ ଦୁଇଟି ଅଲିମ୍ପିକ୍ସ ମେଡାଲ ଜିତି ୨୨ ବର୍ଷୀୟା ମନୁ, ପ୍ୟାରିସରେ ଇତିହାସ ରଚିଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ଜିତିବା ସହ ସୁଟର ମନୁ ଭାକର ଭାରତର ମେଡାଲ ଖାତା ଖୋଲିଥିଲେ । ଏହାପରେ ମିକ୍ସଡ ଟିମ ଇଭେଣ୍ଟରେ ସରବଜୋତ ସିଂଙ୍କ ସହ ଆଉ ଏକ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ ।

Advertisment

ତିନୋଟି ଅଲିମ୍ପିକ୍ସ ମେଡାଲ ଜିତିଥିବା ଏକମାତ୍ର ଭାରତୀୟ ହେବାର ସୁଯୋଗ ମଧ୍ୟ ମନୁଙ୍କ ପାଖରେ ରହିଥିଲା, ମାତ୍ର ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିବା ସହ ଅଳ୍ପକେ ମେଡାଲରୁ ବଞ୍ଚିତ ହୋଇଥିଲେ । 

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ମନୁ ଐତିହାସିକ ପ୍ରଦର୍ଶନ କରିଥିବାରୁ ସେ ଭାରତର ଧ୍ୱଜା ବାହକ ହେଉଥିବା ଭାରତୀୟ ଅଲିମ୍ପିକ ସଂଘର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମନୁ ମଧ୍ୟ ଏହି ସମ୍ମାନଜନକ ଦାୟିତ୍ୱ ମିଳିଥିବାରୁ କୃତଜ୍ଞତା ଜଣାଇଛନ୍ତି । ମନୁ କହିଛନ୍ତି, "ଭାରତୀୟ ଅଲିମ୍ପିକ୍ସ ଟିମରେ ଅନେକ ଯୋଗ୍ୟ ଆଥଲେଟ୍ ରହିଛନ୍ତି କିନ୍ତୁ ଧ୍ୱଜା ବାହକ ସୁଯୋଗ ମିଳିଥିବାରୁ ମୋ ପାଇଁ ଏହା ଏକ ବଡ଼ ସମ୍ମାନ ।" 

Advertisment

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଉଦଯାପନୀ ସମାରୋହ ରବିବାର, ଅଗଷ୍ଟ ୧୧ ତାରିଖରେ ଅନୁଷ୍ଠିତ ହେବ । ପିଭି ସିନ୍ଧୁ ଓ ନରମାନ ପ୍ରିଚାର୍ଡଙ୍କ ପରେ ଅଲିମ୍ପିକ୍ସରେ ଦୁଇଟି ମେଡାଲ ଜିତିଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ଷ୍ଟାର ସୁଟର ମନୁ ଭାକରଙ୍କ ନାମ ସ୍ଥାନ ପାଇଛି । 

Manu Bhaker 2024 Paris Games Olympic Medalist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ