Advertisment

କମନ ୱେଲଥ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଅଟୋ ଚାଳକଙ୍କ ପୁଅ

ଢେଙ୍କାନାଳ ମାଟିର ପୁଅ ହୃଦାନନ୍ଦ ଦାସ ଜିତିଲେ ସ୍ୱର୍ଣ୍ଣ ପଦକ, ଭାରୋତ୍ତୋଳନ ପ୍ରତିଯୋଗିତା ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ

ଅଦ୍ୟତନ ହୋଇଛି
Auto Driver Son Wins Commonwealth Championship

Commonwealth Championship glory

Advertisment

ଅଟୋ ଚାଳକଙ୍କ ପୁଅ ରଚିଲେ ଇତିହାସ। କମନ ୱେଲଥ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଢେଙ୍କାନାଳ ମାଟିର ପୁଅ ହୃଦାନନ୍ଦ ଦାସ । ୟୁପି ନୋଏଡାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ହୃଦାନନ୍ଦଙ୍କ ଏହି ସଫଳତା ପାଇଁ ଢେଙ୍କାନାଳ ସହରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

Advertisment

ହୃଦାନନ୍ଦ ଢେଙ୍କାନାଳ ସହିଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରିବା ପରେ ସହରର ବିଭିନ୍ନ କ୍ରିଡାବିତ୍ ତଥା କ୍ରୀଡା ପ୍ରେମୀ ତଥା ସହରବାସୀଙ୍କ ଗହଣରେ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପହଞ୍ଚି ଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ହୃଦାନନ୍ଦଙ୍କୁ ସମ୍ବର୍ଦ୍ଧନା ଦେବା ସହ ଶୁଭେଚ୍ଛା ଜଣାଇଥିଲେ । ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ମାନେ ମଧ୍ୟ ଏହି ସଫଳତା ପାଇଁ ହୃଦାନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଫଳତାର ଶ୍ରେୟ ଗୁରୁ ଗୋପାଳକୃଷ୍ଣଙ୍କୁ ଦେଇଛନ୍ତି ହୃଦାନନ୍ଦ । 

ଆଗାମୀ ଦିନରେ ସେ ୟୁଥ ଅଲମ୍ପିକ ଓ ଏସିଆନ ଗେମ୍ସରେ ଭଲ କରି ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶାବାଦୀ ଅଛନ୍ତି  ହୃଦାନନ୍ଦ ଢେଙ୍କାନାଳ ସହର ନିକଟ କୁଟୁଣିଆ ଗ୍ରାମର ଅଟୋ ଚାଳକ ହରିହର ଦାସ ଓ ମା ଗୋପାଳ ଦାସଙ୍କ ପୁଅ ।

Advertisment
Commonwealth Championships Auto Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ