Advertisment

ଜାତୀୟ କ୍ରୀଡ଼ାରେ ଚମକିଲେ ଶ୍ରୀକ୍ଷେତ୍ର ବୋହୂ

ଶ୍ରୀକ୍ଷେତ୍ର ପୁରୀର ଝିଅ ଓ ପୁଣି ପୁରୀର ବୋହୂ ମଧୁସ୍ମିତା ରଥଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବଡି ବିଲ୍ଡର ସ୍ୱାମୀଙ୍କ ପ୍ରେରଣା ପାଇ ଗତ ସାତବର୍ଷ ହେବ workout କରିବା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ନିଜକୁ ଫିଟ ରଖିବା ସହ ଗତ ବର୍ଷେ ହେବ ସୁନ୍ଦର ସ୍ୱାସ୍ଥ୍ୟ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ପରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରିଣୀ ହୋଇଥିଲେ । ଏବେ ଜାତୀୟ ମଞ୍ଚରେ world fitness federarion ପକ୍ଷରୁ ଆୟୋଜିତ ତିନିଟି ବର୍ଗରେ ବ୍ରୋଞ୍ଜ ଟାଇଟଲ ହାସଲ କରିଛନ୍ତି ଶ୍ରୀକ୍ଷେତ୍ର ବୋହୂ।

ଅଦ୍ୟତନ ହୋଇଛି
National Lavel Sports

National Lavel Sports

Advertisment

ପୁରସ୍କାରରେ ଭର୍ତ୍ତି ହୋଇ ରହିଛି ପୂରା ଟେବୁଲ। ଯୁଆଡେ ଦେଖିବେ ସିଆଡେ କେବଳ ପୁରସ୍କାରର କପ୍‌ ଆଉ ମେଡାଲ। ଏମିତି ଦୃଶ୍ୟ ଦେଖିବା ପରେ ଆଖି ଖୋସି ହୋଇଯିବ ନିଶ୍ଚୟ। ମନରେ ପ୍ରଶ୍ନ ନିଶ୍ଚୟ ଆସିବ ଏତେ ସବୁ ପୁରସ୍କାର ଜଣେ ଜିତିଛନ୍ତି ନା ପରିବାରର ସମସ୍ତଙ୍କର ଏଥିରେ ଭାଗ ଅଛି?

Advertisment

ଦର୍ଶକବନ୍ଧୁ ସବୁ ପୁରସ୍କାର, ମେଡାଲ ଜଣେ ପାଇଛନ୍ତି। ନିଜର ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଜି ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ। ବର୍ଷକର ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏବେ ଜାତୀୟ ସ୍ତରରେ ଚମକିଛନ୍ତି ଶ୍ରୀକ୍ଷେତ୍ର ବୋହୂ। ଏକା ସାଙ୍ଗରେ ଗୃହିଣୀ ଓ ବଡି ବିଲଡର ଉଭୟ ଦାୟିତ୍ୱକୁ ନିଭାଇ ଯୁବପିଢୀର ଆଦର୍ଶ ସାଜିଛନ୍ତି ମଧୁସ୍ମିତା । ଦିନେ ପତଳା ହେବା ପାଇଁ workout କରୁଥିଲେ, ଏବେ ସାଜିଛନ୍ତି ସ୍ୱତନ୍ତ୍ର ସମ୍ମାନର ଅଧିକାରିଣୀ।

ଶ୍ରୀକ୍ଷେତ୍ର ପୁରୀର ଝିଅ ଓ ପୁଣି ପୁରୀର ବୋହୂ ମଧୁସ୍ମିତା ରଥଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବଡି ବିଲ୍ଡର ସ୍ୱାମୀଙ୍କ ପ୍ରେରଣା ପାଇ ଗତ ସାତବର୍ଷ ହେବ workout କରିବା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ନିଜକୁ ଫିଟ ରଖିବା ସହ ଗତ ବର୍ଷେ ହେବ ସୁନ୍ଦର ସ୍ୱାସ୍ଥ୍ୟ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ପରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରିଣୀ ହୋଇଥିଲେ । ଏବେ ଜାତୀୟ ମଞ୍ଚରେ world fitness federarion ପକ୍ଷରୁ ଆୟୋଜିତ ତିନିଟି ବର୍ଗରେ ବ୍ରୋଞ୍ଜ ଟାଇଟଲ ହାସଲ କରିଛନ୍ତି ଶ୍ରୀକ୍ଷେତ୍ର ବୋହୂ।

Advertisment

ସ୍ୱାସ୍ଥ୍ୟ ହିଁ ସମ୍ପଦ। ଓଡ଼ିଆ ଘରର ଝିଅମାନେ ଘର ଏରୁଣ୍ଡି ଡେଇଁ ବଡିବିଲ୍ଡର ହେବା ସ୍ୱପ୍ନ ଅନେକଙ୍କ ପାଇଁ କାଠିକାର ପାଠ। କିନ୍ତୁ ମଧୁସ୍ମିତାଙ୍କ ପରିବାର ତାଙ୍କୁ ପୂରା ସମର୍ଥନ ଦିଅନ୍ତି...ସେପଟେ ଝିଅ ମାଆ ମଧୁସ୍ମିତାଙ୍କ ପରି ହେବା ପାଇଁ ଦେଖୁଛନ୍ତି ସ୍ୱପ୍ନ ।  ଗୋଟିଏ ପରେ ଗୋଟିଏ ସଫଳତା ପାଇବା ପରେ ଆଗକୁ ଆହୁରୀ ପରିଶ୍ରମ କରିବା ସହ ମିସ ୟୁନିଭର୍ସ ଟାଇଟଲ ହାସଲ ପାଇଁ ପ୍ରୟାସ କରିବେ ବୋଲି ଆଶା ରଖିଛନ୍ତି ମଧୁସ୍ମିତା ।

ପୁରୀରୁ କ୍ୟାମେରା ପର୍ସନ ଗୋପାଳଙ୍କ ସହ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ

Daughter-In-Law
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ