Advertisment

ଦିନ ମଜୁରିଆଙ୍କ ଝିଅ ଖେଳିବେ ଫୁଟବଲ ବିଶ୍ୱକପ୍

ଅନେକ ଲୋକ ଅଷ୍ଟମକୁ ଥଟ୍ଟା କରନ୍ତି ଓ ଝିଅକୁ ଖେଳରୁ ଦୁରେଇ ରହିବାକୁ କୁହନ୍ତି।

ଅଦ୍ୟତନ ହୋଇଛି
Ashtam Oraon

Ashtam Oraon

Advertisment

ରାଞ୍ଚି: ଦିନ ମଜୁରିଆଙ୍କ ଝିଅ ଖେଳିବେ ଫୁଟବଲ ବିଶ୍ୱକପ। ଝାରଖଣ୍ଡ ଗୁମଲା ଗାଁର ଅଷ୍ଟମ ଓରାଓଁ ମହିଳା ଫୁଟବଲ ବିଶ୍ୱକପ୍‌ ଖେଳିବା ପାଇଁ ଭାରତୀୟ ଫୁଟବଲ ଟିମ୍‌ରେ ସ୍ଥାନ ପାଇଛନ୍ତି। ଅକ୍ଟୋବର ୧୧ରୁ ଆୟୋଜିତ U-17 Women's FIFA World Cupରେ ଅଷ୍ଟମ ଖେଳିବେ। ନିପଟ ମଫସଲ ଗାଁରୁ ଜନ୍ମିତ ଅଷ୍ଟମଙ୍କୁ ତାଙ୍କ ସଫଳତା ପାଇଁ ଆଜି ଚିହ୍ନିଛି ସାରା ଦେଶ। 

Advertisment

ଅଷ୍ଟମଙ୍କ ପରିବାର କହିଲେ ବାପା, ମାଆ ଓ ୫ ଭାଇଭଉଣୀ। ଗାଁରେ କିଛି ଚାଷ ଜମି ରହିଛି। ସେଥିରୁ ଯାହାବି କିଛି ରୋଜଗାର ସେଥିରେ ୭ ପ୍ରାଣୀ ଚଳିବା କଷ୍ଟକର ହୋଇପଡ଼େ। ସେଥିପାଇଁ ଅଷ୍ଟମଙ୍କ ବାପା ଦିନ ମଜୁରିଆ କାମ କରନ୍ତି। ଅଷ୍ଟମଙ୍କ ଜନ୍ମ ଗୁମଲାର ବିଷ୍ଣୁପୁର ବ୍ଲକର ଏକ ନିପଟ ମଫସଲ ଗାଁ ଗୋରା ତୋଳି। ଏହି ଗାଁରେ ନା ଅଛି ମୋବାଇଲ୍ ନା ଇଣ୍ଟନେଟ୍। ତଥାପି ତୁଳସୀ ଦୁଇ ପତ୍ରରୁ ବାସିବା ପରି ଗାଁରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଅଷ୍ଟମଙ୍କୁ  ଦମ୍‌ଦାର ପ୍ରଦର୍ଶନ ଯୋଗୁ ତାଙ୍କୁ ଏକ ଛେଳି ଗିପ୍ଟ କରାଯାଇଥିଲା। ଆଉ ନିଜର ଦୃଢମନା ଓ ଅଦମ୍ୟ ଚେଷ୍ଟା ପାଇଁ ଆଜି ସେ ଭାରତୀୟ କ୍ରିକେଟ୍ ଟିମରେ ସ୍ଥାନ ପାଇଛନ୍ତି।

Parents of Ashtam Oraon Parents of Ashtam Oraon

ଅଷ୍ଟମଙ୍କ ପରିବାର ଲୋକ କେବଳ ଭାତ ଖୁଆଇ ହିଁ ତାଙ୍କୁ ମଣିଷ କରିଛନ୍ତି। ଭାତ ଛଡ଼ା ଝିଅକୁ ଅନ୍ୟ ଖାଦ୍ୟ ଦେବାକୁ ଅସମର୍ଥ ବୋଲି କହିଛନ୍ତି ଅଷ୍ଟମଙ୍କ ମାଆ ତାରା ଦେବୀ। ସେ କହିଛନ୍ତି ''ମୋର ଝିଅ ଝାଡ଼ଖଣ୍ଡକୁ ଗର୍ବିତ କରିଥିବାରୁ ମୁଁ ବହୁତ ଖୁସି। ଝିଅର ଏହି ସଫଳତାରେ ଅଷ୍ଟମଙ୍କ ବାପା ହୀରାଲାଲ ଖୁସିରେ ଲୁହ ଚାଲିଆସିଛି। ସେ କହିଛନ୍ତି ଯେ ପିଲାଦିନୁ ହିଁ ଅଷ୍ଟମର ଫୁଟବଲ ପ୍ରତି ଦୁର୍ବଳତା ଥିଲା। ସେ ତାର ସାଙ୍ଗମାନଙ୍କ ସହ ଖେଳପଡ଼ିଆ ଓ ବିଲରେ ଫୁଟବଲ୍‌ ପ୍ରାକ୍ଟିସ୍ କରେ। ଅନେକ ଲୋକ ଅଷ୍ଟମକୁ ଥଟ୍ଟା କରନ୍ତି ଓ ଝିଅକୁ ଖେଳରୁ ଦୁରେଇ ରହିବାକୁ ମୋତେ କୁହନ୍ତି। କିନ୍ତୁ କୌଣସି କ୍ଷେତ୍ରରୁ ମୁଁ ତାକୁ ମନା କରେନାହିଁ। ତାର ପରିଶ୍ରମ ହିଁ ତାକୁ ଏହି ସ୍ଥାନରେ ପହଞ୍ଚାଇଛି।''

Advertisment

ଅକ୍ଟୋବର ୧୧ରୁ ଫୁଟବଲ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। କେବଳ ସେତିକି ନୁହେଁ, କେବଳ ଝାଡ଼ଖଣ୍ଡରୁ ୬ ଜଣ ଖେଳାଳି ଅଛନ୍ତି। ଝାଡ଼ଖଣ୍ଡରୁ ଯାଇଥିବା ୬ ଖେଳାଳି ହେଲେ ଅଷ୍ଟମ ଓରାଓଁ, ନିତୁ ଲିଣ୍ଡା, ଅଞ୍ଜଳି ମୁଣ୍ଡା, ଅନିତା କୁମାରୀ, ପୁର୍ଣ୍ଣିମା କୁମାରୀ ଏବଂ ସୁଧା ଅଙ୍କିତା ତିର୍କୀ। ଝାଡ଼ଖଣ୍ଡରୁ ଝଣେ ଖେଳାଳି ଆନ୍ତର୍ଜାତିକ ବହୁ ରାଷ୍ଟ୍ର କ୍ରୀଡାରେ ସାମିଲ ହେବା ପ୍ରଥମ ଘଟଣା। ତାଙ୍କର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଶୁଭେଚ୍ଛା ଜଣାଇଛନ୍ତି।  

FIFA FIFA Under-17 Women’s World Cup Ashtam Oraon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ