Biju Patnaik Sports Award
ଚଳିତବର୍ଷର ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ । ସାଇକେଲ୍ ଚାଳିକା ସ୍ୱାତୀ ସିଂ ପାଇଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ । ସେହିଭଳି ଦୀପରଞ୍ଜନ ବିଷୋୟୀ ପାଇଲେ ଶ୍ରେଷ୍ଠ ପାରା କ୍ରୀଡ଼ାବତ୍ ସମ୍ମାନ, ଉଦୀୟମାନ କ୍ରୀଡ଼ାବିତ୍ ଭାବେ ସବିତା ଟପ୍ପୋଙ୍କୁ କରାଗଲା ସମ୍ମାନିତ । ଆନନ୍ଦଚନ୍ଦ୍ର ନାୟକଙ୍କୁ ସ୍ୱତନ୍ତ୍ର କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି ।
ଦିବଂଗତ ସରୋଜ ଦାସ ଓ ସୁଦର୍ଶନ ସ୍ୱାଇଁଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଜୀବନ ବ୍ୟାପି ସାଧନା ପାଇଁ ଦୁଇ ଜଣ କୋଚ୍ ପୁରସ୍କୃତ ହୋଇଛନ୍ତି । ହକି କୋଚ୍ ପିଟର୍ ତିର୍କୀ, ଫୁଟବଲ୍ କୋଚ୍ ରାଜେନ୍ଦ୍ର ସିଂ ପୁରସ୍କୃତ । କୋଚ୍ ପ୍ରଦୀପ ଷଡ଼ଙ୍ଗୀ, କ୍ରୀଡ଼ା ସାମ୍ବାଦିକ ଅଜୟ ଦାସ ସମ୍ମାନିତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693326130.jpg)