Advertisment

ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତି ବୋଲିଂ କରିବ ଅଷ୍ଟ୍ରେଲିଆ

ଟସ୍‌ ଜିତି ବୋଲିଂ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି ନେଇଛି ।

ଅଦ୍ୟତନ ହୋଇଛି
Ind Vs Aus

Ind Vs Aus

Advertisment

ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଟସ୍‌ ଜିତିଛି କଙ୍ଗାରୁ ଦଳ । ଟସ୍‌ ଜିତି ବୋଲିଂ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି ନେଇଛି । ଅପରିବର୍ତ୍ତିତ ଏକାଦଶ ସହ ଖେଳିବ ଟିମ୍‌ ଇଣ୍ତିଆ । ଟସ୍ ଜିତିଥିଲେ ବ୍ୟାଟିଂ ନେଇଥାଆନ୍ତୁ ବୋଲି କହିଲେ ଅଧିନାୟକ ରୋହିତ ଶର୍ମା ।

Advertisment

ଆଜି କ୍ରିକେଟ ବିଶ୍ୱକପ୍ ଗ୍ରାଣ୍ଡ ଫିନାଲେ । ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା । ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନ ୨ଟାରେ ମ୍ୟାଚ୍ ରହିଛି । ଚଳିତ ବିଶ୍ୱକପରେ ଅପରାଜେୟ ଥିବା ଭାରତ ଘରୋଇ ମାଟିରେ ଫାଇନାଲ ଜିତି ଟାଇଟଲ କବଜା କରିବାକୁ ଚେଷ୍ଟା କରିବ ।

ପୂରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ଖେଳ ପ୍ରଦର୍ଶନ କରିଛି। ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତୀୟ ଖେଳାଳିଙ୍କ ନିକଟରେ ଏହାର ଏଡଭାଣ୍ଟେଜ୍ ରହିବ। ତେବେ କଙ୍ଗାରୁ ଦଳ ପାଖରେ ନକଆଉଟ୍ ଗେମରେ ଭଲ ପ୍ରଦର୍ଶନ କରିଥିବା ରେକର୍ଡ ରହିଛି। ତେଣୁ ଫାଇନାଲ ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି।

Advertisment

ଏହି ପିଚ୍‌ ସଂପୂର୍ଣ୍ଣ ଡ୍ରାଏ ଓ କିଛି ପ୍ୟାଚ୍‌ ମଧ୍ୟ ରହିଛି। ତେଣୁ ସ୍ପିନର ବୋଲରଙ୍କୁ ପିଚ୍‌ ସୁହାଇ ପାରେ। ତଥାପି ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଭାରତ ଆଜି ୨ ସ୍ପିନର- କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଏବଂ ୩ ଦ୍ରୁତ ବୋଲର ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମିଙ୍କ ସହ ପଡ଼ିଆକୁ ଓହ୍ଲାଇଛି। ଭାରତ ଚଳିତ ବିଶ୍ୱକପରେ ଏଯାଏ ଭାରତ ଅପରାଜେୟ ରହିଛି। ଦଳ ୧୦ ମ୍ୟାଚ୍‌ରୁ ୧୦ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ

Advertisment

ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶ: ଟ୍ରାଭିସ ହେଡ୍‌, ଡାଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଙ୍ଗଲିସ, ମିଚେଲ ଷ୍ଟାର୍କ, ପାନ କମିନ୍ସ, ଆଡାମ ଜାମ୍ପା ଓ ଜୋଶ ହେଜେଲଉଡ୍‌

Ind Vs Aus 2023 Men's World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ