Advertisment

IPL ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍‌ କମିନ୍ସ

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଲା ହାଇଦ୍ରାବାଦ ସନରାଇଜର୍ସ ।

ଅଦ୍ୟତନ ହୋଇଛି
Pat Cummins

Pat Cummins

Advertisment

IPL ଇତିହାସର ସବୁଠୁ ମହଙ୍ଗା ଖେଳାଳି ହେଲେ କମିନ୍ସ । ୨୦.୫୦ କୋଟିରେ ବିକ୍ରି ହେଲେ କମିନ୍ସ । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମଥର ପାଇଁ ଆଇପିଏଲ୍‌ ଇତିହାସରେ ୨୦ କୋଟି ବ୍ୟୟରେ କୌଣସି ଖେଳାଳିଙ୍କୁ କିଣାଯାଇଛି ।

Advertisment

କମିନ୍ସଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ୨୦.୫୦ କୋଟିରେ ବିକ୍ରି ହୋଇଛନ୍ତି । ବାଙ୍ଗାଲୋର ସହ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ପରେ କିଣିଲା ହାଇଦ୍ରାବାଦ । ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ କମିନ୍ସ । ୨୦୨୩ IPL ଅକ୍ସନରେ ୩ ଜଣ ଖେଳାଳି ୧୫ କୋଟି ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲେ । ସାମ କରାନ୍‌ଙ୍କୁ ୨୦୨୨ରେ ପଞ୍ଜାବ ୧୮.୫୦ କୋଟିରେ କିଣିଥିଲା । ସେହିପରି ଅଷ୍ଟ୍ରେଲିଆ ଖେଳାଳି କ୍ୟାମରନ୍‌ ଗ୍ରୀନଙ୍କୁ ୧୭.୫୦ କୋଟିରେ କିଣିଥିଲା ମୁମ୍ବାଇ । ବେନ୍‌ ଷ୍ଟୋକ୍ସଙ୍କୁ ୧୬.୨୫ କୋଟିରେ କିଣିଥିଲା ଚେନ୍ନାଇ । ଭାରତୀୟ ଖେଳାଳି ଭାବେ ଇଶାନ୍‌ କିଶନ ୧୫.୨୫ କୋଟିରେ କିଣିଥିଲା ମୁମ୍ବାଇ ।

ତେବେ ଏହି ଆଇପିଏଲ୍‌ରେ ଆହୁରି ନୂଆ ଖେଳାଳି ସାମିଲ ହୋଇଛନ୍ତି । ନ୍ୟୁଜିଲାଣ୍ତର ଓପନ୍‌ର ବ୍ୟାଟ୍ସମ୍ୟାନ୍‌ ରଚିନ୍‌ ରବିନ୍ଦ୍ରଙ୍କୁ ଚେନ୍ନାଇ ୧.୮୦ କୋଟିରେ କିଣିଛି । ସେହିଭଳି ବିଶ୍ୱକପ୍‌ ହିରୋ ଟ୍ରାଭିସ୍‌ ହେଡ୍‌ଙ୍କୁ ୬.୮ କୋଟିରେ କିଣିଛି ହାଇଦ୍ରାବାଦ୍‌ । ଆକ୍ସନ ଆରମ୍ଭରୁ ହିଁ ରୋଭମାନ୍‌ ପାୱେଲ୍‌ଙ୍କୁ ୭.୪ କୋଟିରେ କିଣିଥିଲା ରାଜସ୍ଥାନ ରୟାଲ୍ସ ।

Advertisment

ଆଇପିଏଲ ୨୦୨୪ ପାଇଁ ଆଜି ନିଲାମୀ । ପ୍ରଥମଥର ପାଇଁ ଦୁବାଇରେ ନିଲାମୀ କରିବାର ବ୍ୟବସ୍ଥା କରାଯାଇଛି । ଏଥର ଅନକ୍ୟାପ ଖେଳାଳିଙ୍କ ପାଇଁ ମଧ୍ୟ ଅଧିକ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରିବାକୁ ଯୋଜନା ରଖିଛି ବିସିସିଆଇ । ଏହାଦ୍ବାରା ଭାରତୀୟ ଅନକ୍ୟାପ ଖେଳାଳି ଉପକୃତ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।

IPL Auction Sunrisers Hyderabad Pat Cummins
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ