Mahendra Singh Dhoni
IPLରେ ନୂଆ କୀର୍ତ୍ତିମାନ ସ୍ଥାପନ କଲେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନି। ଗତକାଲିର ମ୍ୟାଚ୍ରେ ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲ୍ର ପ୍ରଥମ ଖେଳାଳି ଭାବେ ଟୁର୍ଣ୍ଣାମେଣ୍ଟ ଇତିହାସର ୧୫୦ଟି ବିଜୟୀ ମ୍ୟାଚ୍ରେ ସାମିଲ ହୋଇଛନ୍ତି। ଗତକାଲି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ୭୮ ରନ୍ରେ ହରାଇ ଏହି ଇତିହାସର ଅଧିକାରୀ ହୋଇଛନ୍ତି ଧୋନି।
୨୦୦୮ରୁ ଏବେଯାଏ ଆଇପିଏଲ୍ରେ ଧୋନି ମୋଟ ୨୫୯ ଟି ମ୍ୟାଚ୍ ଖେଳିସାରିଲେଣି। ୪୨ ବର୍ଷୀୟ ଦୋନି ଆଇପିଏଲ୍ର ଜଣେ ସଫଳ କ୍ୟାପ୍ଟେନ ଭାବେ ବେଶ୍ ପରିଚିତ। ସେ ନିଜ ଦଳକୁ ୫ ଥର ଆଇପିଏଲ୍ ଟ୍ରଫି ଦେବାରେ ସକ୍ଷମ ହୋଇଛନ୍ତି। ଚଳିତବର୍ଷ ସେ ଚେନ୍ନାଇର କ୍ୟାପ୍ଟେନସିପ୍ ଛାଡ଼ି ଯୁବ କ୍ରିକେଟର୍ ଋତୁରାଜ ଗାଏକ୍ୱାଡ୍ଙ୍କୁ ମଙ୍ଗ ଧରାଇଛନ୍ତି।
ଅନ୍ୟାନ୍ୟ ରେକର୍ଡ କଥା ଯଦି କହିବା, ତେବେ ଧୋନି ଅଧିନାୟକ ଭାବେ ମଧ୍ୟ ରେକର୍ଡ କରିଛନ୍ତି। ୧୩୩ଟି ଆଇପିଏଲ ବିଜୟୀ ହେବାରେ ପ୍ରଥମ ଅଧିନାୟକ ହେଉଛନ୍ତି ଧୋନି। ତାଙ୍କ ପରେ ୮୭ଟି ବିଜୟୀ ମ୍ୟାଚ୍ ସହ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ସର୍ବାଧିକ ବିଜୟୀ ମ୍ୟାଚ୍ରେ ସାମିଲ ହୋଇଥିବା ଖେଳାଳି
- ମହେନ୍ଦ୍ର ସିଂ ଧୋନି
- ରବିନ୍ଦ୍ର ଜାଡେଜା
- ରୋହିତ ଶର୍ମା
- ଦୀନେଶ କାର୍ତ୍ତିକ
- ସୁରେଶ ରାଇନା
ଲଗାତାର ଦୁଇଟି ପରାଜୟ ପରେ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ୍। ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ସହ ଶକ୍ତିଶାଳୀ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୭୮ ରନରେ ମାତ୍ ଦେଇଛି। ଏହି ବିଜୟ ସହ ସିଧା ପଏଣ୍ଟ ଟେବୁଲର ଷଷ୍ଠରୁ ତୃତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714401126.jpg)