Advertisment

ଯଦି ଆଜି ବି ବର୍ଷା ହୁଏ, ତେବେ କେଉଁ ଦଳ ଜିତିବ ମ୍ୟାଚ୍‌ ? ଜାଣନ୍ତୁ..

ବର୍ଷା ଲାଗି ରହିବାରୁ ଗତ କାଲି ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନଥିଲା । ଏପରିକି ଟସ୍ ମଧ୍ୟ ପଡିପାରିନଥିଲା । ଯଦି ଆଜି ବି ସେଭଳି ହୁଏ, ତ କ’ଣ କରିବେ ଅମ୍ପାୟାର..ଜାଣନ୍ତୁ..

ଅଦ୍ୟତନ ହୋଇଛି
IPL 2023 Final Match

CSK vs GT

Advertisment

ବର୍ଷା ସାଜିଲା ବାଧକ । ମେ’ ୨୮ରେ ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ଫାଇନାଲ ଖେଳାଯିବାକୁ ଥିବାବେଳେ ତୁହାକୁ ତୁହା ବର୍ଷା କାରଣରୁ ମ୍ୟାଚ୍‌କୁ ରିଜର୍ଭ ଡେ’କୁ ଘୁଞ୍ଚାଗଲା । ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ । ଆପଣମାନେ ଜାଣିଛନ୍ତି କି ଯଦି ରିଜର୍ଭ ଡେ’ରେ ମ୍ୟାଚ୍‌ ବାତିଲ ହୁଏ, ତେବେ କେଉଁ ଦଳ ବିଜୟ ଲାଭ କରିବ । ଜାଣନ୍ତୁ..

Advertisment

ବର୍ଷା ଲାଗି ରହିବାରୁ ଗତ କାଲି ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନଥିଲା । ଏପରିକି ଟସ୍ ମଧ୍ୟ ପଡିପାରିନଥିଲା । ପଏଣ୍ଟ୍ ଟେବୁଲରେ ଗୁଜରାଟ୍ ମୋଟ ୧୪ଟି ମ୍ୟାଚ ଖେଳି ୧୦ଟି ଜିତିଥିବା ବେଳେ ମୋଟ ୨୦ ପଏଣ୍ଟ୍ ହାସଲ କରି ସବା ଉପରେ ରହିଛି । ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ମୋଟ୍ ୧୪ଟି ମ୍ୟାଚରୁ ୮ଟିରେ ବିଜୟ ହାସଲ କରି ୧୭ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଦୁଇ ଦଳର ଫ୍ୟାନମାନେ ଏହି ମ୍ୟାଚ ଦେଖିବାକୁ ଆସିଥିବା ବେଳେ ବର୍ଷା କାରଣରୁ ନିରାଶ ହୋଇଛନ୍ତି।

ରିଜର୍ଭ ଡେ’ରେ ମ୍ୟାଚ୍‌ର କୌଣସି ନିୟମରେ ପରିବର୍ତ୍ତନ ହେବ ନାହିଁ । ଆଇପିଏଲ୍‌ର ପ୍ରତିଟି ମ୍ୟାଚ୍‌ ଭଳି ସମାନ ସ୍ଥିତିରେ ଖେଳାଯିବ । ଯଦି କାଲି ଭଳି ବର୍ଷା ହୁଏ ଏବଂ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ ହୁଏ, ତେବେ ଅମ୍ପାୟାର ମ୍ୟାଚ୍‌ ଆରମ୍ଭ କରିବା ପାଇଁ ରାତି ୯.୪୫ ମିନିଟ୍‌ ଯାଏଁ ଅପେକ୍ଷା କରିବେ । ଏହି ସମୟ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହେଲେ ସମ୍ପୂର୍ଣ୍ଣ ୨୦ ଓଭର୍‌ ଖେଳାଯିବ । ଯଦି ବି ଏହି ସମୟ ଅତିକ୍ରମ କରିଯାଏ । ତେବେ ୫ ଓଭର ମ୍ୟାଚ୍‌ ଖେଳାଯିବାର ନିୟମ ରହିଛି । ଏହାର ମଧ୍ୟ ସମୟ ସୀମା ରାତି ୧୧ଟା ୫୬ ମିନିଟ୍‌ ରହିଛି । ଯଦି ତାହା ବି ସମ୍ଭବ ନ ହୁଏ, ରାତି ୧ଟା ୨୦ ମିନିଟ୍‌ ମଧ୍ୟରେ ସୁପର ଓଭର୍‌ ଖେଳାଯିବାର ନିୟମ ରହିଛି ।

Advertisment

ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଭାବେ ଯଦି ବାତିଲ ହୁଏ, ତେବେ ଗୁଜରାଟ ଟାଇଟନ୍ସ ଙ୍କୁ ବିଜୟୀ ଘୋଷଣା କରାଯିବ । କାହିଁକି ନା ଗୁଜରାଟ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଛି । ଲିଗ୍‌ର ୧୪ଟି ମ୍ୟାଚ୍‌ରୁ ୧୦ଟିରେ ବିଜୟ ହାସଲ କରି ୨୦ ପଏଣ୍ଟରେ ଟେବୁଲ୍‌ ଟପ୍ପର ରହିଛି । ମ୍ୟାଚ୍‌କୁ ନେଇ ଫ୍ୟାନ୍ସ, ବେଶ୍‌ ଉତ୍ସାହିତ ରହିଛନ୍ତି । ଆଇପିଏଲ୍‌ର ଦୁଇ ଶକ୍ତିଶାଳୀ ଦଳଙ୍କ ମଧ୍ୟରେ ରୋମାଞ୍ଚକ ମ୍ୟାଚ୍‌ ଖେଳାଯିବା ନେଇ ଦର୍ଶକ ଆଶା ରଖିଛନ୍ତି । 

ଚଳିତ ଆଇପିଏଲର ଦୁଇ ଶକ୍ତିଶାଳୀ ଟିମ୍‌ ଟ୍ରଫି ପାଇଁ ଟକ୍କର କରିବେ। ଯେତେବେଳେ ଆଇପିଏଲର ଚଳିତ ସିଜିନ ଆରମ୍ଭ ହୋଇଥିଲା ସେତେବେଳେ ଚେନ୍ନାଇ ଓ ଗୁଜରାଟ ମୁହାଁମୁହିଁ ହୋଇଥିଲେ। ଏଥିରେ ଗୁଜରାଟ ବିଜୟୀ ହୋଇଥିଲା। ଏବେ ପୁଣି ସମାନ ସ୍ଥିତି। ଏହା ଫାଇନାଲ ମ୍ୟାଚ ହୋଇଥିବାରୁ ଉଭୟ ଦଳ ଉପରେ ଯଥେଷ୍ଟ ଚାପ ରହିବ।

Advertisment

ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଭେଟରାନ କ୍ରିକେଟର ଅମ୍ବାତି ରାୟୁଡୁ ଆଇପିଏଲକୁ ଅଲବିଦା କହିଛନ୍ତି। ଆଜିର ଫାଇନାଲ ମ୍ୟାଚ୍‌ ପରେ ତାଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ଆଜି ସେ ଶେଷଥର ପାଇଁ ଆଇପିଏଲ ମ୍ୟାଚ୍‌ ଖେଳିବେ ବୋଲି ରାୟୁଡୁ ନିଜର ଅବସର ଘୋଷଣା ବେଳେ କହିଛନ୍ତି।

Narendra Modi Stadium CSK Gujarat Titans IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ